ETV Bharat / bharat

Gujarat Assembly Poll Result: କାମ କଲା ବିଜେପିର ରଣନୀତି, ଆଦିବାସୀ ଭୋଟ୍‌ ବ୍ୟାଙ୍କ୍‌ ହରାଇଲା କଂଗ୍ରେସ

ଏଥର ନିର୍ବାଚନରେ କଂଗ୍ରେସକୁ ଗୁଜରାଟରେ ଆଦିବାସୀ ଭୋଟ୍‌ ହରାଇବାକୁ ପଡ଼ିଛି । ୨୭ଟି ଆଦିବାସୀ ବିଧାନସଭା ଆସନରୁ ୨୩ଟିରେ ବିଜେପି ବିଜୟ ହାସଲ କରିଥିବା ବେଳେ ୩ଟି କଂଗ୍ରେସ ବିଜୟ ହାସଲ କରିଛି । ଅଧିକ ପଢ଼ନ୍ତୁ

due to BJP strategy congress lost tribal votes in Gujarat
Gujarat Assembly Poll Result: କାମ କଲା ବିଜେପିର ରଣନୀତି, ଆଦିବାସୀ ଭୋଟ୍‌ ବ୍ୟାଙ୍କ୍‌ ହରାଇଲା କଂଗ୍ରେସ
author img

By

Published : Dec 9, 2022, 4:50 PM IST

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନରେ ଇତିହାସର ସର୍ବବୃହତ ବିଜୟ ହାସଲ କରିଛି ବିଜେପି । ଏଥର ନିର୍ବାଚନରେ କଂଗ୍ରେସକୁ ଗୁଜରାଟରେ ଆଦିବାସୀ ଭୋଟ୍‌ ହରାଇବାକୁ ପଡ଼ିଛି । ୨୭ଟି ଆଦିବାସୀ ବିଧାନସଭା ଆସନରୁ ୨୩ଟିରେ ବିଜେପି ବିଜୟ ହାସଲ କରିଥିବା ବେଳେ ୩ଟି କଂଗ୍ରେସ ବିଜୟ ହାସଲ କରିଛି । ମୋଟ ୧୫୬ଟି ଆସନ କବ୍‌ଜା କରି ବିଜେପି ଐତିହାସିକ ବିଜୟ ହାସଲ କରିଛି । ଆପ୍‌ କଂଗ୍ରେସ ପାଇଁ ମୁଖ୍ୟ ଖଳନାୟକ ସାବ୍ୟସ୍ତ ହୋଇଛି ।

ବିଜେପିର ସଠିକ ରଣନୀତି ସାମ୍ନାରେ ଫେଲ୍‌ ମାରିଛି କଂଗ୍ରେସ । ତେବେ ଆଦିବାସୀ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ବିକାଶ ପହଞ୍ଚିଥିବା ମନେ ହେଉନାହିଁ । କଂଗ୍ରେସର ଆଦିବାସୀ ଭୋଟ୍‌ ବ୍ୟାଙ୍କ୍‌ ଏବେ ବିଜେପି ଖାତାକୁ ଯାଇଛି । ଏହି ଭୋଟ ବ୍ୟାଙ୍କ୍‌କୁ ହାତେଇବାକୁ ବିଜେପି ବହୁ ପ୍ରୟାସ କରିଥିଲା । ଯାହାର ଫଳ ଦଳକୁ ମିଳିଛି । ଦକ୍ଷିଣ ଗୁଜରାଟର ଆଦିବାସୀ ଅଞ୍ଚଳରେ ଜୋରଦାର ପ୍ରଚାର କରିଥିଲେ ବିଜେପି ନେତୃତ୍ବ । କିନ୍ତୁ ଉତ୍ତର ମଧ୍ୟ ଆଦାବାସୀ ଇଲାକାରେ କଂଗ୍ରେସ ତାର ଜୋର ଦେଖାଇବାରେ ସକ୍ଷମ ହୋଇଛି । ୨୦୧୭ର କଥା କହିଲେ, କଂଗ୍ରେସ ୨୭ଟି ଆସନ ମଧ୍ୟରୁ ୧୫ଟିରେ ବିଜୟ ହାସଲ କରିଥିଲା । ଏଠାରେ ବିଜେପି ମାତ୍ର ୧୨ଟି ସିଟ୍‌ରେ ବିଜୟ ହାସଲ କରିଥିଲା । କିନ୍ତୁ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପିର ଆଦିବାସୀ ଭୋଟ ବ୍ୟାଙ୍କ୍‌ରେ ଲାଭ ହୋଇଛି ।

ଆଦିବାସୀ ଭୋଟ୍‌ ବ୍ୟାଙ୍କ୍‌ ହାତେଇବାକୁ ବିଜେପି କପରାଡାର ଜିତୁ ଚୌଧୁରୀ, ଖେଡ଼ବ୍ରହ୍ମାର ଅଶ୍ବିନ୍‌ କୋତୱାଲ, ଛୋଟାଉଦୟପୁର ମୋହନସିଂହ ରାଠୱା ଭଳି ପୁରୁଖା ନେତାଙ୍କୁ ମୈଦନାକୁ ଓହ୍ଲାଇଥିଲା । ଯାହାଫଳରେ ମୋହନସିଂହ ରାଠୱାଙ୍କ ପୁଅ ଏଠାରେ ବିପୁଳ ବିଜୟ ହାସଲ କରିଛି । ପାୱି ତେଜପୁର ଆସନରେ ଦୀର୍ଘ ବର୍ଷ କଂଗ୍ରେସର ସୁଖରାମ ରାଠୱାଙ୍କ କବ୍‌ଜା ଥିଲା । କିନ୍ତୁ ଚଳିତ ନିର୍ବାଚନରେ ତାଙ୍କୁ ଏହି ସିଟ୍‌ରୁ ହାରିବାକୁ ପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.