ETV Bharat / bharat

ହର୍ଷବର୍ଦ୍ଧନଙ୍କୁ ନେଇ ଚର୍ଚ୍ଚା, ମିଳିପାରେ ଗୁରୁଦାୟିତ୍ବ - ଦିଲ୍ଲୀ ପୌରପାଳିକା ନିର୍ବାଚନ କସରତ

ବୁଧବାର ମୋଦି ସରକାରଙ୍କ କ୍ୟାବିନେଟ ବିସ୍ତାର ପୂର୍ବରୁ ଇସ୍ତଫା ଦେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ହର୍ଷବର୍ଦ୍ଧନଙ୍କ ନାମ ଚର୍ଚ୍ଚାରେ ରହିଛି । ତାଙ୍କୁ କିଛି ନୂଆ ଦାୟିତ୍ବ ମିଳିବା ନେଇ ଆକଳନ କରାଯାଉଛି । ଅଧିକ ପଢନ୍ତୁ...

ହର୍ଷବର୍ଦ୍ଧନଙ୍କୁ ନୂଆ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା

author img

By

Published : Jul 8, 2021, 11:09 AM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ କ୍ୟାବିନେଟ ବିସ୍ତାର ପୂର୍ବରୁ ଇସ୍ତଫା ଦେଇଥିବା ମନ୍ତ୍ରୀମାନଙ୍କ ନାମ ମଧ୍ୟରୁ ଲୋକଙ୍କୁ ଚକିତ କରିଥିବା ନାମ ହେଉଛି ଚାନ୍ଦନୀ ଚୌକ ସାଂସଦ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ଗତକାଲି(ବୁଧବାର) ହର୍ଷବର୍ଦ୍ଧନ ସ୍ବାସ୍ଥ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନାନା କଳ୍ପନା ଜଳ୍ପନା ଲାଗିରହିଛି । ନୂଆଦିଲ୍ଲୀ ସାଂସଦ ମୀନାକ୍ଷୀ ଲେଖୀଙ୍କୁ ଦିଲ୍ଲୀର ଏକ ମନ୍ତ୍ରୀପଦ ମିଳିବା ପରେ ହର୍ଷବନ୍ଧନଙ୍କୁ ନୂଆ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଦିଲ୍ଲୀରେ ବିଜେପିର ସାମ୍ପ୍ରତିକ ପରିସ୍ଥିତି ଏବଂ ଆଗାମୀ ପୌରପାଳିକା ନିର୍ବାଚନକୁ ଦୃଷ୍ଟିରେ ରଖି ଡକ୍ଟର ହର୍ଷବର୍ଦ୍ଧନଙ୍କୁ ଏକ ନୂତନ ଦାୟିତ୍ବ ମିଳିବା ନେଇ ରାଜନୀତିଜ୍ଞ ଆକଳନ କରୁଛନ୍ତି । ଖୁବଶୀଘ୍ର ଦିଲ୍ଲୀରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି । ତେବେ ମନୋଜ ତିୱାରୀ ଏବଂ ପରେ ଆଦେଶ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିଜେପିରେ ଦଳଗତ ସମସ୍ୟା ବୃଦ୍ଧି ପାଇଛି । ଆସନ୍ତା ବର୍ଷ ମ୍ୟୁନିସିପାଲିଟି ନିର୍ବାଚନ ହେବ । ଏହାକୁ ନେଇ ଗତ କିଛି ମାସ ଧରି ଆମ୍ ଆଦମୀ ପାର୍ଟି ମଧ୍ୟ କସରତ ଆରମ୍ଭ କରିଦେଇଛି ।

ଏଭଳି ପରିସ୍ଥିତିରେ ଭାରତୀୟ ଜନତା ପାର୍ଟି କେବଳ ସଙ୍ଗଠନକୁ ମଜବୁତ କଲେ ଚଳିବନି, ଏଥିପାଇଁ କାହିଁକି ଲୋକେ ବିଜେପିକୁ ଭୋଟ ଦେବେ ସେଥିପାଇଁ ମଧ୍ୟ କସରତ କରିବାକୁ ପଡିବ । ନିର୍ବାଚନ ପୂର୍ବରୁ ଭାଜପାର କିଛି ନେତା ଆପରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ମାତ୍ର ନେତାଙ୍କୁ ଦଳରେ ରଖିବା ପାଇଁ ଭାଜପା ଏଥର କିଛି ଖାସ୍ କରିନଥିବା ଦେଖିବାକୁ ମିଳିଛି । ଫଳରେ ବହୁ ଦଳୀୟ ନେତା ଇସ୍ତଫା ଦେଇଛନ୍ତି । ତଥାପି ଦିଲ୍ଲୀ ପୌରପାଳିକା ନିର୍ବାଚନ ଥିବାରୁ ହର୍ଷବର୍ଦ୍ଧନଙ୍କୁ ନୂଆ ପଦ ମିଳିପାରେ ବୋଲି ଆକଳନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.