ETV Bharat / bharat

ତେଲେଙ୍ଗାନାରୁ 11 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଜବତ: 3 ଗିରଫ

ତେଲେଙ୍ଗାନା ପଟ୍ଟାଙ୍ଗୀ ଟୋଲ୍ ପ୍ଲାଜା ନିକଟରୁ ବିପୁଳ ପରିମାଣର ବେଆଇନ ସୁନା ଜବତ । ଅଧିକ ପଢନ୍ତୁ...

ତେଲେଙ୍ଗାନାରୁ 25 କେଜି ସୁନା ଜବତ: 3 ଗିରଫ
ତେଲେଙ୍ଗାନାରୁ 25 କେଜି ସୁନା ଜବତ: 3 ଗିରଫ
author img

By

Published : Mar 24, 2021, 7:04 PM IST

ହାଇଦ୍ରାବାଦ: ତେଲେଙ୍ଗାନା ୟାଦାଦ୍ରୀ ଜିଲ୍ଲା ପଟ୍ଟାଙ୍ଗୀ ଟୋଲ୍ ପ୍ଲାଜା ନିକଟରୁ 25 କିଲୋଗ୍ରାମ ବେଆଇନ ବିସ୍କୁଟ ସୁନା ଜବତ ହୋଇଛି । ଗୌହାଟିରୁ ହାଇଦ୍ରାବାଦ ଚାଲାଣ ହେଉଥିବାବେଳେ ଡିଆରଆଇ ପୋଲିସ ଏହି ସୁନାକୁ ଜବତ କରିଛି । ଏଥିସହ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ସୁନାର ମୂଲ୍ୟ 11.63 କୋଟି ହେବ ।

ସୂଚନା ଅନୁଯାୟୀ 25 କେଜି ବିଦେଶୀ ସୁନା ଜବତ ହୋଇଥିବାବେଳେ 1 କେଜି 4ଟି ଭିନ୍ନ ଭିନ୍ନ କମ୍ପାନୀ ଯଥା ହେରେସ୍, ସୁଇସ୍, ମେଲଟର ଆସେୟାର ଏବଂ ଭାଲକମ୍ବିର ସୁନା ଜବତ ହୋଇଛି । ତେବେ ଯାତ୍ରୀ ସିଟ୍ ସାମ୍ନା ପାଇଁ ଉଦ୍ଦିଷ୍ଟ ଜୀବନ ରକ୍ଷାକାରୀ ଏୟାରବ୍ୟାଗରେ ସୁନାକୁ ଲୁଚାଇ ରଖାଯାଇଥିଲା । ସଡକ ଯାଞ୍ଚ ସମୟରେ ସନ୍ଦେହକୁ ଏଡାଇବା ପାଇଁ ଫେଭିଷ୍ଟିକ୍ ବ୍ୟବହାର କରି ଦାସ୍ ବୋର୍ଡ କଭରରେ ସୁନା ପ୍ୟାକେଟକୁ ସିଲ୍ କରାଯାଇଥିଲା ।

ତେବେ ଏହି ସୁନା ଚୋରାଚାଲାଣ କାରବାରରେ ସମ୍ପୃକ୍ତ 3 ଜଣଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଅନ୍ୟପଟେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.