ETV Bharat / bharat

6 ମହଲାରୁ କୁକୁରକୁ ଫୋପାଡି ହତ୍ୟା, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ

author img

By

Published : Jan 28, 2023, 9:32 AM IST

ଇନ୍ଦୋରର ଲାସୁଡିଆ ଥାନା ଅଞ୍ଚଳରେ 6 ମହଲାରୁ କୁକୁରକୁ ଫିଙ୍ଗି ହତ୍ୟା । ଏହାପରେ ଅଭିଯୁକ୍ତ ବିରୁଦ୍ଧରେ ପୋଲିସ ଏକ ମାମଲା ରୁଜୁ କରିଛି । ଅଧିକ ପଢନ୍ତୁ

Dog dies after being thrown
Dog dies after being thrown

ଭୋପାଳ: ଇନ୍ଦୋରରେ ଲଗାତର ପଶୁ ନିର୍ଯାତନା ମାମଲା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଇନ୍ଦୋରର ଲାସୁଡିଆ ଥାନା ଅଞ୍ଚଳରେ 6 ମହଲାରୁ କୁକୁରକୁ ଫିଙ୍ଗି ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ଘଟଣା ବିଷୟରେ ଜାଣିବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଆନିମଲ କ୍ରୁଏଲଟି ଆକ୍ଟରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ରୟାଲ ଅମର ଗ୍ରୀନ ନାମକ ଏକ ବିଲ୍ଡିଂର 6 ମହଲାରୁ କୁକୁରକୁ ଫିଙ୍ଗି ହତ୍ୟା କରାଯାଇଥିବା ନେଇ ଲାସୁଡିଆ ପୋଲିସକୁ ପିପୁଲ୍‌ସ୍‌ ଫର ଆନିମଲ୍‌ର ପ୍ରିୟାଂଶୁ ଜୈନ୍‌ ଓ ତାଙ୍କ ସହିତ ଅନ୍ୟ ସ୍ଥାନୀୟ ଲୋକ ମିଶି ସୂଚନା ଦେଇଥିଲେ । ପୋଲିସ ପିପୁଲ୍‌ସ୍‌ ଫର ଆନିମଲର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଚହ୍ନଟ କରି ପାରିନଥିବାରୁ କାହାରିକୁ ଗିରଫ କରି ପାରିନି ପୋଲିସ । ଦିନକୁ ଦିନ ଏଠାରେ ପଶୁ ନିର୍ଯାତନ ବଢ଼ି ଚାଲିଥିବାରୁ ପିପୁଲ୍‌ସ୍‌ ଫର ଆନିମଲ ଚିନ୍ତା ବ୍ୟକ୍ତ କରାଯାଇଛି । ସେପଟେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ ।

ପ୍ରକାଶ ଥାଉକି, ଇନ୍ଦୋରରେ ପୂର୍ବରୁ ମଧ୍ୟ ଏଭଳି କିଛି ଘଟଣା ସାମ୍ନାକୁ ଆସିଥିଲା। ଏରୋଡ୍ରମ୍ ଥାନା ନିକଟସ୍ଥ ଏକ କଲୋନୀରେ କାର ଡ୍ରାଇଭର ବେପରୁଆ ଭାବରେ ଗାଡି ଚଳାଉଥିବା ବେଳେ କୁକୁର ଉପରେ ଗାଡି ଚଢାଇ ଦେଇଥିଲେ । ଯାହାଫଳରେ ଘଟଣା ସ୍ଥଳରେ ହିଁ କୁକୁରର ମୃତ୍ୟୁ ହୋଇଥିଲା । ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଥିଲା । ସେହିପରି ହୀରା ନଗର ଥାନା ଅଞ୍ଚଳରେ ଏକ କୁକୁରକୁ 2 ଜଣ ଯୁବକ ମିଶି ନିର୍ଦ୍ଦୟ ଭାବରେ ପିଟିଥିଲେ । ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିଲା ।

ସେହିପରି ଅନ୍ୟପଟେ ଭୋପାଳରେ ମଧ୍ୟ ପଶୁ ନିର୍ଯାତନା ଘଟଣା ସାମ୍ନାକୁ ଆସିଥିଲା । ବାସ୍ତବରେ ଏକ ଭିଡିଓ ଭାଇରାଲ ହେଉଥିଲା ଯେଉଁଥିରେ ଜଣେ ଯୁବକ କୁକୁରକୁ ଏକ ପୋଖରୀରେ ଫିଙ୍ଗିଥିବାର ନଜର ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.