ETV Bharat / bharat

ପୁଣି ଜମ୍ମୁ ଏୟାରବେସ ନିକଟରେ ଉଡିଲା ଡ୍ରୋନ

author img

By

Published : Jul 15, 2021, 10:32 AM IST

ପୁଣି ଜମ୍ମୁ ଏୟାରବେସରେ ନିକଟରେ ଉଡିଲା ଡ୍ରୋନ । ସୁରକ୍ଷା ବାହିନୀ ପକ୍ଷରୁ ଗୁଳି ବର୍ଷଣ । ଅଧିକ ପଢନ୍ତୁ...

Drone spotted near Jammu Air Force Station yet again, alert forces thwart terror bid
ଜମ୍ମୁ ଏୟାରବେସ ନିକଟରେ ପୁଣି ଉଡିଲା ଡ୍ରୋନ

ଶ୍ରୀନଗର: ପୁଣି ଜମ୍ମୁ ଏୟାରବେସରେ ନିକଟରେ ଉଡିଲା ଡ୍ରୋନ । ବୁଧବାର ବିଳମ୍ବିତ ରାତିରେ ଡ୍ରୋନ ଉଡୁଥିବା ଦେଖି ସୁରକ୍ଷା ବାହିନୀ ପକ୍ଷରୁ ଗୁଳ ବର୍ଷଣ କରାଯାଇଥିଲେ । ଏହାପରେ ଡ୍ରୋନଟି ପଛଘୁଞ୍ଚା ଦେଇଥିଲା । ଏନେଇ ଜମ୍ମୁ ଏୟାରବେସରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଗତ ମାସରେ ଜମ୍ମୁ ଏୟାରବେସରେ ଡ୍ରୋନ୍ ଆକ୍ରମଣ ପରଠାରୁ କେନ୍ଦ୍ର ଶାସିତ ଅଞ୍ଚଳରେ ଡ୍ରୋନ୍ ଦେଖିବାକୁ ମିଳୁଛି । ଏହାପୂର୍ବରୁ ବୁଧବାର ଦିନ ବିଏସଏଫ ଜାମ୍ମୁ କାଶ୍ମୀରର ଆର୍ନିଆ ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ଏକ ଡ୍ରୋନ ଦେଖି ଗୁଳି ଚଳାଇଥିଲେ । ବିଏସ୍ଏଫର ତଥ୍ୟ ଅନୁଯାୟୀ, ଜୁଲାଇ 13 ଓ 14ର ମଧ୍ୟବର୍ତ୍ତୀ ରାତିରେ,ଆର୍ନିଆ ସେକ୍ଟରରେ ସୁରକ୍ଷା ବାହିନୀମାନେ ରାତି ପ୍ରାୟ 9.52 ସମୟରେ 200 ମିଟର ଉଚ୍ଚରେ ଏକ ଡ୍ରୋନ ଉଡିବା ସମୟରେ ଲାଲବତୀ ଜଳୁଥିବା ଦେଖିଥିଲେ । ପରେ ସୁରକ୍ଷା ବାହିନୀ ଆରମ୍ଭ କରିଥିଲେ ଅପରେସନ । ଡ୍ରୋନ ଉପରେ ଗୁଳି ଚଳାଇବାରୁ ତାହା ଫେରିଯାଇଥିଲା ।

ପ୍ରକାଶ ଥାଉକି, ଗତ ମାସରେ, ଜମ୍ମୁ ଏୟାରବେସ ଉପରେ ଆକ୍ରମଣ କରିବା ପାଇଁ ଦୁଇଟି ବିସ୍ଫୋରକ ବୋଝେଇ ଡ୍ରୋନ ବ୍ୟବହାର କରାଯାଇଥିଲା । ଏହି ଆକ୍ରମଣରେ ବଡ ଧରଣର କ୍ଷୟକ୍ଷତି ହୋଇ ନଥିଲେ ମଧ୍ୟ ବାୟୁସେନା ଷ୍ଟେସନ 2 କର୍ମଚାରୀ ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ NIA ଦ୍ବାରା ଚାଲିଛି । ଆତଙ୍କବାଦୀଙ୍କ ଏପରି ସମ୍ଭାବ୍ୟ ଆକ୍ରମଣକୁ ରୋକିବା ପାଇଁ ସମସ୍ତ ଏୟାରବେସରେ ହାଇ ଆଲର୍ଟ ଜାରି କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.