ETV Bharat / bharat

ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ - ପୁଡୁଚେରୀ ଉପରାଜ୍ୟପାଳ

ବିଧାନସଭା ନିର୍ବାଚନ ପୂର୍ବରୁ ପୁଡୁଚେରୀରେ ଦେଖା ଦେଇଛି ରାଜନୈତିକ ଅସ୍ଥିରତା । କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ କିରଣ ବେଦିଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

author img

By

Published : Feb 16, 2021, 9:35 PM IST

Updated : Feb 16, 2021, 9:55 PM IST

ପୁଡୁଚେରୀ: ବିଧାନସଭା ନିର୍ବାଚନ ପୂର୍ବରୁ ପୁଡୁଚେରୀରେ ଦେଖା ଦେଇଛି ରାଜନୈତିକ ଅସ୍ଥିରତା । ଗୋଟିଏ ପରେ ଗୋଟିଏ ବିଧାୟକଙ୍କ ଇସ୍ତଫା ପରେ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି ପୁଡୁଚେରୀ ସରକାର । ଏହାରି ମଧ୍ୟରେ ଅଚାନ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ କିରଣ ବେଦିଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିବା ନେଇ ଖବର ସାମ୍ନାକୁ ଆସିଛି ।

ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ତେଲେଙ୍ଗାନା ରାଜ୍ୟପାଳ ସୌନ୍ଦରାରାଜନଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । 29 ମେ 2016 ରେ କିରଣ ବେଦୀଙ୍କୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ନିଯୁକ୍ତ କରାଯାଇଥିଲା।

ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ଏବଂ ଏଲଜି କିରଣ ବେଦୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗିରହିଥିଲା । ଫେବୃଆରୀ 10 ରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ସ୍ମାରକପତ୍ର ଲେଖି ପୂର୍ବତନ ଆଇପିଏସ୍ ଅଧିକାରୀ କିରଣ ବେଦୀଙ୍କୁ କେନ୍ଦ୍ରକୁ ଫେରାଇନେବାକୁ ଅନୁରୋଧ କରିଥିଲେ।

ଏପଟେ ମଙ୍ଗଳବାର ବିଧାୟକ ଜନ କୁମାର ନିଜ ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି ପୁଡୁଚେରୀ ସରକାର । କୁମାରଙ୍କ ଇସ୍ତଫା ସହିତ ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ଏବେ 10 ଜଣ ବିଧାୟକରେ ସୀମିତ ରହିଯାଇଛନ୍ତି ।

ସେପଟେ ବିରୋଧୀଙ୍କ ପାଖରେ 14 ଆସନ ରହିଛି । ଏଥିମଧ୍ୟରୁ ଅଲ ଇଣ୍ଡିଆ ଏନଆର କଂଗ୍ରେସ ପାଖରେ 7 ବିଧାୟକ ଥିବା ବେଳେ ଏଆଇଏଡିଏମକେ ପାଖରେ 4 ବିଧାୟକ ଅଛନ୍ତି । ସେହିପରି ବିଜେପିର 3 ଜଣ ବିଧାୟକ ବିଧାନସଭାକୁ ମନୋନିତ ହୋଇଥିଲେ ।

ପୁଡୁଚେରୀରେ ବର୍ତ୍ତମାନ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି । ଚଳିତ ମାସରେ ଏଠାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭାର 30ଟି ଆସନରେ ନିର୍ବାଚନ ହେବ । 8 ଜୁନରେ ଶେଷ ହେଉଛି ବିଧାନସଭା କାର୍ଯ୍ୟକାଳ । ଏଠାରେ ନାରାୟଣ ସ୍ବାମୀଙ୍କ ନେତୃତ୍ବରେ କଂଗ୍ରେସ ସରକାର କ୍ଷମତାରେ ରହିଛି । ପୁଡୁଚେରୀ ସହିତ 4 ରାଜ୍ୟରେ ଏଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

Last Updated : Feb 16, 2021, 9:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.