ETV Bharat / bharat

ଭୂକମ୍ପରେ ଥରିଲା ଗୁଜୁରାଟ, ଲୋକଙ୍କୁ ଘାରିଲା ତୁର୍କୀ ଭୟ

author img

By

Published : Feb 26, 2023, 8:19 PM IST

ଭୂକମ୍ପ ଝଟକାରେ ଥରିଲା ଗୁଜୁରାଟ । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତାର ୪.୩ ଥିବା ସୂଚନା । ଭୂକମ୍ପ ଝଟକାକୁ ନେଇ ଭୟଭୀତ ଗୁଜରାଟବାସୀ । ଅଧିକ ପଢ଼ନ୍ତୁ

ଗୁଜରାଟରେ ଭୂକମ୍ପ ଝଟକା
ଗୁଜରାଟରେ ଭୂକମ୍ପ ଝଟକା

ରାଜକୋଟ: ଗୁଜୁରାଟରେ ଭୂକମ୍ପ ଝଟକା । ରବିବାର ଅପରାହ୍ନରେ ଗୁଜୁରାଟରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତାର ୪.୩ ଥିବା ସୂଚନା ମିଳିଛି । ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ରାଜକୋଟର ୨୭୦ କିଲୋମିଟର ଉତ୍ତର ପଶ୍ଚିମରେ ରହିଛି । ଅପରାହ୍ନରେ ୩ଟା ୨୧ରେ ଭୂକମ୍ପ ହୋଇଥିବା ସୂଚନା ରହିଛି । ଭୂକମ୍ପ ପରେ କେହି ମୃତାହତ ହେବାର ଖବର ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ ।

  • Earthquake of Magnitude 4.3 occurred on Feb 26 2023, 15:21:12 IST, Lat: 24.61 & Long: 69.96, Depth: 10 Km ,Location: 270km NNW of Rajkot, Gujarat: National Center for Seismology pic.twitter.com/GUNgkJFVG7

    — ANI (@ANI) February 26, 2023 " class="align-text-top noRightClick twitterSection" data=" ">

ତେବେ ଭୂକମ୍ପ ନାଁରେ ହିଁ ତୁର୍କୀର କରୁଣ ଦୃଶ୍ୟ ଆଖି ଆଗକୁ ଚାଲିଆସୁଛି । ଫେବୃଆରି ୬ରେ ତୁର୍କୀର ଓ ସିରିୟାରେ ହୋଇଥିବା ଭୂକମ୍ପରେ ୫୦ ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଧ୍ବଂସ ସ୍ତୁପରେ ପରିଣତ ହୋଇଛି ତୁର୍କୀ । ଲକ୍ଷ ଲକ୍ଷ ଲୋକ ବାସହରା ହୋଇପଡିଥିବା ବେଳେ ହଜାର ହଜାର ଲୋକ ପରିବାରକୁ ହରାଇଛନ୍ତି ।

ତୁର୍କୀକୁ ନେଇ ସମଗ୍ର ବିଶ୍ବରେ ଉଦବେଗ ସୃଷ୍ଟି କରିଥିବା ବେଳେ ଗୁଜୁରାଟରେ ଭୂକମ୍ପ ଝଟକାକୁ ନେଇ ଭୟଭୀତ ଗୁଜୁରାଟବାସୀ । ଗୁଜୁରାଟରେରେ କିଛି ଦିନ ପୂର୍ବରୁ ଅମରେଲିର ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୂଭୁତ ହୋଇଥିବା ନେଇ ସେସମୋଲୋଜି ପକ୍ଷରୁ କୁହାଯାଇଛି ।

କେବଳ ତୁର୍କୀ ନୁହେଁ ନିକଟରେ ବିଭିନ୍ନ ଦେଶରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । କିଛି ଦିନ ତଳେ ଇଣ୍ଡୋନେସିଆରେ ୬.୧ ତୀବ୍ରତାର ଭୂକମ୍ପ ହୋଇଥିଲା । ଏହାସହ ଭାରତର ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫେବ୍ରୁଆରି ୧୯ରେ ଅରୁଣାଚଳ ପ୍ରଦେଶରେ ୩.୮ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୁହାଯାଇଥିଲା ଯେ ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୁଟାନ ସୀମା ନିକଟ ପଶ୍ଚିମ କାମେଙ୍ଗର ୧୦କିଲୋମିଟର ଗଭୀରରେ ଥିଲା ।

ଅଧିକ ପଢ଼ନ୍ତୁ:ପରକୀୟା ପ୍ରୀତିରେ କଣ୍ଟା ସାଜିଲା ଛୁଆ, ପ୍ରେମିକ ସହ ମିଶି ପୁଅକୁ ହତ୍ୟା କଲା ମାଆ

ମଧ୍ୟ-ଉତ୍ତର ଆସାମ ଏବଂ ଭୁଟାନର ପୂର୍ବ ଭାଗରେ କମ୍ପନ ଅନୁଭୂତ ହୋଇଥିବ‌ା ବେଳେ ଏହି ଭୂକମ୍ପରେ କେହି ମୃତାହତ ହେବାର ଖବର ମିଳିନଥିଲା । ଗତ କିଛି ଦିନ ହେବ ଭାରତର ବିଭିନ୍ନ ରାଜ୍ୟରେ ଭୂକମ୍ପ ହେଉଥିବାର ଖବର ମିଳିଛି । ତୁର୍କୀରେ ଭୟଙ୍କର ଭୂକମ୍ପ ସବୁକିଛି ଛାରଖାର କରିଦେବା ପରେ ଏବେ ଭାରତବାସୀଙ୍କ ମନରେ ଭୂକମ୍ପକୁ ନେଇ ଭୟ ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.