ETV Bharat / bharat

Loudspeaker Row: ମୁସଲିମ ସମ୍ପ୍ରଦାୟର ଅନୁରୋଧ, ସିରିଡି ସାଇ ମନ୍ଦିରରେ ଲାଉଡସ୍ପିକର ବନ୍ଦ କରନାହିଁ

ଇତିହାସରେ ପ୍ରଥମ ଥର ପାଇଁ ବିନା ଲାଉଡସ୍ପିକରରେ ସିରିଡି ସାଇ ମନ୍ଦିରରେ ସମ୍ପନ୍ନ ହେଲା ଆଳତୀ । ସାଇ ମନ୍ଦିରରେ ଲାଉଡସ୍ପିକର ବନ୍ଦ ନ କରିବା ପାଇଁ ଦାବି କଲେ ମୁସଲିମ ସମ୍ପ୍ରଦାୟ । ଅଧିକ ପଢନ୍ତୁ

Loudspeaker Row: ମୁସଲିମ ସମ୍ପ୍ରଦାୟର ଅନୁରୋଧ, ସିରିଡି ସାଇ ମନ୍ଦିରରେ ଲାଉଡସ୍ପିକର ବନ୍ଦ କରନାହିଁ
Loudspeaker Row: ସାଇ ମନ୍ଦିରରେ ଲାଉଡସ୍ପିକର ବନ୍ଦ କରନାହିଁ କହିଲେ ମୁସଲିମ
author img

By

Published : May 5, 2022, 3:23 PM IST

Updated : May 5, 2022, 5:10 PM IST

ମୁମ୍ବାଇ: କିଛି ଦିନ ହେବ ଲାଉଡସ୍ପିକର ବିବାଦକୁ ନେଇ ହୁଲୁସ୍ତୁଲ ହେଉଛି ଦେଶ । ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟଙ୍କ କଡା ଚେତାବନୀ ପରେ ବିଭିନ୍ନ ଧର୍ମାନୁଷ୍ଠାନରୁ ଲାଉଡସ୍ପିକରଗୁଡିକୁ ହଟାଇ ଦିଆଯାଇଛି । ଫଳରେ ଏବେ ବିନା ଲାଉଡସ୍ପିକରରେ ମସଜିଦରେ ଅଜାନ ଏବଂ ମନ୍ଦିରରେ ଆଳତୀ ହେଉଛି ।

ଇତିହାସରେ ପ୍ରଥମ ଥର ପାଇଁ ସିରିଡି ସ୍ଥିତି ସାଇବାବାଙ୍କ(Shirdi Sai Temple) ମନ୍ଦିରରେ ମଧ୍ୟ ଲାଉଡସ୍ପିକର ବିନା କକଡ ଆରତୀ ସମ୍ପନ୍ନ ହୋଇଛି । ଯାହା ସେଠାକାର ମୁସଲିମ ସମ୍ପ୍ରଦାୟଙ୍କ ହୃଦୟକୁ ଖୁବ୍ ଆଘାତ ପହଞ୍ଚାଇଛି । ମହାରାଷ୍ଟ୍ରରେ ଏବେ ଅଜାନ ବନାମ ହନୁମାନ ଚାଳିଶା ବିବାଦ ଉଗ୍ର ରୂପ ନେଇଥିବା ବେଳେ ସାଇବାବାଙ୍କ ମନ୍ଦିରରେ ଲାଉଡସ୍ପିକର ହଟାଯିବାକୁ ନେଇ ପ୍ରତିବାଦ କରିଛନ୍ତି ମୁସଲିମ ସମ୍ପ୍ରଦାୟ । ମନ୍ଦିରରେ ଏହାର ବ୍ୟବହାର ବନ୍ଦ କରାନଯାଉ ବୋଲି ସେମାନେ ଦାବି କରିଛନ୍ତି ।

Loudspeaker Row: ମୁସଲିମ ସମ୍ପ୍ରଦାୟର ଅନୁରୋଧ, ସିରିଡି ସାଇ ମନ୍ଦିରରେ ଲାଉଡସ୍ପିକର ବନ୍ଦ କରନାହିଁ

ସିରିଡି ସଂସ୍ଥାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(Chief Executive Officer of Shirdi Sansthan) କହିଛନ୍ତି, ''ମନ୍ଦିରରୁ ଲାଉଡସ୍ପିକର ହଟାଇବା ନେଇ ପୋଲିସ ପ୍ରଶାସନ ପକ୍ଷରୁ ଆମକୁ ଏକ ଚିଠି ଆସିଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଙ୍ଘନ ନ କରିବାକୁ ଚିଠିରେ ଉଲ୍ଲେଖ ଥିଲା । ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ସାଇବାବାଙ୍କ ଆଳତୀ ଏବଂ ପୂଜା ସମୟରେ ଲାଉଡସ୍ପିକରର ବ୍ୟବହାର ହୋଇନଥିଲା । କିନ୍ତୁ ମନ୍ଦିରରେ ଲାଉଡସ୍ପିକର ବନ୍ଦ ନ କରାନଯାଉ ବୋଲି ଜାମା ମସଜିଦ ଟ୍ରଷ୍ଟ ଏବଂ ମୁସଲିମ ସମ୍ପ୍ରଦାୟ ଦାବି କରିଛନ୍ତି । ଏ ସଂକ୍ରାନ୍ତୀୟ ଏକ ବିବୃତ୍ତି ମଧ୍ୟ ସେମାନେ ଜାରି କରିଛନ୍ତି ।''

ବିବୃତ୍ତିରେ କୁହାଯାଇଛି, ଲାଉଡସ୍ପିକର ବିନା ସାଇବାବାଙ୍କ ପ୍ରାତଃ ଓ ସନ୍ଧ୍ୟା ଆରତୀ ସମ୍ପନ୍ନ ହେବା ଖୁବ୍ ଯନ୍ତ୍ରଣାଦାୟକ । ସାଇବାବା ଦେବସ୍ଥାନ ବିଶ୍ବପ୍ରସିଦ୍ଧ ତଥା ସଦଭାବନାର ପ୍ରତୀକ । ୧୨୫ ବର୍ଷ ଧରି ବାବାଙ୍କ ଦ୍ବାରକାମୟୀ ମସଜିଦରେ(Sai Baba's Dwarkamai Mosque) ଉଭୟ ହିନ୍ଦୁ-ମୁସଲିମମାନଙ୍କ ଗେରୁଆ ଓ ସବୁଜ ପତାକା ଉଡିଆସୁଛି ।

ପ୍ରତିଦିନ ସକାଳ ୧୦ଟା ସମୟରେ ସାଇ ସମାଧି ନିକଟରେ ଦୁଇ ସମ୍ପ୍ରଦାୟର ଲୋକେ ଭିଡ ଲଗାଇଥାନ୍ତି । ଲାଉଡସ୍ପିକର ହଟାଇବା ଭଳି ପଦକ୍ଷେପ ଦ୍ବାରା ଏଠାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଥିବା ଏକତା କ୍ଷୂର୍ଣ୍ଣ ହେବା ଠିକ୍ ନୁହେଁ । ଦେଶବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ସିରିଡି ଆସିଥାନ୍ତି । ମନ୍ଦିର ଉପରେ ହଜାର ହଜାର ଲୋକଙ୍କ ଜୀବନଜୀବିକା ନିର୍ଭରଶୀଳ । ତେଣୁ ଏହି ବିଶ୍ବ ପ୍ରସିଦ୍ଧ ମନ୍ଦିରରୁ ଲାଉଡସ୍ପିକର ବ୍ୟବହାର ଚାଲୁ ରଖାଯାଉ ଏବଂ ଏଥିପାଇଁ ବିଶେଷରୂପେ ମାନ୍ୟତା ମିଳୁ ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 5, 2022, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.