ETV Bharat / bharat

କେଜ୍ରିଓ୍ବାଲଙ୍କ ବାସଭବନ ଉପରେ ଡ୍ରୋନ ! ଘଟଣାସ୍ଥଳରେ ପୋଲିସ - ଦିଲ୍ଲୀ ପୋଲିସ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବାସଭବନ ଉପରେ ଏକ ଡ୍ରୋନ ଉଡୁଥିବା ସୂଚନା । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଆରମ୍ଭ କଲା ତଦନ୍ତ । ଅଧିକ ପଢନ୍ତୁ

କେଜ୍ରିଓ୍ବାଲଙ୍କ ବାସଭବନ ନିକଟରେ ଡ୍ରୋନ ! ଘଟଣାସ୍ଥଳରେ ପୋଲିସ

author img

By

Published : Apr 25, 2023, 9:34 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନ ନିକଟରେ ଏକ ଡ୍ରୋନ ଉଡୁଥିବାର ଦେଖାଯାଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡ୍ରୋନ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନାହିଁ । କେବଳ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛି ।

ଦିଲ୍ଲୀ ପୋଲିସ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ଦିଲ୍ଲୀର ସିଭିଲ ଲାଇନ ଏରିଆରେ ଥିବା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବାସଭବନ ନିକଟରେ ଏକ ଡ୍ରୋନ ଦୃଶ୍ୟମାନ ହୋଇଥିଲା । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳେ ପହଞ୍ଚିଥିଲା । ତେବେ ଡ୍ରୋନ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନି । ତାହା କେଉଁ ପ୍ରକାର ଡ୍ରୋନ ଥିଲା ଓ କେଉଁ ଉଦ୍ଦେଶ୍ୟରେ କିଏ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ଉଡାଇଥିଲା, ତାହା ଏପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ କରିନି । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସତର୍କତାମୂଳକ ଭାବେ କେଜ୍ରିଓ୍ବାଲଙ୍କ ବାସଭବନରେ ସୁରକ୍ଷା ମଧ୍ୟ ବଢାଯାଇଛି ।

ଏହାପୂର୍ବରୁ ପଞ୍ଜାବ ଓ କାଶ୍ମୀର ପରି ଅନ୍ତର୍ଜାତୀୟ ସୀମା ସଲଗ୍ନ ସୀମାନ୍ତ ରାଜ୍ୟରେ ସନ୍ଦିଗ୍ଧ ଡ୍ରୋନର ମାମଲା ଏକାଧିକ ଥର ସାମ୍ନାକୁ ଆସିଛି । ନିକଟରେ ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଭରିଆଲ ଗ୍ରାମ ନିକଟରେ ସୀମା ସୁରକ୍ଷା ବଳର ଯବାନମାନେ ଏକ ପାକିସ୍ତାନୀ ଡ୍ରୋନକୁ ଠାବ କରିଥିଲେ । ସେହିପରି କାଶ୍ମୀର ବିଭିନ୍ନ ସ୍ଥାନରେ ମଧ୍ୟ ଡ୍ରୋନ ଠାବ ହେବାର ନଜିର୍‌ ରହିଛି । ସୀମାପାର ନିଶା କାରବାର କରିବା ଉଦ୍ଦେଶ୍ୟରେ ପାକିସ୍ତାନ ପଟୁ ନିଶା ମାଫିଆମାନେ ଏହି ଡ୍ରୋନ ବ୍ୟବହାର କରୁଛନ୍ତି । ଅନେକ ସମୟରେ ଜବତ ଡ୍ରୋନରେ ମଧ୍ୟ ନିଶାଦ୍ରବ୍ୟର ପ୍ୟାକେଟ ଉଦ୍ଧାର କରାଯାଉଛି ।

ରାତିରେ ସେମାନେ ଡ୍ରୋନ ମାଧ୍ୟମରେ ଏହି ନିଶାଦ୍ରବ୍ୟ ଭାରତୀୟ ଅଞ୍ଚଳକୁ ପଠାଉଛନ୍ତି । ବେଳେ ବେଳେ ସେନାର ପାଟ୍ରୋଲିଂରେ ଏହାକୁ ଠାବ କରାଯାଇ ନଷ୍ଟ ମଧ୍ୟ କରାଯାଉଛି । ଏ ସମ୍ପର୍କରେ ସୀମାନ୍ତ ଗ୍ରାମବାସୀଙ୍କୁ ସଚେତନ କରୁଛି ସେନା ଓ ପୋଲିସ । କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ଡ୍ରୋନ ସମ୍ପର୍କରେ ସୂଚନା ମିଳିଲେ ସ୍ଥାନୀୟ ପୋଲିସ ଓ ସୀମା ସୁରକ୍ଷା ବଳକୁ ସୂଚନା ଦେବା ପାଇଁ ପରାମର୍ଶ ଦିଆଯାଉଛି । ନିକଟ ଅତୀତରେ ପଞ୍ଜାବର ବିଭିନ୍ନ ସୀମାନ୍ତ ଗ୍ରାମରେ ସର୍ବାଧିକ ଏହି ଡ୍ରୋନ ଠାବ କରାଯାଇଥିବା ଘଟଣା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.