ETV Bharat / bharat

ମନୋବୋଧଙ୍କ ମୁହଁରେ ଫେରିଲା ହସ, 16ଥର ଅପରେସନ ପରେ ହଟିଲା 8 କେଜି ଟ୍ୟୁମର

ଟିଟିଲାଗଡର 31 ବର୍ଷୀୟ ଯୁବକ ମନୋବୋଧ ବାଗଙ୍କ ଜୀବନ କୌଣସି ନର୍କ ଯନ୍ତ୍ରଣାଠାରୁ କମ ନଥିଲା । 17 ବର୍ଷରୁ ନିଜ ମୁହଁରେ 8 କେଜିରୁ ଅଧିକ ଓଜନର ଟ୍ୟୁମର ନେଇ ମରଣମୁହାଁ ହେଉଥିଲେ ମନୋବୋଧ । ହେଲେ ଏବେ ମିଳିଛି ବଞ୍ଚିବାର ନୂଆ ରାସ୍ତା । ଅଧିକ ପଢନ୍ତୁ...

author img

By

Published : Oct 1, 2021, 5:34 PM IST

Updated : Oct 1, 2021, 5:43 PM IST

ମୁହଁରେ 8 କିଲୋ ଟ୍ୟୁମର ଧରି ମରଣ ମୁହାଁ ହେଉଥିଲେ ମନୋବୋଧ, ଜାଣନ୍ତୁ କେମିତି ବଞ୍ଚିଲା ଜୀବନ...

ବେଙ୍ଗାଲୁରୁ: 8 କେଜି ଟ୍ୟୁମର ସହ ମରଣମୁହାଁ ହେଉଥିଲା ଯୁବକ । ହେଲେ 16 ଥର ଅସ୍ତ୍ରୋପଚାର ପରେ ମିଳିଲା ସୁଫଳ । ଖର୍ଚ୍ଚ ହେଲା 72 ଲକ୍ଷ ଟଙ୍କା । ଆଉ ଅପରେସନ ହେବାପରେ ବଞ୍ଚିବାର ନୂଆ ରାସ୍ତା ଖୋଜିପାଇଛନ୍ତି ଓଡିଶାର ମନୋବୋଧ ବାଗ ।

ଓଡିଶା ଟିଟିଲାଗଡର 31 ବର୍ଷୀୟ ଯୁବକ ମନୋବୋଧ ବାଗଙ୍କ ଜୀବନ କୌଣସି ନର୍କ ଯନ୍ତ୍ରଣାଠାରୁ କମ ନଥିଲା । ଭାଙ୍ଗିପଡିଥିଲା ମନୋବୋଧଙ୍କ ମନବଳ । ଦୀର୍ଘ 17 ବର୍ଷରୁ ନିଜ ମୁହଁରେ 8 କିଲୋଗ୍ରାମରୁ ଅଧିକ ଓଜନର ଟ୍ୟୁମର ନେଇ ମରଣମୁହାଁ ହେଉଥିଲେ ମନୋବୋଧ । ସମ୍ପୂର୍ଣ୍ଣ ନିରାଶ ହୋଇପଡିଥିବା ମନୋବୋଧଙ୍କୁ ଶେଷରେ ମିଳିଲା ବଞ୍ଚିବାର ନୂଆ ଆଶା । ଆଉ ବେଙ୍ଗାଲୁରୁର ଡାକ୍ତରୀ ଟିମ୍‌ ଅସ୍ତ୍ରୋପଚାର ପରେ ତାଙ୍କର ଏହି ଟ୍ୟୁମରକୁ ମୁହଁରୁ ହଟାଇ ଦେଇଛନ୍ତି ।

ମନୋବୋଧ ବାଗଙ୍କ ମୁହଁର ଡାହାଣ ଆଡକୁ ଏହି ଟ୍ୟୁମର ଝୁଲି ରହିଥିଲା । ତାଙ୍କର ଏହି ଅଜଣା ଓ ଦୂରାରୋଗ୍ୟକୁ ପ୍ଲେକ୍ସିଫର୍ମ ନ୍ୟୁରୋଫିବ୍ରୋମା ନାଁରେ ଜଣାଯାଏ । ଏହା ଶିରାର ଏକ ପ୍ରକାର ଟ୍ୟୁମର । ଜନ୍ମରୁ ତାଙ୍କ ଶରୀରରେ ରହିଥିଲା ଏହି ଟ୍ୟୁମର । ଆଉ ବୟସ ବୃଦ୍ଧି ସହ ଏହି ଟ୍ୟୁମର ମଧ୍ୟ ବଢିବାକୁ ଲାଗିଥିଲା । ପରିସ୍ଥିତି ଏଭଳି ଉପୁଜିଲା ଯେ ମୁଣ୍ଡରୁ ନେଇ ବେକ ପର୍ଯ୍ୟନ୍ତ ମାଡିଗଲା ଏହି ଟ୍ୟୁମର । ଆଉ କଷ୍ଟସାଧ୍ୟ ହୋଇପଡିଲା ମନବୋଧଙ୍କ ଜୀବନ ।

16 ଥର ହୋଇଛି ଅସ୍ତ୍ରୋପଚାର

ଗତ 6 ମାସ ମଧ୍ୟରେ, ମନୋବୋଧଙ୍କର ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଟ୍ୟୁମର ହଟାଇବା ପାଇଁ 16ଟି ଅସ୍ତ୍ରୋପଚାର କରାଯାଇଥିଲା । ଡିସେମ୍ବର 2020ରେ ଆରମ୍ଭ ହୋଇଥିବା ଚିକିତ୍ସା ପାଇଁ ଖର୍ଚ୍ଚ ଲାଗିଥିଲା 72.7 ଲକ୍ଷ ଟଙ୍କା ।

ଜୀବନ ରକ୍ଷା ଥିଲା ବଡ ଚ୍ୟାଲେଞ୍ଜ

ମନୋବୋଧଙ୍କ ଚିକିତ୍ସାରେ ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ, ଅଙ୍କୋଲୋଜି, ENT, ନ୍ୟୁରୋଆନାସ୍ଥାସିଆ ଏବଂ ଚକ୍ଷୁ ବିଭାଗର ଡାକ୍ତରମାନେ ସାମିଲ ହୋଇଥିଲେ । ଟ୍ୟୁମର ତାଙ୍କ କପାଳରୁ ଥୋଡି ଓ ଡାହାଣ ଆଖି ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ସିଟିସ୍କାନରୁ ଜଣାପଡିଛି ଯେ ତାଙ୍କ ମୁହଁର ହାଡ ନଷ୍ଟ ହୋଇଯାଇଛି । ମନବୋଧଙ୍କ ଚିକିତ୍ସା କରୁଥିବା କ୍ରାନିଓମାକ୍ସିଲୋଫ୍ୟାସିଆଲ୍ ସର୍ଜନ ଡାକ୍ତର ସତୀଶ ଏମଏସ ବଶିଷ୍ଟ କହିଛନ୍ତି, ଟ୍ୟୁମର ତାଙ୍କ ମୁହଁରେ ଥିବା ହାଡକୁ ନଷ୍ଟ କରି ଦେଇଥିବାରୁ ଏହାକୁ ହଟାଇବା ବଡ ଚ୍ୟାଲେଞ୍ଜ ଥିଲା ।

ଏଭଳି ହୋଇଥିଲା ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ଯୋଜନା

ଡାକ୍ତରୀ ଟିମ୍‌ ଅନୁଯାୟୀ, ମନବୋଧଙ୍କ ସିଟି ସ୍କାନ ତଥ୍ୟ ସହିତ ତାଙ୍କ ଚେହେରାର 3D ମୁଦ୍ରିତ ଖପୁରୀ ମଡେଲ ତିଆରି କରାଯାଇଥିଲା । ଏହି ମଡେଲରୁ ଟ୍ୟୁମର ସ୍ଥିତିକୁ ମୂଲ୍ୟାଙ୍କନ କରାଯାଇଥିଲା ଏବଂ ଡିଜାଇନ୍ ଏକ୍ସିସନ ପ୍ଲାନ୍‌ ଯୋଗେଁ ଏହାକୁ ହଟାଯାଇଥିଲା ।

ମନୋବୋଧଙ୍କ ପ୍ରଥମ ଅସ୍ତ୍ରୋପଚାର ଡିସେମ୍ବର 2020ରେ କରାଯାଇଥିଲା ଏବଂ ଏହା 19 ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ​​| ନ୍ୟୁରୋଆନାସ୍ଥାସିଆ ପ୍ରିନ୍ସିପାଲ୍ କନସୋଲଟାଣ୍ଟ ଡାକ୍ତର ରାଘବେନ୍ଦ୍ର କହିଛନ୍ତି ଯେ ଅସ୍ତ୍ରୋପଚାରର ପ୍ରଥମ ଦିନରେ ମନୋବୋଧ ରକ୍ତହୀନତାର ଶିକାର ହୋଇଯାଇଥିଲେ । ମନବୋଧଙ୍କୁ ପ୍ରାୟ 40 ଲିଟର ତରଳ ପଦାର୍ଥ, ରକ୍ତ ଏବଂ ରକ୍ତ ଉପାଦାନ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 1, 2021, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.