ETV Bharat / bharat

କୁକୁରର କାଷ୍ଟ୍ ସାର୍ଟିଫିକେଟ ପାଇଁ ଅନଲାଇନ ଆବେଦନ, ଆଗରୁ ହୋଇଛି ଆଧାରକାର୍ଡ - ଗୟା ଖବର

କୁକୁରକୁ ବି ଆବଶ୍ୟକ ପଡ଼ିଛି ଜାତି ପ୍ରମାଣପତ୍ର । ଏଥିଲାଗି ମାଲିକ ଅନଲାଇନ ମାଧ୍ୟମରେ ଆବେଦନ ପତ୍ର ଭରିଛନ୍ତି । ବିହାର ଗୟାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

application for dog caste cetificate
application for dog caste cetificate
author img

By

Published : Feb 3, 2023, 9:05 PM IST

ପାଟନା: ବିହାରରେ ଜାତୀୟ ଜନଗଣନା ଚାଲୁ ରହିଥିବା ବେଳେ ଗୟାରୁ ଆସିଛି ଏକ ବିସ୍ମୟକର ଘଟଣା । ଜଣେ ବ୍ୟକ୍ତି ନିଜ ପାଳିତ କୁକୁରର ଜାତିଭିତ୍ତିକ ସାର୍ଟିଫିକେଟ ଲାଗି ଅନଲାଇନ ଆବେଦନ କରିଛନ୍ତି । ଗୁରରୁ ଅଞ୍ଚଳସ୍ଥିତ କାର୍ଯ୍ୟାଳୟକୁ କୁକୁରର ଜାତିଭିତ୍ତିକ ସାର୍ଟିଫିକେଟ ଲାଗି ଆବେଦନ ପତ୍ର ଆସିବା ପରେ ବିଭାଗର କର୍ମଚାରୀମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି । ଖାଲି ସେତିକି ନୁହେଁ ଏହି ପୂର୍ବରୁ କୁକୁରର ଆଧାର କାର୍ଡ ହୋଇଥିବା ମଧ୍ୟ ଜଣାପଡ଼ିଛି ।

application for dog caste cetificate
କୁକୁରର ଜାତିଭିତ୍ତିକ ସାର୍ଟିଫିକେଟ ପାଇଁ ଅନଲାଇନ ଆବେଦନ

କୁକୁର ଜାତି ପ୍ରମାଣପତ୍ର ଲାଗି ଆବେଦନ:- କୁକୁରର ଜାତି ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ଆଧାର କାର୍ଡ ନମ୍ବର ମଧ୍ୟ ସଂଲଗ୍ନ କରାଯାଇଛି। ଏଥିରେ କୁକୁରର ଏକ ଫଟୋ ମଧ୍ୟ ରହିଛି । କୁକୁରର ଜନ୍ମ ତାରିଖ, ପିତାମାତାଙ୍କ ନାମ, ବୟସ ସମସ୍ତ ବିବରଣୀ ଦିଆଯାଇଛି । କୁକୁର ପାଇଁ ଜାତି ପ୍ରମାଣପତ୍ର ଲାଗି ଏହି ଆବେଦନ ଆସିବା ପରେ ଲୋକମାନଙ୍କ ମଧ୍ୟରେ ଏହା ଆଲୋଚନାର ବିଷୟ ପାଲଟିଛି । କୁକୁରର ମାଲିକ ଏହି ଆବେଦନ କରାଇଛନ୍ତି ।

ଏହା ବି ପଢନ୍ତୁ-Delhi Kajhawala Case: ଦୁର୍ଘଟଣା ବେଳେ ନିଶାସକ୍ତ ଥିଲା ଅଞ୍ଜଳି, ଭିସେରା ରିପୋର୍ଟରେ ପ୍ରମାଣିତ

ପୂର୍ବରୁ କୁକୁରର ହୋଇସାରିଛି ଆଧାର କାର୍ଡ:- ଅନ୍ଲାଇଇନରେ ପ୍ରସ୍ତୁତ ଏହି ଆବେଦନ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆବେଦନରେ ଆବେଦନକାରୀଙ୍କ ନାମ ଟମି, ପିତାଙ୍କ ନାମ ଶେରୁ, ମାତାଙ୍କ ନାମ ଜିନି ଏବଂ ଠିକଣାରେ ଗ୍ରାମ ପାଣ୍ଡେ ପୋଖର, ପଞ୍ଚାୟତ ନାମ ରୋନା, ୱାର୍ଡ ନମ୍ବର ୧୩, ସର୍କଲ ଗୁରରୁ, ଥାନା ଗୁରରୁ ନାମରେ ଉଲ୍ଲେଖ ରହିଛି । ଏଥିରେ ଏକ ମୋବାଇଲ୍ ନମ୍ବର ମଧ୍ୟ ଅଛି । ସବୁଠୁ ଖାସ କଥା ହେଉଛି ଟମି କୁକୁରର ବୃତ୍ତି ଛାତ୍ର ଭାବରେ ଉଲ୍ଲେଖ କରାଯାଇଛି । ଜାତି ମଧ୍ୟ ଆବେଦନରେ ଉଲ୍ଲେଖ କରାଯାଇଛି । ସେହିପରି ଜନ୍ମ ତାରିଖ ୧୪ ଏପ୍ରିଲ ୨୦୦୨ ଭାବରେ ଉଲ୍ଲେଖ କରାଯାଇଛି ।

କର୍ମଚାରୀଙ୍କ ଗହଣରେ କୌତୁହଳ ପରିସ୍ଥିତି:- କୁକୁରଙ୍କୁ ମଧ୍ୟ ଜାତି ପ୍ରମାଣପତ୍ରର ଆବଶ୍ୟକ ପଡ଼ିଲାଣି, ଏ ନେଇ କର୍ମଚାରୀ ମହଲରେ ଥଟ୍ଟା ପରିହାସ ହେଉଛି । ଏ ନେଇ ଗୁରରୁ ସିଓ ସଞ୍ଜୀବ କୁମାର ତ୍ରିବେଦୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ କାର୍ଯ୍ୟାଳୟକୁ କୁକୁରର ଜାତି ପ୍ରମାଣପତ୍ର ଲାଗି ଏକ ଆବେଦନ ଆସିଥିଲା । ଯାହାକୁ ରଦ୍ଦ କରାଯାଇଛି । ଏପରି କୌଣସି ଆବେଦନ ପତ୍ର ବୈଧ ନୁହେଁ । ଆବେଦନ ପତ୍ରରେ ଯେଉଁ ମୋବାଇଲ ନମ୍ବର ଦିଆଯାଇଥିଲା, ଉକ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କରିବା ଲାଗି ଉଦ୍ୟମ ରହିଛି. ଉକ୍ତ ବ୍ୟକ୍ତିଙ୍କ ନାମ ରାଜା ବାବୁ ବୋଲି ଆସୁଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.