ETV Bharat / bharat

Dolo 650 ପ୍ରେସକ୍ରାଇବ କରିବାକୁ ଡାକ୍ତର ନେଇଛନ୍ତି ହଜାର କୋଟିର ମାଗଣା ଉପହାର

author img

By

Published : Aug 18, 2022, 7:02 PM IST

କୋଭିଡ ସମୟରେ ଡୋଲ-650 ର ମାତ୍ରାଧିକ ବ୍ୟବହାର ଓ ବିକ୍ରିକୁ ନେଇ ଆସିଲା ବଡ ସନ୍ଦେହ । Dolo 650 ପ୍ରେସକ୍ରାଇବ କରିବା ପାଇଁ ଡାକ୍ତର ପ୍ରସ୍ତୁତକାରୀ ସଂସ୍ଥା ଠାରୁ ନେଇଛନ୍ତି ହଜାର କୋଟିର ଲାଞ୍ଚ । ସର୍ବୋଚ୍ଚ କୋର୍ଟଙ୍କୁ ଏପରି ତଥ୍ୟ ଦେଲା ଆବେଦନକାରୀ ପକ୍ଷ FMRAI । ଅଧିକ ପଢନ୍ତୁ

Dolo 650 ପ୍ରେସକ୍ରାଇବ କରିବା ପାଇଁ ଡାକ୍ତର ନେଇଛନ୍ତି ହଜାର କୋଟିର ଲାଞ୍ଚ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ ପାରାସିଟାମଲ (Dolo-650 mg) ଟାବେଲେଟର ବିକ୍ରି ହାର ଦେଶରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ତେବେ ଏହାର ମାତ୍ରାଧିକ ବ୍ୟବହାର ଓ ବିକ୍ରିକୁ ନେଇ ଏବେ ଚକିତ କରିବା ପରି ଖବର ସାମ୍ନାକୁ ଆସିଛି । ଏହାକୁ ରୋଗୀଙ୍କୁ ପ୍ରେସକ୍ରାଇବ କରିବା ପାଇଁ ଡାକ୍ତରଙ୍କୁ ପ୍ରାୟ 1 ହଜାର କୋଟିର ମାଗଣା ଉପହାର ପ୍ରଦାନ କରିଛି ଏହି ଟାବଲେଟର ପ୍ରସ୍ତୁତକାରୀ କମ୍ପାନୀ । ଏପରି ଏକ ଆଶ୍ଚର୍ଯ୍ୟଚକିତ କରିବା ପରି ତଥ୍ୟ ଏବେ ସର୍ବୋଚ୍ଚ କୋର୍ଟଙ୍କୁ ଅବଗତ କରାଯାଇଛି । ଏହି ଔଷଧର ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ଫେଡେରେସନ ଅଫ ମେଡିକାଲ ଓ ସେଲ ରିପ୍ରେଜେଣ୍ଟଟିଭ ଆସୋସିଏନ (FMRAI) ଏକ ମାମଲା କରିଥିଲା । ଆଜି ଉକ୍ତ ମାମଲାର ଶୁଣାଣିବେଳେ ସର୍ବୋଚ୍ଚ କୋର୍ଟଙ୍କୁ ଏପରି ତଥ୍ୟ ସମ୍ବଳିତ ସୂଚନା ଅବଗତ କରାଇଛି ଆବେଦନକାରୀ ପକ୍ଷ FMRAI ।

ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ (Justice DY Chandrachud) ଓ ଜଷ୍ଟିସ ଏ.ଏସ ବୋପାନ୍ନାଙ୍କୁ (Justice AS Bopanna) ନେଇ ଗଠିତ ଖଣ୍ଡପୀଠ ଆଜି (ଗୁରୁବାର) ଏହି ମାମଲାର ଶୁଣାଣି କରିଥିଲେ । FMRAIର ଏପରି ତଥ୍ୟରେ ଖଣ୍ଡପୀଠର ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଶୁଣାଣିବେଳେ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, "ସେ ନିଜେ କୋଭିଡରେ ଆକ୍ରାନ୍ତ ଥିବାବେଳେ ମଧ୍ୟ ତାଙ୍କୁ ଏହି ଟାବଲେଟ ଖାଇବା ପାଇଁ ଡାକ୍ତରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହା ଏକ ଗମ୍ଭୀର ପ୍ରସଙ୍ଗ ।" ଏହି ମାମଲାରେ 10 ଦିନ ମଧ୍ୟରେ ବିସ୍ତୃତ ଉତ୍ତର ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ ।

ଏହାପୂର୍ବରୁ, ନ୍ୟାସନାଲ ମେଡିକାଲ କମିଶନ (MMC) ଆୟକର ବିଭାଗକୁ ଯେଉଁ ଡାକ୍ତରଙ୍କ ବାସଭବନରେ ଲାଞ୍ଚ କିମ୍ବା ମାଗଣା ଉପହାର ଗ୍ରହଣ କରିବା ଅଭିଯୋଗରେ ଚଢାଉ ହୋଇଥିଲା ସେମାନଙ୍କ ତଥ୍ୟ ମାଗିଥିଲେ । ଆୟକର ବିଭାଗର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (CBDT) ଚଢାଉରେ ସାମ୍ନାକୁ ଆସିଥିବା ତଥ୍ୟ ଆୟୋଗ ନିକଟରେ ଦାଖଲ କରିଥିଲେ । ଜୁଲାଇ 6 ତାରିଖରେ, ଆୟକର ବିଭାଗ ବେଙ୍ଗାଲୁରୁର ଡୋଲ-650ର ପ୍ରସ୍ତୁତକାରୀ କମ୍ପାନୀ ମାଇକ୍ରୋ ଲ୍ୟାବ ଲିମିଟେଡ ଫାର୍ମା କମ୍ପନୀର 36ଟି ସ୍ଥାନରେ ଚଢାଉ କରିଥିଲା । ଏହି ତଦନ୍ତରେ ଡୋଲର ପ୍ରସ୍ତୁତକାରୀ କମ୍ପାନୀ ଡାକ୍ତରଙ୍କୁ ପ୍ରାୟ ଏକ ହଜାର କୋଟି ଟଙ୍କା ମୂଲ୍ୟର ମାଗଣା ଉପହାର ପ୍ରଦାନ କରି ନିଜ ଉତ୍ପାଦକୁ (ଡୋଲୋ-650) ପ୍ରତ୍ସାହିତ କରିବା ପାଇଁ ପ୍ରୟାସ କରିଥିବା ଦର୍ଶାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.