ETV Bharat / bharat

ଡାକ୍ତର ପତ୍ନୀଙ୍କ କାରନାମା, ସ୍ବାମୀଙ୍କୁ ଚେନରେ ବାନ୍ଧି ରୁମରେ ଲକ୍ କରି ରଖୁଥିଲେ

author img

By

Published : Apr 11, 2023, 9:29 PM IST

ଦାମ୍ପତ୍ୟ ବିବାଦରୁ ସ୍ବାମୀଙ୍କୁ ଚେନରେ ବାନ୍ଧି ରୁମରେ ଲକ କରି ରଖୁଥିଲେ ଡାକ୍ତର ପତ୍ନୀ । ଚିତ୍କାର ଶୁଣି ପୋଲିସ ସହାୟତାରେ ଉଦ୍ଧାର କଲେ ପଡୋଶୀ । ଅଧିକ ପଢନ୍ତୁ

ସ୍ବାମୀଙ୍କୁ ଚେନରେ ବାନ୍ଧି ରୁମରେ ଲକ କଲେ ଡାକ୍ତର ପତ୍ନୀ

ସ୍ବାମୀଙ୍କୁ ଚେନରେ ବାନ୍ଧି ରୁମରେ ଲକ କରି ରଖୁଥିଲେ ଡାକ୍ତର ପତ୍ନୀ, ଉଦ୍ଧାର କଲେ ପଡୋଶୀ

ଲକ୍ଷ୍ନୌ: ସ୍ବାମୀଙ୍କୁ ଲୁହା ଶିକୁଳୀରେ ବାନ୍ଧି ରୁମରେ ବନ୍ଦ କରି ରଖୁଥିଲେ ଡାକ୍ତର ପତ୍ନୀ । ସ୍ବାମୀଙ୍କ ଚିତ୍କାର ଶୁଣି ଘଟଣା ସମ୍ପର୍କରେ ଜାଣିଲେ ପଡୋଶୀ । ପୋଲିସ ସହାୟତାରେ କଲେ ମୁକ୍ତ । ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ବିଜନୌର ଜିଲ୍ଲାର ନୁରପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ବେଡରେ ଲୁହା ଚେନରେ ବନ୍ଧା ଅବସ୍ଥାରେ ସମ୍ପୃକ୍ତ ସ୍ବାମୀଙ୍କୁ ଉଦ୍ଧାର କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଘଟଣାଟି ବିଜନୌର ନୁରପୁର ଅଞ୍ଚଳର ମୋରାଦାବାଦ ରୋଡ ଅଞ୍ଚଳରେ ଘଟିଛି । ଏପରି ଘଟଣାର ଶିକାର ହୋଇଥିବା ଯୁବକଙ୍କ ନାମ ମହମ୍ମଦ ହାସିମ ଓ ତାଙ୍କ ପତ୍ନୀ ଆଫ୍ରିନ୍ ଅନସାରୀ ପେଶାରେ ଜଣେ ଡାକ୍ତର । ସେ ଏକ ଘରୋଇ କ୍ଲିନିକ ମଧ୍ୟ ଚଲାଉଛନ୍ତି । ହେଲେ ଦୀର୍ଘ ଦିନ ଧରି ଦମ୍ପତିଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଲାଗି ରହିଥିଲା । ଏହି କାରଣରୁ ଡାକ୍ତର ପତ୍ନୀ ତାଙ୍କ ସ୍ୱାମୀଙ୍କୁ ବେଡରେ ଶୋଇଥିବା ଅବସ୍ଥାରେ ଲୁହା ଚେନରେ ବାନ୍ଧି ଏକ କୋଠରୀରେ ବନ୍ଦ ରଖି ଆସୁଥିଲେ ।

ଗତକାଲି (ସୋମବାର) ରାତିରେ ପତ୍ନୀ ଆଫ୍ରିନ୍ ଅନସାରୀ ସ୍ବାମୀ ମହମ୍ମଦ ହାସିମଙ୍କୁ ହାତ ଓ ଗୋଡକୁ ଲୁହା ଶିକୁଳିରେ ବାନ୍ଧି ଏକ କୋଠରୀରେ ତାଲା ପକାଇ ଦେଇଥିଲେ । ଏହାପୂର୍ବରୁ ତାଙ୍କୁ ମଧ୍ୟ ମାଡ ମଧ୍ୟ ମାରିଥିଲେ ପତ୍ନୀ ଆଫ୍ରିନ୍ । ଆଜି (ମଙ୍ଗଳବାର) ଅପରାହ୍ନରେ, ପତ୍ନୀ ଚାଲିଯିବା ପରେ ବନ୍ଧା ଅବସ୍ଥାରେ ଖଟିଆରେ ପଡିଥିବା ମହମ୍ମଦ ହାସିମ ଚିତ୍କାର କରି ଉଠିଥିଲେ । ପଡୋଶୀମାନେ ବାଲକୋନୀରେ ହାସିମଙ୍କୁ କଠୋରୀରେ ବନ୍ଧା ଯାଇଥିବା ଅବସ୍ଥାରେ ଦେଖିଥିଲେ । ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ପହଞ୍ଚି ପଡୋଶୀଙ୍କ ସହାୟତାରେ ହାସିମଙ୍କୁ ମୁକ୍ତ କରିଥିଲା । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଘଟଣା ସମ୍ପର୍କରେ ସ୍ଥାନୀୟ ନୋରପୁର ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ନୀରଜ ଶର୍ମା କହିଛନ୍ତି, ଦମ୍ପତିଙ୍କ ମଧ୍ୟରେ ବିବାଦ ରହିଥିଲା । ଫଳରେ ପତ୍ନୀ ଏପରି କାଣ୍ଡ ଘଟାଇଛନ୍ତି । ଉଦ୍ଧାର ହେବା ପରେ ପୀଡିତ ସ୍ବାମୀ ହାସିମ ତାଙ୍କ ପତ୍ନୀ ଆଫ୍ରିନ୍ ଅନସାରୀ ତାଙ୍କ ସହ ଏପରି ବର୍ବରତା କରିଆସୁଥିବା କହିବା ସହ ସେ ତାଙ୍କ ଠାରୁ ଛାଡପତ୍ର ଚାହୁଁଥିବା ମଧ୍ୟ କହିଛନ୍ତି । ତେବେ ଡାକ୍ତରୀ ବୃତ୍ତିରେ ଥିବା ଜଣେ ଉଚ୍ଚ ଶିକ୍ଷିତା ମହିଳା ଦମ୍ପତ୍ୟ ବିବାଦର ସମାଧାନ ଆଇନଗତ ପ୍ରକ୍ରିୟାରେ ନକରି ଏପରି ବର୍ବର କାଣ୍ଡ ଭିଆଇବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.