ETV Bharat / bharat

ଡାର୍କ୍‌ ଓ୍ବେବରେ ଅର୍ଡର କଲେ ପାର୍ସଲରେ ବିଦେଶରୁ ଆସୁଥିଲା ଡ୍ରଗ୍ସ, ଧରିଲା ଅହମ୍ମଦାବାଦ ପୋଲିସ

author img

By ETV Bharat Odisha Team

Published : Oct 1, 2023, 1:01 PM IST

ପାର୍ସଲରେ ବିଦେଶରୁ ଆସୁଥିଲା ଗଞ୍ଜେଇ ଓ ଡ୍ରଗ୍ସ । ଡାର୍କ ଓ୍ବେବ ମାଧ୍ୟମରେ ହେଉଥିଲା ଅର୍ଡର । ହାଇପ୍ରୋଫାଇଲ ଅନ୍ତର୍ଜାତୀୟ ଡ୍ରଗ୍ସ ଲିଙ୍କ ମାମଲାରେ ପୋଲିସକୁ ବଡ ସଫଳତା । ପାଖାପାଖି 50 ଲକ୍ଷ ଟଙ୍କାର ଡ୍ରଗ୍ସ ଓ ଗଞ୍ଜେଇ ଜବତ । ତଦନ୍ତ ଜାରି

ଓ୍ବେବରେ ଅର୍ଡର କଲେ ପାର୍ସଲରେ ବିଦେଶରୁ ଆସୁଥିଲା ଡ୍ରଗ୍ସ,

ଅହମ୍ମଦାବାଦ: ଅନ୍ତର୍ଜାତୀୟ ଡ୍ରଗ୍ସ କାରବାର ଲିଙ୍କରେ ଅହମ୍ମଦାବାଦ ସାଇବର ପୋଲିସ ଓ ସୀମା ଶୁଳ୍କ ବିଭାଗକୁ ବଡ଼ ସଫଳତା । ସାଇବର କ୍ରାଇମ୍‌ ପୋଲିସ ଓ କଷ୍ଟମ ବିଭାଗ ମିଳିତ ଭାବେ ଡ୍ରଗ୍ସ କାରବାରର ଅନ୍ତର୍ଜାତୀୟ ଲିଙ୍କ୍‌ର ଫର୍ଦ୍ଦାଫାସ କରିଛନ୍ତି । ଏହି ମାମଲାରେ କୌଣସି ଅଭିଯୁକ୍ତକୁ ଗିରଫ କରାଯାଇନଥିଲେ ମଧ୍ୟ ବହୁ ପରିମାଣର କୋକେନ ଓ ଗଞ୍ଜେଇ ଜବତ ହୋଇଛି । ତେବେ କୋରିଅର ମାଧ୍ୟମରେ ଏହି ଗଞ୍ଜେଇ ଓ କୋକେନଗୁଡିକ ବିଦେଶରୁ ଗୁଜରାଟର ଅହମ୍ମଦାବାଦକୁ ପଠାଯାଇଥିଲା । ଏହି ଡ୍ରଗ୍ସ ଲିଙ୍କ୍‌ ଆମେରିକା, କାନାଡ଼ା, ଥାଇଲ୍ୟାଣ୍ଡ ସହ 5ଟି ଦେଶ ସହ ରହିଥିବା ପୋଲିସ ଜାଣିବାକୁ ପାଇଛି ।

ଅତି ଚତୁରତାର ସହ ଗୋଟିଏ ଦେଶରୁ ଅନ୍ୟ ଏକ ଦେଶକୁ ଏହି ଡ୍ରଗ୍ସ ଚୋରାଚାଲାଣ ହେଉଥିଲା । କୋରିଅର ମାଧ୍ୟମରେ ବହି, ନୋଟପ୍ୟାଡ୍ ଓ ଖେଳନା ଭିତରେ ଏହି ଡ୍ରଗ୍ସ ଓ ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା । ତେବେ ବିଶେଷ ସୁତ୍ରରୁ ଖବର ପାଇ ଅହମ୍ମଦାବାଦ ସାଇବର ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲା । ଶନିବାର ଦିନ ଅହମ୍ମଦାବାଦର ବିଦେଶୀ ଡାକଘରରୁ ସନ୍ଦିଗ୍ଧ ପାର୍ସଲଗୁଡ଼ିକର ଯାଞ୍ଚ କରିଥିଲେ ସାଇବର କ୍ରାଇମ୍‌ ଓ କଷ୍ଟମ ବିଭାଗ । ଏହି ଯାଞ୍ଚ ବେଳେ ପାର୍ସଲରୁ 2.31ଗ୍ରାମର କୋକିନ ଓ 5. 970 କିଲୋଗ୍ରାମର ଗଞ୍ଜେଇ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ 50ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ।

ଏହାମଧ୍ୟ ପଢନ୍ତୁ... ବିଦେଶୀ ଜେଲରୁ ମୁକୁଳି ଭାରତ ଫେରିଲେ କ୍ରିସନ, ଡ୍ରଗ୍ସ ମାମଲାରେ ହୋଇଥିଲେ ଗିରଫ

ଡାର୍କ ଓ୍ବେବ୍‌ରୁ ଅର୍ଡର: ତେବେ ଏହି ଡ୍ରଗ୍ସ ଆମେରିକା ଓ କାନାଡା ଭଳି ଦେଶରୁ ଅହମ୍ମଦାବାଦ ସହରକୁ ପଠାଯାଉଥିଲା । ସୋସିଆଲ ମିଡିଆ ଓ ଡାର୍କ ଓ୍ବେବ ଜରିଆରେ ଅର୍ଡର ଦିଆଯାଇ ଡାର୍କ ଓ୍ବେବରୁ ଡ୍ରଗ୍ସ କାରବାର ଚାଲିଥିଲା । ଜବତ ହୋଇଥିବା 20ଟି ପାର୍ସଲ ମଧ୍ୟରୁ 18ଟି ଆମେରିକାରୁ ଆସିଥିବା ବେଳେ ଅନ୍ୟ 2ଟି ପାର୍ସଲ ଥାଇଲ୍ୟାଣ୍ଡ ଓ କାନାଡାରୁ ଆସିଥିଲା ।

ଭୁଲ ଠିକଣାରେ ପଠାଯାଉଥିଲା ପାର୍ସଲ: ତେବେ ଜବତ କରାଯାଇଥିବା ସମସ୍ତ ପାର୍ସଲ ଗୁଡିକରେ ଭୁଲ ନାଁ ଓ ଭୁଲ ଠିକଣା ଲେଖାଯାଇଥିବା ବେଳେ ଠିକଣା ସ୍ଥାନରେ ପହଞ୍ଚିବା ପୂର୍ବରୁ ହିଁ ସେହି ପାର୍ସଲଗୁଡିକୁ ରିସିଭର ନେଇଯାଉଥିବା ପୋଲିସ ଜାଣିବାକୁ ପାଇଛି । ତେବେ ବିଭିନ୍ନ ଦିଗରୁ ପୋଲିସ ତଦନ୍ତ ଜାରି ରଖିଛି । ଯେଉଁ କୋରିଅର କମ୍ପାନୀରୁ ଏହି ପାର୍ସଲ ପଠାଯାଇଥିଲା ତାକୁ ନେଇ ଯାଞ୍ଚ ଆରମ୍ଭ କରିଦେଇଛି ସାଇବର ପୋଲିସ । ସେହି କମ୍ପାନୀ କେତୋଟି ପାର୍ସଲ କେଉଁଠିକି ପଠାଇଛି ସେ ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି । ଏହି ପାର୍ସଲର ଚେର କେଉଁ ଯଏ ଲମ୍ୱିଛି ତାହାର ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ.. କେରଳ ଉପକୂଳରୁ 12 ହଜାର କୋଟିର ଡ୍ରଗ୍ସ ଜବତ, ପାକିସ୍ତାନୀ ନାଗରିକ ଗିରଫ

ଖଲିସ୍ତାନୀ ଆତଙ୍କବାଦୀଙ୍କ ଲିଙ୍କ ନେଇ ଯାଞ୍ଚ: ଏହି ମାମଲାରେ କାନାଡା, ଆମେରିକା ସମେତ 3ଟି ଦେଶର ନାଁ ସାମ୍ନାକୁ ଆସିଛି । ତେବେ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଖଲିସ୍ତାନୀ ଆତଙ୍କୀର ହାତ ରହିଛି ନା ନାହିଁ ସେ ଦିଗରୁ ମଧ୍ୟ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.