ETV Bharat / bharat

ଘରୋଇ ମେଡିକାଲର ଚରମ ଅବହେଳା, ଡାକ୍ତରଖାନାରେ ପଶି ଶିଶୁକୁ ଉଠାଇ ନେଲା କୁକୁର - ପାନିପଥରେ ଏଭଳି ଅଘଟଣ

ପାନିପଥ ସହରର ସେକ୍ଟର ୧୩-୧୭ର ଏକ ଘରୋଇ ହସ୍ପିଟାଲର ବଡ ଅବହେଳା ଦେଖିବାକୁ ମିଳିଛି । ଯେଉଁଠାରେ ଏକ ବୁଲା କୁକୁର ବିଳମ୍ବତ ରାତିରେ ଡାକ୍ତରଖାନାରେ ପଶି ନବଜାତ ଶିଶୁକୁ ନେଇ ଯାଇଥିଲା ।

Dog took away baby from hospital
କୁକୁର ପାଇଁ ନବଜାତ ଶିଶୁର ମୃତ୍ୟୁ
author img

By

Published : Jun 29, 2022, 2:07 PM IST

ଚଣ୍ଡିଗଡ: ପାନିପଥ ସହରର ସେକ୍ଟର ୧୩-୧୭ର ଏକ ଘରୋଇ ହସ୍ପିଟାଲର ବଡ ଅବହେଳା ଦେଖିବାକୁ ମିଳିଛି । ଯେଉଁଠାରେ ଏକ ବୁଲା କୁକୁର ବିଳମ୍ବତ ରାତିରେ ଡାକ୍ତରଖାନାରେ ପଶି ନବଜାତ ଶିଶୁକୁ ନେଇ ଯାଇଥିଲା । ଶିଶୁଟି ତା'ର ମାଆ ପାଖରେ ଶୋଇଥିବା ସମୟରେ କୁକୁର ଆସି ଶିଶୁଟିକୁ ପାଟିରେ କାମୁଡି ନେଇଥିଲା । କିଛି ସମୟରେ ପରେ ପରିବାର ଲୋକ ଉଠିଥିଲେ କିନ୍ତୁ ନବଜାତ ଶିଶୁକୁ ପାଖରେ ନଥିବା ଦେଖି ସେମାନେ ଖୋଜିବା ଆରମ୍ଭ କରିଥିଲେ ।

ତେବେ ପିଲାଟିକୁ ଖୋଜିବା ସମୟରେ ପରିବାର ଲୋକ ଡାକ୍ତରଖାନା ବାହାରେ ପହଞ୍ଚି ଦେଖିଲେ ଯେ ଗୋଟିଏ କୁକୁର ନବଜାତ ଶିଶୁକୁ ପାଟିରେ ଧରିଛି । ଏହା ଦେଖି ସେମାନେ କୌଣସି ପ୍ରକାରେ ଶିଶୁକୁ କୁକୁରଠୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲା । ତେବେ ଶିଶୁର ମୃତ ଦେହକୁ ବର୍ତ୍ତମାନ ସିଭିଲ ହସ୍ପିଟାଲରେ ରଖାଯାଇଛି ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.