ETV Bharat / bharat

ଭାରତରେ ନିଶୁଳ୍କରେ ୟୁକ୍ରେନ ଯୁଦ୍ଧ ପୀଡିତାଙ୍କ ହେଲା ଅସ୍ତ୍ରୋପଚାର

author img

By

Published : May 20, 2022, 10:34 PM IST

ଉତ୍ତରାଖଣ୍ଡରେ ୟୁକ୍ରେନ ଶରଣାର୍ଥୀଙ୍କ ନିଶୁଳ୍କ ଅସ୍ତ୍ରୋପଚାର କଲା ରେଡକ୍ରସ ଟିମ । ଖବର ଜଣାପଡ଼ିବା ପରେ ସୋସିଆଲ ମିଡ଼ିଆରେ ହେଲେ ପ୍ରଶଂସିତ । ଅଧିକ ପଢନ୍ତୁ

ୟୁକ୍ରେନ ଯୁଦ୍ଧ ପୀଡିତାଙ୍କୁ ରେଡକ୍ରସ ଟିମର ସହାୟତା, ନିଶୁଳ୍କରେ କଲା ଅସ୍ତ୍ରୋପଚାର

ଡେରାଡୁନ: ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଅନେକ ପ୍ରଭାବିତ ହୋଇଛନ୍ତି । ୟୁକ୍ରେନରେ ରହୁଥିବା ବିଦେଶୀ ପ୍ରାଣ ବିକଳରେ ନିଜ ଦେଶକୁ ଫେରିଥିବା ବେଳେ ଏହାର ନାଗରିକ ମଧ୍ୟ ଦେଶ ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି । ତେବେ ଏଭଳି ଜଣେ ୟୁକ୍ରେନ ଶରଣାର୍ଥୀ କୌଣସି ମତେ ଜୀବନ ବଞ୍ଚାଇ ଉତ୍ତରାଖଣ୍ଡର ଉତ୍ତରକାଶୀ ଅଞ୍ଚଳରେ ରହୁଛନ୍ତି । ଏହି ଯୁଦ୍ଧ ପୀଡିତାଙ୍କୁ ଅପରେସନ ଲାଗି ସହାୟତାର ହାତ ବଢାଇଛି ରେଡକ୍ରସ ଟିମ । ଆଉ ନିଶୁଳ୍କରେ ଆପେଣ୍ଡିକ୍ସ ଅପରେସନ( free operation of Ukraine Refugee girl)କରାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ୟୁକ୍ରେନ ଶରଣାର୍ଥୀ ମହିଳାଙ୍କ କୁନିଝିଅ ମଧ୍ୟରାତ୍ରିରେ ଆପେଣ୍ଡିକ୍ସର ଯନ୍ତ୍ରଣା ଭୋଗିଥିଲା । ଏଭଳି ସ୍ଥିତିରେ ରେଡକ୍ରସ ଟିମର ଚେୟାରମ୍ୟାନ ମାଧବ ଯୋଶୀ ଜିଲ୍ଲା ହସ୍ପିଟାଲରେ ୬ ବର୍ଷର ଶିଶୁର ନିଶୁଳ୍କ ସଫଳ ଅସ୍ତ୍ରୋପଚାର ହୋଇଛି । ଏହି କାର୍ଯ୍ୟ ଲାଗି ଡାକ୍ତର ଓ ରେଡକ୍ରସ ଟିମ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରାଯାଉଛି । ଯୁଦ୍ଧ ଚାଲିଥିବା ବେଳେ ଗତ ମାସରେ ଏକ ୟୁକ୍ରେନ ପରିବାର ନିଜ ୪ ସନ୍ତାନଙ୍କ ସହ ଭାରତ ଆସି ଉତ୍ତରକାଶୀରେ ରହୁଛନ୍ତି । ଏମାନେ କୁମାଲ୍ଲଟିରେ ଥିବା ପାଏଲଟ ବାବାଙ୍କ ଆଶ୍ରମରେ ଆଶ୍ରୟ ନେଉଛନ୍ତି ।

ଗତ ମଙ୍ଗଳବାର ବିଳମ୍ବିତ ରାତିରେ ମହିଳାଙ୍କ ସାନ ଝିଅ(୬)ର ପେଟରେ ହଠାତ ଯନ୍ତ୍ରଣା ହୋଇଥିଲା । ମହିଳାଙ୍କ ପରିବାରର ଅନେକ ସଦସ୍ୟ ଚିକିତ୍ସକ । ତେବେ ମହିଳା ସେମାନଙ୍କ ସହ କଥାବାର୍ତ୍ତ ପରେ ଆପେଣ୍ଡିକ୍ସ(Appendix) ସମ୍ପର୍କରେ ଜାଣିବାକୁ ପାଇଥିଲେ । ମାତ୍ର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ମହିଳା ରେଡକ୍ରସର ସହାୟତା ଲୋଡ଼ିଥିଲେ । ଏହାପରେ ଟିମର ଚେୟାରମ୍ୟାନ ମାଧବ ମହିଳାଙ୍କୁ ହସ୍ପିଟାଲ ନେବା ପରେ ଡାକ୍ତର କେଏସ ଚୌହାନ ନିଶୁଳ୍କରେ ସଫଳ ଅସ୍ତ୍ରୋପଚାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.