ETV Bharat / bharat

ନୃଶଂସତାର ସୀମା ଟପିଲା ସ୍ବାମୀ, ସ୍ତ୍ରୀକୁ ହତ୍ୟା କରି 400 କିଲୋମିଟର ଦୂରରେ କରିଥିଲା ସଂସ୍କାର - ହତ୍ୟା କରି 400 କିଲୋମିଟର ଦୂରରେ କରିଲା ସଂସ୍କାର

ନୃଶଂସତାର ସୀମା ଟପିଲା ସ୍ବାମୀ । ସ୍ତ୍ରୀକୁ ହତ୍ୟା କରି 400 କିଲୋମିଟର ଦୂରରେ କରିଥିଲା ସଂସ୍କାର । ବଚସାରେ ଅତିଷ୍ଠ ହୋଇ ସ୍ତ୍ରୀକୁ ହତ୍ୟା କରିଲା ସଇତାନ ସ୍ବାମୀ । ହତ୍ୟା ପରେ 400 କିମି ନେଇ କରିଥିଲା ଅନ୍ତିମ ସଂସ୍କାର । ଲକ୍ଷ୍ମୀପୁର ଖେରୀରୁ ସାମ୍ନାକୁ ଆସିଛି ଏଭଳି ଛାତିଥରା ଘଟଣା । ଅଧିକ ପଢନ୍ତୁ

ନୃଶଂସତାର ସୀମା ଟପିଲା ସ୍ବାମୀ
ନୃଶଂସତାର ସୀମା ଟପିଲା ସ୍ବାମୀ
author img

By

Published : Dec 15, 2022, 4:40 PM IST

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀରେ ଚାଞ୍ଚଲ୍ୟ । ନୃଶଂସତାର ସୀମା ଟପିଲା ସ୍ବାମୀ । ବଚସାରେ ଅତିଷ୍ଠ ହୋଇ ସ୍ତ୍ରୀକୁ ହତ୍ୟା କରିଲା ସୈତାନ ସ୍ବାମୀ। ହତ୍ୟା ପରେ 400 କିମି ନେଇ କରିଥିଲା ଅନ୍ତିମ ସଂସ୍କାର । ତଦନ୍ତ ପରେ ହତ୍ୟାକାରୀ ସ୍ବାମୀ ଅଭିଷେକ ଅବସ୍ତିକୁ ଗିରଫ କରିଛି ପୋଲିସ । ଅଭିଷେକ ପେଶାରେ ଜଣେ ଆୟୁର୍ବେଦ ଡାକ୍ତର ହୋଇଥିବା ସୂଚନା ।

ସୂଚନାଅନୁସାରେ, ନଭେମ୍ବର 26 ତାରିଖରେ କୌଣସି ଏକ କଥାକୁ ନେଇ ଡାକ୍ତର ସ୍ବାମୀ ଅଭିଷେକ ଏବଂ ସ୍ତ୍ରୀ ବନ୍ଦନାଙ୍କ ଭିତରେ ଝଗଡା ହୋଇଥିଲା । ଏହାପରେ ଅଭିଷେକ ଅତିଷ୍ଠ ହୋଇ ବନ୍ଦନାଙ୍କ ମୁଣ୍ଡକୁ ଏକ ଭାରି ଜିନିଷରେ ପ୍ରହାର କରିଥିଲେ । ଯାହା ଫଳରେ ଙଟଣାସ୍ଥଳରେ ହିଁ ବନ୍ଦନାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଅଭିଷେକଙ୍କୁ ଏହି ଘଟଣାରେ ତାଙ୍କ ବାପା ମଧ୍ୟ ସାହାଯ୍ୟ କରିଥିବା ସାମ୍ନାକୁ ଆସିଛି । ଏହାପରେ ନିଜକୁ ବଞ୍ଚାଇବାକୁ ଯାଇ ମୃତଦେହକୁ ଘର ଠାରୁ 400 କିଲୋମିଟର ଦୂରକୁ ନେଇ ଦାହ କରିଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: FIFA World Cup: ମରକ୍କୋକୁ ହରାଇ ଫାଇନାଲରେ ଫ୍ରାନ୍ସ, ଆର୍ଜେଣ୍ଟିନା ସହ ଟ୍ରଫି ଟକ୍କର

ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, " ନଭେମ୍ବର 27 ତାରିଖରେ ଡାକ୍ତର ଅଭିଷେକ ନିଜ ସ୍ତ୍ରୀ ଘରୁ କୁଆଡେ ଫେରାର ହୋଇଯାଇବା ନେଇ ଥାନାରେ ଏତଲା ଦେଇଥିଲେ । ଏହାସହ କହିଥିଲେ ଘରୁ କିଛି ମୂଲ୍ୟବାନ ଜିନିଷ ନେଇ ଫେରାର ହୋଇଯାଇଛି । ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସମୟରେ ଆମର ଅଭିଷେକ ଉପରେ ସନ୍ଦେହ ଆସିଥିଲା । ଏ ସଂକ୍ରାନ୍ତରେ ଆମେ ଅଭିଷେକକୁ ଅଟକ ରଖି ପଚରାଉଚରା କରିବା ସମୟରେ ସେ ସତ ମାନିଯାଇଥିଲା । ଅଭିଷେକ କହିଥିଲେ ଯେ ତାଙ୍କୁ ଏହି ଘଟଣାରେ ତାଙ୍କ ବାପା ସାହାଯ୍ୟ କରିଛନ୍ତି । ଦାହ ସଂସ୍କାର କରିବାରେ ତାଙ୍କ ବାପା ଗୌରୀ ଶଙ୍କର ମଧ୍ୟ ସାହାଯ୍ୟ କରିଥିଲେ । ଉଭୟେ ଘର ଠାରୁ 400 କିଲୋମିଟର ଗଡମୁକ୍ତେଶ୍ବର ନେଇ ପୋଡି ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.