ETV Bharat / bharat

ଆସିଲା ଆଣ୍ଟି କୋଭିଡ ଔଷଧ 2ଡିଜି; ଆସନ୍ତାମାସରୁ ସାରା ଦେଶରେ ହେବ ଉପଲବ୍ଧ

author img

By

Published : May 17, 2021, 1:35 PM IST

ବଜାରକୁ ଆସିଲା ଡିଆରଡିଓ ଦ୍ବାରା ପ୍ରସ୍ତୁତ ଆଣ୍ଟି କୋଭିଡ ଔଷଧ 2ଡିଜି । ଲଞ୍ଚ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅଧିକ ପଡନ୍ତୁ...

ଆଣ୍ଟି କୋଭିଡ 2ଡିଜି ଔଷଧ
ଆଣ୍ଟି କୋଭିଡ 2ଡିଜି ଔଷଧ

ନୂଆଦିଲ୍ଲୀ: କୋରୋନାରୁ ସୁସ୍ଥ ହେବାର ସମୟ ଆସିଯାଇଛି । ଏବେ ଅମ୍ଳଜାନ ଉପରେ ନିର୍ଭରଶୀଳତାରେ ହ୍ରାସ ଘଟିବ । ଡିଆରଡିଓ ଦ୍ବାରା ପ୍ରସ୍ତୁତ ଆଣ୍ଟି କୋଭିଡ 2ଡିଜି ଔଷଧ କୋରୋନା ବିରୋଧରେ ପ୍ରଭାବଶାଳୀ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଆଜି(ସୋମବାର) ଡିଆରଡିଓ ଦ୍ବାରା ପ୍ରସ୍ତୁତ ଆଣ୍ଟି କୋଭିଡ 2ଡିଜି ଔଷଧର ଲଞ୍ଚ ସମୟରେ ଏହା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ଡିଆରଡିଓର ସମର୍ଥନ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ନେତୃତ୍ବରେ ବିକଶିତ ହୋଇଥିବା 2ଡିଜି ଔଷଧର ପ୍ରଥମ ପର୍ଯ୍ୟାୟ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହା ଆମର ପ୍ରଥମ ସ୍ବଦେଶୀ ଉତ୍ପାଦନ ଯାହ କୋରୋନା ବିରୋଧରେ ଯୁଦ୍ଧ କରିବାରେ ସକ୍ଷମ ହେବ । ଏହା ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବା ସହିତ ଅମ୍ଳଜାନ ଉପରେ ନିର୍ଭରଶୀଳତାକୁ ହାସ୍ର କରିବ । ମୁଁ ଆଶା କରୁଛି ଆଗାମୀ ଦିନରେ ଖାଲି ଭାରତ ନୁହେଁ ଏହି ଔଷଧ ସମଗ୍ର ବିଶ୍ବକୁ ସେବା ପ୍ରଦାନ କରିବ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ବର୍ତ୍ତମାନ ଏହି ଔଷଧ କେବଳ ଦିଲ୍ଲୀ ଏମ୍ସ, ସେନା ହସ୍ପିଟାଲ ଓ ଜରୁରୀ ଥିବା ମେଡିକାଲଗୁଡିକରେ ଉପଲବ୍ଧ ହେଉଛି । ଆସନ୍ତା ମାସରେ ଏହା ସାରା ଦେଶରେ ଉପଲବ୍ଧ ହେବ ବୋଲି କହିଛନ୍ତି ଡିଆରଡିଓ ମୁ୍ଖ୍ୟ ସତୀଶ ରେଡ୍ଡୀ ।

ମହାମାରୀକୁ ମୁକାବିଲା କରିବାକୁ ଆମ ବୈଜ୍ଞାନିକମାନେ ଭ୍ୟାକ୍ସିନ ପ୍ରସ୍ତୁତ କରିଛନ୍ତି ଯାହା ଲୋକଙ୍କୁ ସେବା ପ୍ରଦାନ କରିଛି । ଏନେଇ ଡିଆରଡିଓ ଓ ବୈଜ୍ଞାନିକଙ୍କୁ ଧନ୍ୟବାଦ ସହିତ ଶୁଭେଚ୍ଛା ଦେଇଛନ୍ତି । କୋରୋନା ବିରୋଧରେ ଲଢେଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଡିଆରଡିଓ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଆଜି ଆମ ସମସ୍ତଙ୍କ ପାଇଁ ଏକ ବଡ ଖୁସିର ଦିନ । ଦେଶରେ ସଂକ୍ରମଣ ଅପେକ୍ଷା ସୁସ୍ଥ ସଂଖ୍ୟା ବଢିଛି ।

ଡିଆରଡିଓ ଦ୍ବାରା ପ୍ରସ୍ତୁତ ଏହି ଔଷଧ ପାଉଡର ବିଶିଷ୍ଟ । ଯାହାକୁ ପାଣିରେ ମିଶାଇ କୋରୋନା ରୋଗୀ ସେବନ କରିପାରିବେ । ଫଳରେ କୋରୋନାକୁ ଜଲଦି ହରାଇ ସୁସ୍ଥ ହେବେ ରୋଗୀ । କୋରୋନାର ଏହି ଦ୍ବିତୀୟ ଲହରରେ ରୋଗୀମାନେ ଅମ୍ଳଜାନକୁ ନେଇ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ଔଷଧ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଆମେ ଆରାମରେ ବସି ନାହୁଁ କି ଅମେ ଥକି ନାହୁଁ । କୋରୋନା ବିରୋଧରେ ଆମ ଯୁଦ୍ଧ ଜାରି ରହିଛି ଆମେ ଜିତିବୁ ମଧ୍ୟ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଦ୍ବାରା ପ୍ରସ୍ତୁତ ଆଣ୍ଟି କୋଭିଡ 2ଡିଜି ଔଷଧର 10,000 ଡୋଜ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବାପରେ ଏହାକୁ ଏମ୍ସ ନିର୍ଦ୍ଦେଶକ ରନଦୀପ ଗୁଲେରିଆଙ୍କୁ ପ୍ରଦାନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.