ETV Bharat / bharat

ଏକ କ୍ୱିଣ୍ଟାଲ୍ ସୁନା ଜବତ, 7 ବଦେଶୀଙ୍କ ସମେତ 10 ଗିରଫ

ପାଟନା, ମୁମ୍ବାଇ ଓ ପୁଣେରେ ଏକକାଳୀନ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟର ଚଢାଉ । ଏକ କୁଇଣ୍ଟାଲ ସୁନା ସହ 10 ଅଭିଯୁକ୍ତ ଗିରଫ । 7 ସୁଦାନ ନାଗରିକ । ଜବତ ସୁନାର ମୂଲ୍ୟ 51 କୋଟି । ଅଧିକ ପଢନ୍ତୁ

author img

By

Published : Feb 21, 2023, 10:45 PM IST

ଏକ କୁଇଣ୍ଟାଲ ସୁନା ଜବତ କଲା ରାଜସ୍ବ ଗୁଇନ୍ଦା
ଏକ କୁଇଣ୍ଟାଲ ସୁନା ଜବତ କଲା ରାଜସ୍ବ ଗୁଇନ୍ଦା

ପାଟନା: ବିଦେଶକୁ ବିପୁଳ ପରିମାଣ ସୁନା ଚାଲାଣ କରୁଥିବା ଏକ ବଡ ଅନ୍ତର୍ଜାତୀୟ ରାକେଟକୁ ଠାବ କରିବାରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI)କୁ ସଫଳତା ମିଳିଛି । ବିହାରର ପାଟନା, ମୁମ୍ବାଇ ଓ ପୁଣରେ ଏକକାଳୀନ ଚଢାଉ ପରେ ମୋଟ ଏକ କୁଇଣ୍ଟାଲରୁ ଅଧିକ ସୁନା ଜବତ କରିବା ସହ ବିଦେଶୀ ନାଗରିକଙ୍କ ସମେତ 10 ଜଣ ସୁନା ଟସ୍କରଙ୍କୁ ଗିରଫ କରାଯାଇଛି । ଜବତ ସୁନାର ମୂଲ୍ୟ ପ୍ରାୟ 51 କୋଟି ଟଙ୍କା ହେବା ନେଇ ପ୍ରାଥମିକ ଭାବେ ଆକଳନ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରେ 7 ଜଣ ସୁଦାନ ନାଗରିକ ଓ ଅବଶିଷ୍ଟ 3 ଜଣ ଭାରତୀୟ ରହିଛନ୍ତି ।

  • In a pan-India Op, Directorate of Revenue Intelligence (DRI) busted a gold smuggling syndicate of Sudanese nationals operating through Nepal border. DRI in different interceptions in Patna, Pune & Mumbai seized a total of 101.7 kg of smuggled gold valued at approx Rs 51 Cr: DRI pic.twitter.com/OBhaCOtwLT

    — ANI (@ANI) February 21, 2023 " class="align-text-top noRightClick twitterSection" data=" ">

ଗୁଇନ୍ଦା ସୂଚନା ଆଧାରରେ 'ଅପରେସନ୍ ଗୋଲ୍ଡ ଡନ୍' ନାମରେ ଏହି ଅଭିଯାନ ଆରମ୍ଭ କରିଥିଲା ରାଜସ୍ବ ଗୁଇନ୍ଦା ବିଭାଗ । ପୂର୍ବ ସୂଚନା ଅନୁସାରେ ପାଟନା ଓ ମହାରାଷ୍ଟ୍ରରେ ମୁମ୍ବାଇ ଓ ପୁଣେରେ ଏକକାଳୀନ ଏହି ଚଢାଉ କରାଯାଉଥିଲା । ପାଟନା ଜଙ୍କସନରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଜେରା ପରେ ତଦନ୍ତକାରୀ ସଂସ୍ଥା ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛି । ଟସ୍କରମାନେ ଭାରତ-ନେପାଳ ସୀମା ଦେଇ ପାଟନାକୁ ଆସୁଥିଲେ । ତା’ପରେ ସୁନା ନେଇ ବିମାନ ଏବଂ ଟ୍ରେନ୍ ମାଧ୍ୟମରେ ସୁନା ଚୋରା ଚାଲାଣ କରୁଥିଲେ । କେବଳ ପାଟନାରୁ 37 କିଲୋଗ୍ରାମ ସୁନା ପେଷ୍ଟ ସହିତ 3 ସୁଦାନ ନାଗରିକ ଗିରଫ ହୋଇଥିଲା ବେଳେ ଅବଶିଷ୍ଟ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରୁ ଗିରଫ ହୋଇଛନ୍ତି ।

ମୁମ୍ବାଇ, ପୁଣେ ଏବଂ ପାଟନାରେ ଚୋରା ଚାଲାଣ ହେଉଥିଲା । ଟସ୍କରମାନେ ପାଟନା ଜଙ୍କସନରୁ ମୁମ୍ବାଇ ଯାଉଥିବା ଟ୍ରେନରେ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇ ରହିଥିଲେ । ପୂର୍ବ ପ୍ରସ୍ତୁତି ମୁତାବକ ସେମାନଙ୍କୁ ପ୍ଲାଟଫର୍ମରୁ ଗିରଫ କରାଯାଇଥିଲା । ସମାନଙ୍କ ମଧ୍ୟରୁ 3 ଜଣ ସୁଦାନୀ ନାଗରିକ ଥିଲେ । ସେମାନଙ୍କଠାରୁ 37 କେଜି ସୁନା ପେଷ୍ଟ 40 ଟି ପ୍ୟାକେଟରେ ସୁନା ବିସ୍କେଟ ଉଦ୍ଧାର କରାଯାଇଛି । ନଗଦ 74 ଲକ୍ଷ ବିଦେଶୀ ମୁଦ୍ରା ଏବଂ 63 ଲକ୍ଷ ଭାରତୀୟ ମୁଦ୍ରା ମଧ୍ୟ ଉଦ୍ଧାର କରାଯାଇଛି ।

ସେହିପରି ମୁମ୍ବାଇର ପୁଣେରେ ମଧ୍ୟ ରାଜସ୍ବ ଗୁଇନ୍ଦାର ଏକ ଟିମ ଟସ୍କରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଉଭୟ ସ୍ଥାନରୁ ମୋଟ 7 ବିଦେଶୀଙ୍କ ସମେତ 10 ଟସ୍କରଙ୍କୁ ଗିରଫ କରାଯାଇଛି । ସମସ୍ତ 3 ଅପରେସନରେ ଜବତ ସୁନାର ପରିମାଣ 1 କୁଇଣ୍ଟାଲ 1 କେଜି 7ଶହ ଗ୍ରାମ ଓ ବଜାର ମୂଲ୍ୟ ପ୍ରାୟ 51 କୋଟି ବୋଲି ସଂସ୍ଥା କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.