ETV Bharat / bharat

ମଦୁଆ ସହ ନିଜ ଭଉଣୀ ବା ଝିଅକୁ ବିବାହ କରନାହିଁ: କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର - କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର

ନିଜ ପୁଅର ମୃତ୍ୟୁ କାରଣ ବଖାଣିଲେ କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର । ମଦୁଆ ଅଫିସରଙ୍କୁ ନିଜ ଝିଅ ବା ଭଉଣୀଙ୍କୁ ବିବାହ ନକରେଇବାକୁ କହିଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

Union Minister Kaushal Kishore
Union Minister Kaushal Kishore
author img

By

Published : Dec 26, 2022, 7:28 AM IST

ଲକ୍ଷ୍ନୌ: ''ନିଜ ଝିଅ ବା ଭଉଣୀକୁ କୌଣସି ମଦୁଆ ଅଫିସର ସହ ବାହା ଦିଅନ୍ତୁ ନାହିଁ ବରଂ ଗୋଟିଏ ରିକ୍ସାବାଲାକୁ ବାହା ଦିଅନ୍ତୁ(Don't Marry Off Your Daughters To Alcoholics ) । ସେ ଏକ ମଦୁଆ ଅଫିସର ଠାରୁ ଆପଣଙ୍କ ଝିଅ ବା ଭଉଣୀର ଜଣେ ଭଲ ସ୍ବାମୀ ହୋଇପାରିବ । ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର(Union Minister Kaushal Kishore) ।'' ଲାମ୍ବୁଆ ବିଧାନସଭା ନିର୍ବାଚନମଣ୍ଡଳୀ(Lambhua assembly constituency)ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ନିଶା ନିବାରଣ ଉପରେ ଭାଷଣ ଦେଉଥିଲେ ମନ୍ତ୍ରୀ । ଏହି ସମୟରେ ସେ କହିଥିଲେ ଯେ ମଦ୍ୟପ ବ୍ୟକ୍ତିଙ୍କ ଜୀବନ ବହୁତ କମ ସମୟ ପାଇଁ ତେଣୁ ନିଜ ଝିଅ ବା ଭଉଣୀଙ୍କୁ ଏପରି ଲୋକଙ୍କ ସହ ବିବାହ ନଦେବାକୁ ନିବେଦନ କରିଥିଲେ କୌଶଲ କିଶୋର ।

ଏହା ମଧ୍ୟ ପଢନ୍ତୁ-President Visit: ଆଜିଠୁ ୫ ଦିନିଆ ହାଇଦ୍ରାବାଦ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସେ ତାଙ୍କ ବ୍ୟକ୍ତିଗତ ଦୁଃଖକୁ ଭାଷଣ ମାଧ୍ୟମରେ ବଖାଣିଥିଲେ । ସେ କହିଥିଲେ ଯେ, ''ଯେତେବେଳେ ମୁଁ ସାଂସଦ ଏବଂ ମୋର ପତ୍ନୀ ଜଣେ ବିଧାୟିକା ଥିଲେ ସେତେବେଳେ ଆମ ପୁଅକୁ ଆମେ ବଞ୍ଚାଇ ପାରିଲୁ ନାହିଁ, ତେବେ ସାଧାରଣ ଜନତା ଏହା କିପରି କରିପାରିବେ । ମୋ ପୁଅ ଆକାଶ କିଶୋର ତା ସାଙ୍ଗ ମାନଙ୍କ ସହ ମଦ୍ୟପାନ କରିବାରେ ଅଭ୍ୟସ୍ତ ଥିଲା । ଏଥି ପାଇଁ ତାକୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହାପରେ ଆଶା ରଖିଥିଲୁ ଯେ, ସେ ନିଶା ଛାଡି ଦେବ । ନିଶା ନିବାରଣ କେନ୍ଦ୍ରରୁ ଆସିବାର ୬ ମାସ ପରେ ତାର ବିବାହ କରାଇଥିଲୁ । କିନ୍ତୁ ବିବାହ ପରେ ସେ ପୁଣି ମଦ୍ୟପାନ କରିବା ଆରମ୍ଭ କରିଦେଇଥିଲା, ଶେଷରେ ତାର ମୃତ୍ୟୁ ହୋଇଥିଲା । ଦୁଇ ବର୍ଷେ ପୂର୍ବେ ତାର ମୃତ୍ୟୁ ହୋଇଥିଲା, ସେତେବେଳେ ତାର ଏକ ପୁଅ ହୋଇଥିଲା । ମୁଁ ମୋ ପୁଅକୁ ବଞ୍ଚାଇ ପାରିଲି ନାହିଁ, ଯେଉଁଥି ପାଇଁ ମୋର ବୋହୂ ବିଧବା ହୋଇଗଲେ । ଏଥିରୁ ଆପଣ ମାନେ ଆପଣଙ୍କ ଝିଅ ଓ ଉଭଣୀମାନଙ୍କୁ ବଞ୍ଚାଇବାକୁ ପଡିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।''

ଏହା ମଧ୍ଯ ପଢନ୍ତୁ- Firing in kanker: ହେଡ୍‌ କନେଷ୍ଟବଳଙ୍କୁ CAF ଯବାନ ଗୁଳି କରି ହତ୍ୟା ଅଭିଯୋଗ

''ଭାରତରେ ପ୍ରତିବର୍ଷ ନିଶା ସେବନ କରି ୨୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ତମାଖୁ, ସିଗାରେଟ ଓ ବିଡିଟାଣି ୮୦ ପ୍ରତିଶତ କ୍ୟାନସର ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ ନିଶା ନିବାରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ପରିବାରକୁ ବଞ୍ଚାନ୍ତୁ ଓ ସମସ୍ତ ବିଦ୍ୟାଳୟରେ ନିଶା ନିବାରଣ ଅଭିଯାନ ଆରମ୍ଭ କରିବା ମଧ୍ୟ ଉଚିତ୍‌ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର । ''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.