ETV Bharat / bharat

'ପ୍ରବାସୀଙ୍କ ପାଇଁ ବାଧା ସୃଷ୍ଟି କରନ୍ତୁ ନାହିଁ, ONORC କାର୍ଯ୍ୟକାରୀ କରନ୍ତୁ'

author img

By

Published : Jun 11, 2021, 8:00 PM IST

ପ୍ରବାସୀଙ୍କ ଲାଗି ବାଧା ସୃଷ୍ଟି ନକରି ONORC କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଦିଲ୍ଲୀ ସରକାରଙ୍କୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

'ପ୍ରବାସୀଙ୍କ ପାଇଁ ବାଧା ସୃଷ୍ଟି କରନ୍ତୁ ନାହିଁ, ONORC କାର୍ଯ୍ୟକାରୀ କରନ୍ତୁ'
'ପ୍ରବାସୀଙ୍କ ପାଇଁ ବାଧା ସୃଷ୍ଟି କରନ୍ତୁ ନାହିଁ, ONORC କାର୍ଯ୍ୟକାରୀ କରନ୍ତୁ'

ନୂଆଦିଲ୍ଲୀ: ଗରିବ ଶ୍ରେଣୀର ପ୍ରବାସୀଙ୍କ ପାଇଁ ବାଧା ସୃଷ୍ଟି ନ କରି ୱାନ ନେସନ ୱାନ ରାସନ କାର୍ଡ(ONORC) ଯୋଜନା କାର୍ଯ୍ୟକାରୀ କରନ୍ତୁ ବୋଲି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୂଷ ଗୋଏଲ ଶୁକ୍ରବାର ଦିଲ୍ଲୀ ସରକାରଙ୍କୁ କହିଛନ୍ତି ।

ଏପ୍ରିଲ 2018 ମସିହାରେ ଦିଲ୍ଲୀ ସରକାର ଇଲେକ୍ଟ୍ରୋନିକ ପଏଣ୍ଟ ଅଫ ସେଲ (e-PoS) ବ୍ୟବସ୍ଥା ମାଧ୍ୟମରେ ରାସନ ବଣ୍ଟନକୁ ସାମୟିକ ଭାବେ ସ୍ଥଗିତ ରଖିଥିଲେ। e-PoS ଡିଭାଇସ୍ ଶୀଘ୍ର ପୁନଃ ଆରମ୍ଭ ହେବା ନେଇ ଗତ କିଛି ମାସ ମଧ୍ୟରେ ଦିଲ୍ଲୀ ସରକାରଙ୍କୁ ଅନେକ ଚିଠି ଲେଖିଥିବା ଗୋୟଲ ଟ୍ବିଟ କରି କହିଛନ୍ତି । ଗରିବ ପ୍ରବାସୀମାନଙ୍କ ପାଇଁ ବାଧା ସୃଷ୍ଟି ନକରିବା ଏବଂ ୱାନ ନେସନ ୱାନ ରାସନ କାର୍ଡ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

ଗୋଏଲ ଦିଲ୍ଲୀ ସରକାରଙ୍କୁ ଚଳିତ ବର୍ଷ ଫେବୃଆରୀ 18 ତାରିଖରେ ଲେଖିଥିଲେ ମଧ୍ୟ ଦିଲ୍ଲୀ ସରକାର ଏ ନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ । କେନ୍ଦ୍ର ଖାଦ୍ୟ ସେକ୍ରେଟାରୀ ସୁଧାଂଶୁ ପାଣ୍ଡେ ଜୁନ 8 ତାରିଖରେ ONORCକୁ ପୁନଃ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଦିଲ୍ଲୀ ସରକାରଙ୍କୁ ନିବେଦନ କରିଥିଲେ । ଏହି ଯୋଜନା ପୁନଃ କାର୍ଯ୍ୟକାରୀ ହେଲେ 10 ଲକ୍ଷ ପ୍ରବାସୀ ଉପକୃତ ହେବେ ବୋଲି ସେ କହିଥିଲେ । ଦେଶରେ ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହୋଇସାରିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.