ETV Bharat / bharat

Presidential Polls: ଆଜି ରାଞ୍ଚି ଯିବେ ଦ୍ରୌପଦୀ ମୁର୍ମୁ, ଲୋଡିବେ ସମର୍ଥନ

ଆଜି ରାଞ୍ଚି ଗସ୍ତରେ ଯିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥନ ଲୋଡ଼ିବେ । ଅଧିକ ପଢନ୍ତୁ

author img

By

Published : Jul 4, 2022, 8:40 AM IST

Presidential Election: ଆଜି ରାଞ୍ଚି ଯିବେ ଦ୍ରୌପଦୀ ମୁର୍ମୁ, ଲୋଡିବେ ସମର୍ଥନ

ନୂଆଦିଲ୍ଲୀ: ଜୁଲାଇ ୧୮ରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ଆଜି ରାଞ୍ଚି ଗସ୍ତରେ ଯିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସେଠାରେ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମର୍ଥନ ଲୋଡ଼ିବେ । ଝାଡଖଣ୍ଡର ଜେଏମଏମ ମୁଖ୍ୟ ଶିବୁ ସୋରେନ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି।

ଝାଡଖଣ୍ଡର କିଛି କଂଗ୍ରେସ ନେତା ଦ୍ରୌପଦୀଙ୍କୁ ସମର୍ଥନ କରୁଥିବା ମଧ୍ୟ ସଙ୍କେତ ରହିଛି । ଅନେକ ଦଳ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ବକୁ ସମର୍ଥନ ଜଣାଇଥିବା ବେଳେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) କାହାକୁ ସମର୍ଥନ କରିବ ସେନେଇ କୌଣସି ମତ ପ୍ରକାଶ ପାଇନାହିଁ । ତେଣୁ ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଷ୍ଟ୍ରପତି ପଦ ପାଇଁ କେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି ତାହା ଘୋଷଣା କରିବାର ସମ୍ଭାବନା ରହିଛି । ସେହିପରି ଆଜି ରାଞ୍ଚିରେ ଥିବା ବିଜେପିର ମୁଖ୍ୟକାର୍ଯ୍ୟାଳୟ ମଧ୍ୟ ପରିଦର୍ଶନ କରିବେ ଦ୍ରୌପଦୀ ।

ଜୁନ25 ରେ ଜେଏମଏମର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ସମେତ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବେ ଏବଂ ପରେ ଦଳ ନିଷ୍ପତ୍ତି ନେବ ବୋଲି ଆଲୋଚନା ହୋଇଥିଲା । ଏହାପରେ ଜୁନ ୨୭ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପାଇଁ କେଉଁ ପାର୍ଟିକୁ ସମର୍ଥନ କରୁଛନ୍ତି ତାହା ସ୍ପଷ୍ଟ କରିନଥିଲେ । ସେହିପରି ଆସନ୍ତାକାଲି ସମର୍ଥନ ଲୋଡିବା ପାଇଁ ଦ୍ରୌପଦୀ ମୁର୍ମୁ ତ୍ରିପୁରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ଏକ ହୋଟେଲରେ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.