ETV Bharat / bharat

ମଝି ଆକାଶରେ ଅସୁସ୍ଥ ହୋଇପଡିଲେ ଯାତ୍ରୀ, ପାକିସ୍ତାନରେ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ମେଡିକାଲ ଏମର୍ଜେନ୍ସି ପାଇଁ କରାଚିରେ ଜୁରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 16, 2023, 7:42 AM IST

Air India Express flight
Air India Express flight

ନୂଆଦିଲ୍ଲୀ: ଉଡନ୍ତା ବିମାନରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା । ପାକିସ୍ତାନରେ ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ । ମେଡିକାଲ ଏମର୍ଜେନ୍ସି ପାଇଁ ଦୁବାଇରୁ ଅମୃତସର ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନ କରାଚିରେ ଜୁରୁରୀ ଅବତରଣ କରିଛି। ଏନେଇ ଏୟାରଲାଇନ୍ସ ମୁଖପାତ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଦୁବାଇରୁ ଅମୃତସର ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଥିଲା । ମେଡ଼ିକାଲରେ ଭର୍ତ୍ତି କରାଯିବା ପାଇଁ ଅମୃତସର ପରିବର୍ତ୍ତେ କରାଚିରେ ଜରୁରୀ ଅବତରଣ କରିଥିଲା ବିମାନ । ଏହାପରେ ଯାତ୍ରୀ ଜଣଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ଯାତ୍ରୀଙ୍କୁ ଚିକିତ୍ସା ସରିବା ପରେ କରାଚିରୁ ଅମୃତସର ବିମାନ ଉଡାଣ କରିଥିଲା ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର କହିଛନ୍ତି ଯେ, ଦୁବାଇ-ଅମୃତସର ବିମାନରେ ବସିଥିବା ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା । ମେଡିକାଲ ଏମର୍ଜେନ୍ସି ପାଇଁ ଅମୃତସର ପରିବର୍ତ୍ତେ କରାଚି ଅଭିମୁଖେ ଯାତ୍ରା କରିଥିବା ବିମାନ । ରବିବାର ସକାଳ 8.51ଟାରେ ଦୁବାଇରୁ ବାହାରି 12ଟା 30ରେ କରାଚିରେ ଅବତରଣ କରିଥିଲା ଏୟାର ଇଣ୍ଡିଆ ବିମାନ ।

ଏହା ମଧ୍ୟ ପଡନ୍ତୁ-ମଝି ଆକାଶରେ ବିଗିଡିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟ, ଦିଲ୍ଲୀ ବଦଳରେ ଭୋପାଳରେ ଅବତରଣ କଲା ବିମାନ

ଏହାପରେ ଯାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା । କରାଚିରେ ଥିବା ବିମାନବନ୍ଦର ଡାକ୍ତର ଆବଶ୍ୟକୀୟ ଔଷଧ ସେବନ ପାଇଁ ଯାତ୍ରୀ ଜଣଙ୍କୁ ଦେଇଥିଲେ । ଚିକିତ୍ସା ସରିବା ପରେ ପୁଣି ଅମୃତସର ଅଭିମୁଖେ ଉଡାଣ କରିଥିଲା ବିମାନ। । ତେବେ କିଏ ସେହି ଯାତ୍ରୀ , ତାଙ୍କର ନାମ କଣ, ତାଙ୍କର କ'ଣ ହୋଇଥିଲା ସେନେଇ ଏୟାରଲାଇନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କେବଳ ମେଡିକାଲ ଏମର୍ଜେନ୍ସି କାରଣରୁ ବିମାନ କରାଚିରେ ଅବତରଣ କରିଥିବା କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଯୋଧପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ, ହସ୍ପିଟାଲ ନେବା ରାସ୍ତାରେ ଆଖିବୁଜିଲେ ମହିଳା ଯାତ୍ରୀ

ଚଳିତ ବର୍ଷ ଫେବୃଆରୀ ମାସରେ ବି ଇଣ୍ଡିଗୋ ବିମାନ 6E 2407 କୋଚି ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା । କିନ୍ତୁ ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ମଝି ଆକାଶରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହି କାରଣରୁ ପାଇଲଟ ଦିଲ୍ଲୀ ବଦଳରେ ଭୋପାଳ ବିମାନ ବନ୍ଦରରେ ବିମାନ ଅବତରଣ କରିଥିଲେ । ଏହାପରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.