ETV Bharat / bharat

୩ ମାସରେ ୫୦୦ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବ DRDO: ରାଜନାଥ ସିଂ - ଆସନ୍ତା ୩ ମାସରେ ୫୦୦ଟି ମେଡିକାଲ ଅମ୍ଳଜାନ କେନ୍ଦ୍ର ସ୍ଥାପନ କରିବ ଡିଆରଡିଓ

ଆସନ୍ତା ୩ ମାସରେ ଡିଆରଡିଓ ସ୍ଥାପନ କରିବ ୫୦୦ଟି ମେଡିକାଲ ଅମ୍ଳଜାନ କେନ୍ଦ୍ର । ପିଏମ କେୟାର୍ସ ଫଣ୍ଡ ସହାୟତାରେ ଏହି ଅମ୍ଳଜାନ କାରଖାନା ସ୍ଥାପନ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର କହିଛନ୍ତି । ଅଧିକ ପଢନ୍ତୁ...

ଆସନ୍ତା ୩ ମାସରେ ୫୦୦ଟି ମେଡିକାଲ ଅମ୍ଳଜାନ କେନ୍ଦ୍ର ସ୍ଥାପନ କରିବ ଡିଆରଡିଓ: ରାଜନାଥ ସିଂ

author img

By

Published : Apr 29, 2021, 9:37 AM IST

ନୂଆଦିଲ୍ଲୀ: ଆସନ୍ତା ୩ ମାସରେ ଡିଆରଡିଓ ସ୍ଥାପନ କରିବ ୫୦୦ଟି ମେଡିକାଲ ଅମ୍ଳଜାନ କେନ୍ଦ୍ର । ପିଏମ କେୟାର୍ସ ଫଣ୍ଡ ସହାୟତାରେ ଏହି ଅମ୍ଳଜାନ କାରଖାନା ସ୍ଥାପନ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର କହିଛନ୍ତି । ସେ କହିଛନ୍ତି, ହାଲୁକା ଯୁଦ୍ଧ ବିମାନ (LCA) ତେଜସରେ ଅମ୍ଳଜାନ ଉତ୍ପାଦନ ପାଇଁ ଡିଆରଡିଓ ବିକଶିତ କରିଥିବା ମେଡିକାଲ ଅମ୍ଳଜାନ ଜ୍ଞାନ କୌଶଳ ବ୍ୟବସ୍ଥା ବ୍ୟବହାର କରାଯାଇ ଏହି କେନ୍ଦ୍ରଗୁଡିକ ସ୍ଥାପନ କରାଯିବ ।

ବଢୁଥିବା କୋରୋନାଭାଇରସ୍ ସହ ସାରା ଭାରତ ଏବେ ମୁକାବିଲା କରୁଛି ଏବଂ ଅନେକ ରାଜ୍ୟରେ ଡାକ୍ତରଖାନାଗୁଡ଼ିକ ଅମ୍ଳଜାନ ଏବଂ ଶଯ୍ୟା ଅଭାବ ଦେଇ ଗତି କରୁଛି । ତେବେ ଏନେଇ ଡିଆରଡିଓ ଏକ ବିବୃତ୍ତିରେ ସ୍ପଷ୍ଟ କରିଛି ଯେ, ବେଙ୍ଗାଲୁରୁର ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ ଏବଂ କୋଏମ୍ବାଟୁର ଭିତ୍ତିକ ଟ୍ରାଇଡେଣ୍ଟ ନ୍ୟୁମେଟିକ୍ସକୁ MOP ଟେକ୍ନୋଲୋଜି ହସ୍ତାନ୍ତର କରାଯାଇଛି ଏବଂ ଏହି ଦୁଇଟି କମ୍ପାନୀ 380 ଟି ପ୍ଲାଣ୍ଟ ସ୍ଥାପନ କରିବେ । ଏହାସହିତ, ଡେରାଡୁନ୍ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ ସହିତ କାର୍ଯ୍ୟ କରୁଥିବା ଶିଳ୍ପଗୁଡିକ ଦ୍ବାରା ପ୍ରତି ମିନିଟରେ 500 ଲିଟର କ୍ଷମତା ବିଶିଷ୍ଟ 120 ପ୍ଲାଣ୍ଟ ସ୍ଥାପନ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ଡିଆରଡିଓ ର ମେଡିକାଲ ଅମ୍ଳଜାନ କେନ୍ଦ୍ର ପ୍ରତି ମିନିଟରେ 1000 ଲିଟର ଅମ୍ଳଜାନ ଉତ୍ପାଦନ ପାଇଁ ଡିଜାଇନ୍ କରାଯାଇଛି ବୋଲି ଏଥିରେ ଉଲ୍ଲେଖ । ତେବେ ଡିଆରଡିଓ ନିଜର ବିକଶିତ ଜ୍ଞାନ କୌଶଳ ବ୍ୟବହାର କରି କୋଭିଡ ରୋଗୀଙ୍କ ଅମ୍ଳଜାନ ଆବଶ୍ୟକତା ପୁରାଣ ପାଇଁ ନେଇଥିବା ପଦକ୍ଷେପ ପ୍ରଶଂସୀୟ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.