ETV Bharat / bharat

ମୃଦୁ ଭୂକମ୍ପରେ ଥରିଲା ଆସାମ ମାଟି, ରିକ୍ଟର ସ୍କେଲରେ ତୀବ୍ରତା ୩.୨ ରେକର୍ଡ - ମୃଦୁ ଭୂକମ୍ପରେ ଥରିଲା ଆସାମ

୩.୨ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ଥରିଲା ଆସାମ । ଆସାମର କାମରୁପରେ ଭୂକମ୍ପ ହୋଇଥିବା ସୂଚନା । ଅଧିକ ପଢନ୍ତୁ

earthquake
earthquake
author img

By

Published : Mar 8, 2023, 9:05 AM IST

ଗୌହାଟୀ: ସକାଳୁ ସକାଳୁ ମୃଦୁ ଭୂକମ୍ପରେ ଥରିଲା ଆସାମ ମାଟି । ଆସାମର କାମରୁପରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ତୀବ୍ରତା ୩.୨ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଜାତୀୟ ଭୂବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆଜି(ବୁଧବାର) ସକାଳ ୩ଟା ୫୯ ମିନିଟରେ ଭୂକମ୍ପ ହୋଇଥିଲା । ଆସାମର କାମରୂପରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ୩.୨ ରେକର୍ଡ କରାଯାଇଛି । ଭୂକମ୍ପର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୨୬.୨୩ ଏବଂ ଦ୍ରାଘିମା ୯୧.୪୪ ରେକର୍ଡ କରାଯାଇଛି । ତେବେ ଭୂକମ୍ପରେ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ କ୍ଷତିକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Bhaang ki goli: ଜୋମାଟୋକୁ ଭାଙ୍ଗ ମାଗିଲେ ଯୁବକ, ଦିଲ୍ଲୀ ପୋଲିସ ଦେଲା ଏମିତି ପରାମର୍ଶ

୨୦୨୧ମସିହା ଜୁଲାଇ ୭ ତାରିଖରେ ହୋଇଥିଲା ଶକ୍ତିଶାଳୀ ଭୂକମ୍ପ: ଆସାମର ଗୋଆଲପୁରରେ ଜୁଲାଇ ୭ ତାରିଖ ଦିନ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ କରାଯାଇଥିଲା । ଭୂକମ୍ପକୁ ନେଇ ଆସାମବାସୀ ଭୟଭିତ ହୋଇଯାଇଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିଲା । ଭୂକମ୍ପରେ ଘର ଦୋହଲିବାରୁ ଲୋକ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ: Holi 2023: ହୋଲି ରଙ୍ଗରେ ରଙ୍ଗାୟିତ ହେଲେ ଋଷ-ୟୁକ୍ରେନ, ମାଉଣ୍ଟଆବୁରୁ ଦେଲେ ଶାନ୍ତିର ବାର୍ତ୍ତା

୨୦୨୧ ମସିହା ଏପ୍ରିଲ ୨୮ତାରିଖରେ ହୋଇଥିଲା ବଡ ଧରଣର ଭୂକମ୍ପ: ଏହି ଦିନ ଭୟଙ୍କର ଭୂକମ୍ପରେ ଥରିଥିଲା ଆସାମ । ରିକ୍ଟର ସ୍କେଲରେ ତୀବ୍ରତା ୬.୪ ରେକର୍ଡ କରାଯାଇଥିଲା । ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଭୟଙ୍କର ଭୂକମ୍ପ ଯୋଗୁଁ ରାସ୍ତା ଫାଟି ଆଁ କରିଥିଲା । ଅନେକ ସ୍ଥାନରେ ପାଣି ପାଇପ ଫାଟି ରାସ୍ତା ଜଳମଗ୍ନ ହୋଇଥିୂବା ଦୃଶ୍ୟ ସାମ୍ନାକୁ ଆସିଥିଲା । ଭୂକମ୍ପ ଯୋଗୁଁ ଜନଜୀହନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବା ବେଳେ ସ୍ଥାନୀୟବାସିନ୍ଦା ଭୟଭୀତ ହେବା ସହ ଘର ବାହାରକୁ ଚାଲିଆସିଥିଲେ । ପ୍ରାୟ ୧୫ ସେକେଣ୍ଡ ଯାଏଁ ଭୂକମ୍ପ ଅନୁଭୂତ ହୋଇଥିଲା । କେତେକ ସ୍ଥାନରେ ଘର ମଧ୍ୟ ଫାଟ ଦେଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.