ରାୟପୁର: ଛତିଶଗଡ ପୋଲିସର ବହୁତ ବଡ ଖୁଲାସା । ଦୁର୍ନୀତିର ମାଷ୍ଟର ପାଲଟିଲେ ଛତିଶଗଡ ସରକାରର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ADG) । ବରିଷ୍ଠ ଆଇପିଏସ ଅଫିସର ଜିପି ସିଂହ କୋଟି କୋଟି ଟଙ୍କାର ଅବୈଧ କାରବାର ସଂପୃକ୍ତ ରହିଥିବା ନେଇ ଖୁଲାସା କରିଛି ଛତିଶଗଡ ଆଣ୍ଟି କର୍ପୋରେସନ ୟୁନିଟ (ACB) ଓ ଅର୍ଥନୈତିକ ଅପରାଧିକ ଶାଖା (EOW) । ବାସଭବନରେ ଲାଗିଥିବା ସିସିଟିଭି ଡିଭିଆର ହଜିଯାଇଥିବା ତଥ୍ୟ ସାମନାକୁ ଆସିଛି ।
ଛତିଶଗଡ ସରକାର ବରିଷ୍ଠ ଆଇପିଏସ ଅଫିସରଙ୍କ କଳା କାରନାମା ସାମନାକୁ ଆସିଛି । ଆଇପିଏସ ଅଫିସର ଜିପି ସିଂହ ତଥା ଗୁରୁଜିନ୍ଦର ପାଲ ସିଂହ ବିରୋଧରେ ବିଭିନ୍ନ ଦୁର୍ନିୀତି ମାମଲାରେ ସଂପୃକ୍ତ ନେଇ ଅଭିଯୋଗ ହୋଇଥିଲା । ସେ ଅର୍ଥନୈତିକ ଅପରାଧିକ ଶାଖା(EOW) ର ମୁଖ୍ୟ ଥିବା ସମୟରେ ଧମକାଇବା ଏବଂ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଥିଲ । ପ୍ରାଥମିକ ଯାଞ୍ଚ ଅନୁସାରେ ତାଙ୍କ ବିରୋଧରେ ପ୍ରମାଣ ଓ ତଥ୍ୟ ଅଧାରରେ ମାମଲା ରୁଜୁ କରାଯାଇଥିଲା । ଏହା ପରେ ଛତିଶଗଡ EOW ଓ ACB ଖୋଳତାଡ ଆରମ୍ଭ କରିଥିଲା । 5 କୋଟିରୁ ଅଧିକ ଟଙ୍କା ଅବୈଧ ଭାବରେ କାରବାର ହୋଇଥିବା ଜଣାପଡିଥିଲା। ଏହା ସହ ଗତ ଜୁଲାଇ 1 ତାରିଖରେ ଆଇପିଏସଙ୍କ ବାସଭବନ ସମେତ ଏକାସାଙ୍ଗରେ 10 ଟି ସ୍ଥାନରେ ଚଢାଉ କରିଥିଲା EOW ଓ ACB । ତାଙ୍କ ନାମରେ ସମ୍ପତ୍ତି ରାୟପୁର, ଭିଲାଇ, ରାଜନନ୍ଦଗାଁ ସମେତ ଓଡିଶାରେ ବିପୁଳ ପରିମାଣରେ ବେନାମି ସମ୍ପତି ରହିଥିବା ଜଣାପଡିଛି । ସେପଟେ ତାଙ୍କ ବାସଭବନରେ ଲାଗିଥିବା ସିସିଟିଭି ଡିବିଆର ହଜିଯାଇଥିବା ତଥ୍ୟ ସାମନାକୁ ଆସିଛି ।
ସୂଚନାଥାଉକି 1994 ବ୍ୟାଚର ଆଇପିଏସ ଅଫିସର ଗୁରୁଜିନ୍ଦର ପାଲ ସିଂହ ଛତିଶଗଡର ବିଭିନ୍ନ ଜିଲ୍ଲାରେ ଏସପି ଭାବରେ କାର୍ଯ୍ୟ କରିଛନ୍ତି । ଏହା ସହ ସେ ବିଳାସପୁର, ଦୁର୍ଗ, ରାୟପୁର ଓ ଜିଲାର ଆଇଜିପି ଭାବରେ ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ରାଜ୍ୟ ଅର୍ଥନୈତିକ ଅପରାଧର ଶାଖା ସହ ଆଣ୍ଟି କୋରପସନ ୟୁନିଟର ମୁଖ୍ୟ ଭାବରେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ