ETV Bharat / bharat

Indias First Samudrayaan Mission: 6କିମି ଗଭୀରକୁ ଯିବେ ଭାରତୀୟ ବୈଜ୍ଞାନିକ, ଜୋରସୋରରେ ଚାଲିଛି ନିର୍ମାଣ ପ୍ରକ୍ରିୟା

author img

By

Published : Aug 6, 2023, 9:56 PM IST

ଭାରତର ପ୍ରଥମ ସମୁଦ୍ର ମିଶନ 'ମତ୍ସ୍ୟ 6000' ନିର୍ମାଣର ଅପଡେଟ ଦେଲେ କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରୀ କିରନ ରିଜ୍‌ଜୁ । ଜୋରସୋରରେ ଚାଲିଛି ନିର୍ମାଣ କାମ । ଜାଣନ୍ତୁ କଣ ଏହି ମିଶନ...

India s first manned Deep Ocean Mission
India s first manned Deep Ocean Mission

ନୂଆଦିଲ୍ଲୀ: ଚନ୍ଦ୍ରଯାନ-3 ମିଶନ ପରେ ଏବେ ଗଭୀର ସମୁଦ୍ର ମଧ୍ୟକୁ ଯିବା ଲାଗି ଉଦ୍ୟମ ଜାରି ରଖିଛି ଭାରତ । 2021ରେ ଭାରତର ପ୍ରଥମ ସମୁଦ୍ରାୟନ ମିଶନ ଲଞ୍ଚ କରିବା ପରେ ସବ୍‌ମର୍ସିବଲ 'MATSYA 6000' ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏହି ମିଶନର ସମୁଦ୍ରର ପ୍ରାୟ 6 କିମି ବା 6000 ମିଟର ଗଭୀରକୁ ଯିବେ ଭାରତୀୟ ବୈଜ୍ଞାନିକ । ତେବେ 3 ଜଣ ମନୁଷ୍ୟକୁ ଧରି ସମୁଦ୍ର ଭିତରକୁ ଯିବାକୁ ଥିବା ଏହି ସବ୍‌ମର୍ସିବଲ 'MATSYA 6000' ନିର୍ମାଣ କାର୍ଯ୍ୟ ଜାରି ଥିବ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରୀ କିରନ ରିଜଜୁ ।

  • This is 'MATSYA 6000' submersible under construction at National Institute of Ocean Technology at Chennai. India’s first manned Deep Ocean Mission ‘Samudrayaan’ plans to send 3 humans in 6-km ocean depth in a submersible, to study the deep sea resources and biodiversity… pic.twitter.com/SjGWQ0A1Qm

    — Kiren Rijiju (@KirenRijiju) August 4, 2023 " class="align-text-top noRightClick twitterSection" data=" ">

ମିଶନର ଉଦ୍ଦେଶ୍ୟ: - ଏହି ମିଶନ ଜରିଆରେ ଭାରତ ସମୁଦ୍ରର ଗଭୀର ମଧ୍ୟକୁ ଯାଇ ଲୁକ୍କାୟିତ ଖଣିଜ ସମ୍ପଦ, ଜୈବ ବିବିଧତାର ସନ୍ଧାନ କରିବ । ସବମର୍ସିବଲ 'ମତ୍ସ୍ୟ 6000'ରେ ଅତ୍ୟାଧୁନିକ ଜ୍ଞାନକୌଶଳନରେ ନିର୍ମିତ ଉପକରଣ, ସେନ୍ସର ଆଦି ଲଗାଯାଉଛି । ଏହି ସବମର୍ସିବଲ ମଧ୍ୟରେ 3 ଜଣ ମନୁଷ୍ୟ ବସିବା ଲାଗି ବ୍ୟବସ୍ଥା ହୋଇଛି । ଚେନ୍ନାଇ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନ ଟେକ୍ନୋଲୋଜିଠାରେ ଏହାର ନିର୍ମାଣ ପ୍ରକ୍ରିୟା ଜାରି ରହିଛି ।

ଏହା ବି ପଢନ୍ତୁ- ଲଞ୍ଚ ହେଲା ଭାରତ ପ୍ରଥମ ମାନବ ମହାସାଗର ମିଶନ ‘ସମୁଦ୍ରାୟନ’

ଗଭୀର ସମୁଦ୍ରରେ 12 ଘଣ୍ଟା କାମ କରିବାର କ୍ଷମତା:- 'ମତ୍ସ୍ୟ 6000' ଗଭୀର ସମୁଦ୍ର ମଧ୍ୟରେ ପ୍ରାୟ 12 ଘଣ୍ଟା ପର୍ଯ୍ୟନ୍ତ ରହିପାରିବ । ତଥାପି କୌଣସି ବିପଦକାଳୀନ ସ୍ଥିତିରେ ଏହି ସବମର୍ସିବଲ ମଧ୍ୟରେ ଥିବା ମନୁଷ୍ୟଙ୍କୁ ସୁରକ୍ଷା ଯୋଗାଇବାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ ହୋଇଛି । ଏହି ମିଶନ ଆସନ୍ତା 2026 ପର୍ଯ୍ୟନ୍ତ ଲାଗୁ ହେବାର ଯୋଜନା ରହିଛି । ଗଭୀର ସମୁଦ୍ର ମିଶନ ମଧ୍ୟରେ ଏହି ସମୁଦ୍ରାୟନ ମିଶନ ସାମିଲ ରହିଛି । ଏହି ମିଶନ ଲାଗି ପ୍ରାୟ 4077 କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ସରକାର ।

ଏହା ବି ପଢନ୍ତୁ- 2024 ସୁଦ୍ଧା ଲଞ୍ଚ ହେବ ଗଭୀର ସମୁଦ୍ରଯାନ MATSYA 6000

ବ୍ଲୁ ଇକୋନୋମି ନୀତିକୁ ସମର୍ଥନ:- ଗଭୀର ସମୁଦ୍ର ମଧ୍ୟରେ ସନ୍ଧାନ କରିବାଲ ଲାଗି ଏହି ଯୋଜନା ଆରମ୍ଭ ହୋଇି । ଏହା କେନ୍ଦ୍ର ସରକାରଙ୍କ ବ୍ଲୁ ଇକୋନୋମି ନୀତିକୁ ସମର୍ଥନ କରିଥାଏ । ସମୁଦ୍ରାୟନ ମିଶନର ମୂଳ ଉଦ୍ଦେଶ୍ୟ ହେଉଛି ସମୁଦ୍ର ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା ଖଣିଜ ପଦାର୍ଥର ଉପଯୋଗ କରି ଦେଶର ଅଭିବୃଦ୍ଧି କରିବା ଏବଂ ସମୁଦ୍ର ମଧ୍ୟରେ ଥିବା ଜୈବ ବିବିଧତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା । ଏଥିଲାଗି ବୈଜ୍ଞାନିକମାନେ ନିରନ୍ତର ଭାବେ ଉଦ୍ୟମ ଜାରି ରଖିଛନ୍ତି ।

ସୂଚନା ଥାଉ କି 2024 ସୁଦ୍ଧା ଭାରତର ପ୍ରଥମ ମନୁଷ୍ୟକୃତ ସମୁଦ୍ର ଯାନ MATSYA 6000 ଗଭୀର ସମୁଦ୍ରକୁ ଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ଏହି ଅନନ୍ୟ ମହାସାଗର ମିଶନ ଆରମ୍ଭ ହେବା ପରେ ଭାରତ ଋଷ୍‌, ଆମେରିକା, ଜାପାନ, ଫ୍ରାନ୍ସ ଏବଂ ଚୀନ ଭଳି ଦେଶର କ୍ଲବରେ ସାମିଲ ହୋଇପାରିବ । 2.1 ବ୍ୟାସାର୍ଦ୍ଧ ବିଶିଷ୍ଟ ଏହି ଯାନ ସମୁଦ୍ର ମଧ୍ୟରେ 12 ଘଣ୍ଟା ଯାତ୍ରା କରିପାରିବ ଏପରି ଜରୁରୀ ପରିସ୍ଥିତିରେ ଅତିରିକ୍ତ 96 ଘଣ୍ଟା ମଧ୍ୟ ରହିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.