ନୂଆଦିଲ୍ଲୀ: ଭାରତରେ ବିକଶିତ ସ୍ବଦେଶୀ ହାଲୁକା ଫାୟାର ଆଣ୍ଡ ଫର୍ଗେଟ ମ୍ୟାନ-ପୋର୍ଟେବଲ ଆଣ୍ଟି ଟ୍ୟାଙ୍କ ମିସାଇଲ(MPATGM)ର ସଫଳ ପରୀକ୍ଷଣ କରିଛି ଡିଆରଡିଓ । ଆତ୍ମନିର୍ଭର ଭାରତକୁ ବଳ ଦେବା ସହିତ ଭାରତୀୟ ସେନାକୁ ଆହୁରି ସଶକ୍ତ କରିବା ପାଇଁ ଏହି ମିସାଇଲର କରାଯାଇଛି ପରୀକ୍ଷଣ ।
ଏହି ମିସାଇଲ ସଙ୍ଗଠିତ ମାନବ ପୋର୍ଟେବଲ (ମାନବ ବହନକ୍ଷମ) ଲଞ୍ଚରରୁ ଲଞ୍ଚ କରାଯାଇଛି । ଗୋଟିଏ ଟ୍ୟାଙ୍କର ପ୍ରତିରୂପକୁ ଏହାର ଟାର୍ଗେଟ ଭାବରେ ପ୍ରସ୍ତୁତ କରାଯାଇଥିଲା । ତେବେ ମିସାଇଲ ସିଧା ଆଟାକ କରି ଲକ୍ଷ ଭେଦ କରିଛି । ଆଉ ଏହାର ଲକ୍ଷ ସଠିକ ରହିଥିବା କହିଛି ଡିଆରଡିଓ ।
-
In a major boost to #AtmaNirbharBharat and strengthening Indian Army, Defence Research and Development Organisation (DRDO) successfully flight tested indigenously developed low weight, fire and forget Man Portable Antitank Guided Missile (MPATGM) today 21st July 2021. pic.twitter.com/kLEqrsgoOR
— DRDO (@DRDO_India) July 21, 2021 " class="align-text-top noRightClick twitterSection" data="
">In a major boost to #AtmaNirbharBharat and strengthening Indian Army, Defence Research and Development Organisation (DRDO) successfully flight tested indigenously developed low weight, fire and forget Man Portable Antitank Guided Missile (MPATGM) today 21st July 2021. pic.twitter.com/kLEqrsgoOR
— DRDO (@DRDO_India) July 21, 2021In a major boost to #AtmaNirbharBharat and strengthening Indian Army, Defence Research and Development Organisation (DRDO) successfully flight tested indigenously developed low weight, fire and forget Man Portable Antitank Guided Missile (MPATGM) today 21st July 2021. pic.twitter.com/kLEqrsgoOR
— DRDO (@DRDO_India) July 21, 2021
ମିସାଇଲ ମାଡରେ ଟାର୍ଗେଟ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଏହି ପରୀକ୍ଷଣରେ ମିସାଇଲ ନିଜର ସର୍ବନିମ୍ନ ସୀମାକୁ ସଫଳତାପୂର୍ବକ ପ୍ରଦର୍ଶିତ କରିଛି । ପରୀକ୍ଷଣ ସମୟରେ ଏହି ମିଶନ ନିର୍ଦ୍ଧାରିତ ଲକ୍ଷ୍ୟ ପୁରା କରିଥିବା ସଂଗଠନ ପକ୍ଷରୁ କୁହାଯାଇଛି । ପୂର୍ବରୁ ଏହି ମିସାଇଲର ଅଧିକତମ ରେଞ୍ଜର ପରୀକ୍ଷଣ ସଫଳତାପୂର୍ବକ କରାଯାଇଛି । ମିସାଇଲକୁ ଉନ୍ନତ ଏଭିଓନିକ୍ସ ସହ ଅତ୍ୟାଧୁନିକ ଲଘୁ ଇନଫ୍ରାରେଡ ଏମରଜେନ୍ସି ଟେକ୍ନୋଲୋଜୀରେ ସୁସଜ୍ଜିତ କରାଯାଇଛି ।
ଭାରତ କ୍ରମାଗତ ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଦେଉଛି । ଏଥିପାଇଁ ଗତ ୩ଟି ଆର୍ଥିକବର୍ଷରେ 2,15,690 ଟଙ୍କା ମୂଲ୍ୟର ୧୧୯ଟି ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇସାରିଛି । ସେପଟେ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଥିଲେ, ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଘରୋଇସ୍ତରରେ ପ୍ରତିରକ୍ଷା ଉପକରଣର ବିକାଶରେ ସହଯୋଗ ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।