ETV Bharat / bharat

ରାଷ୍ଟ୍ରପତି ନୁହେଁ ପ୍ରଧାନମନ୍ତ୍ରୀ ହେବାକୁ ମାୟାବତୀ ଆଗ୍ରହୀ

ଅଖିଳେଶଙ୍କ ରାଷ୍ଟ୍ରପତି ମନ୍ତବ୍ୟରେ ପ୍ରତିକ୍ରିୟା ରଖିଲେ ମାୟାବତୀ । କେବେ ରାଷ୍ଟ୍ରପତି ନୁହେଁ ବରଂ ପ୍ରଧାନମନ୍ତ୍ରୀ ହେବାର ଅଛି ଅଭିଳାଷା ରହିଛି କହିଲେ ମାୟାବତୀ । ଅଧିକ ପଢନ୍ତୁ

ଅଖିଳେଶଙ୍କୁ ମୟାବତୀଙ୍କ ଟାର୍ଗେଟ, କହିଲେ ରାଷ୍ଟ୍ରପତି ନୁହେଁ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହୀ

author img

By

Published : Apr 28, 2022, 10:16 PM IST

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବହୁଜନ ସମାଜବାଦୀ ପାର୍ଟି(BSP) ପ୍ରତିନିଧି ଭେଟିବାର ମାତ୍ର କିଛି ସମୟ ପରେ ସପା ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ଅଖିଳେଶଙ୍କ ଦଳ ସମାଜବାଦୀ ପାର୍ଟି ପକ୍ଷରୁ ସେ ରାଷ୍ଟ୍ରପତି ହେବା ନେଇ ଆଗ୍ରହୀ ଥିବା ଗୁଜବ ସୃଷ୍ଟି କରାଯାଉଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମାୟାବତୀ । ରାଷ୍ଟ୍ରପତି ହେବାକୁ ଚାହାନ୍ତି ନାହିଁ ବରଂ ପୁଣି ଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛୁକ ବୋଲି କହିଛନ୍ତି ମାୟାବତୀ ।

ଗୁରୁବାର ମାୟାବତୀଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ ତଥା ବହୁଜନ ସମାଜବାଦୀ ପାର୍ଟି ସାଧାରଣ ସମ୍ପାଦକ ଏସ. ସି ମିଶ୍ରା ଓ ବିଧାୟକ ଉମା ଶଙ୍କର ସିଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ ମାୟାବତୀ ରାଷ୍ଟ୍ରପତି ପ୍ରାର୍ଥୀ ହେବାପାଇଁ ଆଗ୍ରହୀ ଥିବା ଖବର ଚର୍ଚ୍ଚା ପରିସରକୁ ଆସିଥିଲା । ତେବେ ଏହି ସାକ୍ଷାତ ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ନିର୍ମିତ କିଛି ସ୍ମାରକୀର ରକ୍ଷଣାବେକ୍ଷଣ ଉଦ୍ଦେଶ୍ୟରେ ହୋଇଥିବା ମାୟାବତୀ ପ୍ରକାଶ କରିଛନ୍ତି ।

ଗତାକାଲି ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନୀ ପ୍ରସଙ୍ଗରେ ମାୟାବତୀଙ୍କୁ ଟାର୍ଗେଟ କରିଥିଲେ ସପା ମୁଖ୍ୟ ଅଖିଳେଶ ଯାଦବ । ନିର୍ବାଚନ ସମୟରେ ମାୟାବତୀ ବିଜେପି ସହ ବୁଝାମଣା କରି ଭୋଟ ଯୋଗାଇଥିବା ଅଭିଯୋଗ କରିଥିଲେ ଅଖିଳେଶ । ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ବୋଲି ଅଖିଳେଶ କହିଥିଲେ ।

ତେବେ ଏହି ପ୍ରସଙ୍ଗରେ ଆଜି ମାୟାବତୀ ସାମ୍ବାଦିକ ସମ୍ମିଳନୀରେ ସିଧା ଅଖିଳେଶଙ୍କୁ ଟାର୍ଗେଟ କରିବା ସହ ଭିନ୍ନ ଢଙ୍ଗରେ ଏହି ଚର୍ଚ୍ଚାକୁ ଉପସ୍ଥାପିତ କରିଛନ୍ତି । ସେ କେବେ କୌଣସି ବିଳାଶମୟ ଜୀବନର ସ୍ବପ୍ନ ଦେଖନ୍ତି ନାହିଁ। ତେଣୁ ରାଷ୍ଟ୍ରପତି ପ୍ରାର୍ଥୀ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହେବାକୁ ସେ ଆଗ୍ରହୀ ଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.