ETV Bharat / bharat

SCO Summit 2023: ଆତଙ୍କବାଦୀ ପ୍ରସଙ୍ଗରେ ବର୍ଷିଲେ ଏସ.ଜୟଶଙ୍କର - ଏସସିଓ ବୈଦେଶିକ ମନ୍ତ୍ରୀ ସମ୍ମିଳନୀ

ଗୋଆରେ ଏସସିଓ ବୈଦେଶିକ ମନ୍ତ୍ରୀ ସମ୍ମିଳନୀ ଆରମ୍ଭ ହୋଇଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଘେରିଛନ୍ତି । ଅଧିକ ପଢନ୍ତୁ

EAM Dr S Jaishankar at SCO Summit
SCO Summit in Goa
author img

By

Published : May 5, 2023, 12:39 PM IST

ପାଣାଜୀ: ଗୋଆରେ ସଂଘର ସହଯୋଗ ସଂଗଠନ ସମ୍ମିଳନୀ ବା ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ବୈଦେଶିକ ମନ୍ତ୍ରୀ ଯୋଗ ଦେଇଛନ୍ତି । ସମ୍ମିଳନୀରେ ପ୍ରାୟ 15ଟି ଗୁରୁତ୍ବପୂର୍ଣ୍ଣ ବୁଝାମୁଣା ଉପରେ ଆଲୋଚନା ହୋଇଛି । ଚଳିତ ବର୍ଷ ଭାରତ ଏସସିଓ ସଂଗଠନର ଅଧ୍ୟକ୍ଷତା କରିଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସମ୍ମିଳନୀରେ ନେତୃତ୍ବ ନେଇଛନ୍ତି । ଆତଙ୍କବାଦ ବିରୋଧୀ ରଣନୀତି ଓ ସହଯୋଗ, ବାଣିଜ୍ୟ ବ୍ୟବସାୟ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ବୈଠକରେ ଆତଙ୍କବାଦୀ ପ୍ରସଙ୍ଗ ଉଠାଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।

  • #WATCH | EAM Dr S Jaishankar welcomes Pakistan's Foreign Minister Bilawal Bhutto Zardari for the Meeting of the SCO Council of Foreign Ministers in Goa pic.twitter.com/TVe0gzml1U

    — ANI (@ANI) May 5, 2023 " class="align-text-top noRightClick twitterSection" data=" ">

ଉଠିଲା ଆତଙ୍କବାଦୀ ପ୍ରସଙ୍ଗ: ଏସସିଓ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଆତଙ୍କବାଦୀ ପ୍ରସଙ୍ଗ ଉଠାଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ପାକିସ୍ତାନ, ଚୀନ ସମେତ ସମସ୍ତ ସଦସ୍ୟ ଦେଶ ସାମ୍ନାରେ ଭାରତ ସୀମାରେ ଆତଙ୍କବାଦୀକୁ ବରଦାସ୍ତ କରାଯିବ ନାହିଁ ବୋଲି ସଫା ସଫା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ସହ ଲଢିବାକୁ ହେବ । ଏବେ ସୁଦ୍ଧା ଆତଙ୍କବାଦୀକୁ ହରାଯାଇ ପାରିନାହିଁ । ଆତଙ୍କବାଦ ସହ ଆମର ମୁକାବିଲା ପ୍ରଥମ ପ୍ରାଥମିକତା । ସୀମାରୁ ଆତଙ୍କବାଦ ବନ୍ଦ ହେବା ଦରକାର ।

ଏସ ଜୟଶଙ୍କର ଆହୁରି କହିଛନ୍ତି,'' ଆତଙ୍କବାଦ ଏକ ବିପଦ । ଏହା ବନ୍ଦ ଦେବା ଦରକାର । ଆତଙ୍କବାଦକୁ ପ୍ରୋତ୍ସାହନ ବନ୍ଦ କରାଯାଉ । ସୀମାରୁ ଆତଙ୍କବାଦ ବନ୍ଦ ହେବା ନାଁ ନେଉନାହିଁ । ଆତଙ୍କବାଦର ମୁକାବିଲା କରିବା ଏସସିଓର ମୂଳ ଉଦ୍ଦେଶ୍ୟ ମଧ୍ୟରୁ ଗୋଟିଏ । ଯେବେ ବିଶ୍ବ କୋଭିଡ ସହ ଲଢୁଥିଲା ଆତଙ୍କବାଦର ବିପଦ ମଧ୍ୟ ରହିଥିଲା ଏଥିରେ ସୀମା ପାର ଆତଙ୍କବାଦୀ ସାମିଲ ଥିବା ପାକିସ୍ତାନ ନାଁ ନନେଇ ଏହା କହିଛନ୍ତି ଏସ. ଜୟଶଙ୍କର ।

ଏହା ବି ପଢନ୍ତୁ...ମାଟ୍ରିକ ପରୀକ୍ଷା ବେଳେ ସ୍କୁଲରେ ଗୁଳିକାଣ୍ଡ, ୮ ଶିକ୍ଷକ ମୃତ

ଏହା ବି ପଢନ୍ତୁ...Russia-Ukraine War: ଖେରସନରେ ଋଷ ସେନାର ଆକ୍ରମଣ, ୨୧ ମୃତ

  • EAM Dr S Jaishankar welcomes Foreign Ministers of Kyrgyzstan, Kazakhstan, Uzbekistan and Tajikistan for the Meeting of the SCO Council of Foreign Ministers in Goa pic.twitter.com/Ft02racf2R

ଗୋଆରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ: ଗୋଆରେ ଅନୁଷ୍ଠିତ ଏସସିଓ ସଂଗଠନ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ପାକିସ୍ତାନ ସାମିଲ ହୋଇଛି । ଚଳିତ ବର୍ଷ ଭାରତ ଏହି ସମ୍ମିଳନୀ ଅଧ୍ୟକ୍ଷତା କରୁଥିବାରୁ ନୂଆଦିଲ୍ଲୀ ଏସସିଓ ପ୍ରୋଟୋକଲ ଅନୁଯାୟୀ ଏସସିଓର ସମସ୍ତ ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏହିକ୍ରମରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲୱାଇ ଭୁଟ୍ଟୋ ଜର୍ଦ୍ଦାରୀ ସମ୍ମିଳନୀ ପାଇଁ ଭାରତରେ ପହଞ୍ଚିଥିଲେ । ଗୋଆରେ ହୋଇଥିବା ଏସସିଓ ବୈଠକରେ ଯୋଗ ଦେଇଛନ୍ତି ।

  • #WATCH | The menace of terrorism continues unabated. We firmly believe that there can be no justification for terrorism and it must be stopped in all its forms and manifestations including cross-border terrorism. Combating terrorism is one of the original mandates of SCO...: EAM… pic.twitter.com/xsdqz1Tz0I

ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ତାଙ୍କୁ ବୈଠକକୁ ସ୍ବାଗତ କରିଥିବା ଦେଖିବାକୁ ମିଳିଛି । ଭାରତ-ପାକିସ୍ତାନ ସାମ୍ପ୍ରତିକ କୂଟନୈତିକ ସମ୍ପର୍କ ମଧ୍ୟରେ ବିଲୱାଇ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ଭାରତ ଗସ୍ତକୁ ନେଇ ଚର୍ଚ୍ଚା ହେଉଛି । ପ୍ରାୟ 12 ବର୍ଷ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଆସିଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କ ବିଲୱାଇ ଭୁଟ୍ଟୋ ଜର୍ଦ୍ଦାରୀ ହାତ ମିଳାଇବା ପରିବର୍ତ୍ତେ କେବଳ ନମସ୍କାର କରି ତାଙ୍କୁ ବୈଠକକୁ ସ୍ବାଗତ କରିଥିବା ଦେଖିବାକୁ ମିଳିଛି ।

ଏସସିଓ କଣ: 2001 ଜୁନ 15ରେ ଏସସିଓର ସ୍ଥାପନା ହୋଇଥିଲା । ଏହା ସ୍ଥାପନା ସଦସ୍ୟ ଦେଶ ମଧ୍ୟରେ ଆର୍ଥିକ, ରାଜନୈତିକ ଏବଂ ସୈନ୍ୟ ସହଯୋଗକୁ ବଢାଇବା ଉଦ୍ଦେଶ୍ୟରେ ହୋଇଥିଲା । ଭାରତ, ଋଷ, ଚୀନ, ପାକିସ୍ତାନ, କାଜାକିସ୍ଥାନ, କିର୍ଗିସ୍ତାନ, ତାଜାକିସ୍ଥାନ ଏବଂ ଉଜବେକିସ୍ଥାନ ସଂଗଠନ ସଦସ୍ୟ ଭାବେ ରହିଛନ୍ତି । ପ୍ରତିବର୍ଷ ଏହି ବୈଠକ ଅନୁଷ୍ଠିତ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.