ETV Bharat / bharat

Singer Doctor of Uttarakhand: ଗୀତ ଗାଇ ରୋଗୀ ଦେଖୁଛନ୍ତି ଡାକ୍ତର - ଗୀତ ଗାଇ ଚିକିତ୍ସା କରୁଛନ୍ତି ଡାକ୍ତର

ଗୀତ ଗାଇ ରୋଗୀଙ୍କ ସେବା କରୁଛନ୍ତି ଡାକ୍ତର ଧବଲ କନବାସୀ । ଔଷଧ ସହିତ ନିଜର ଗୀତ ମାଧ୍ୟମରେ ରୋଗୀଙ୍କର କରିଥାନ୍ତି ଚିକିତ୍ସା । ଅଧିକ ପଢନ୍ତୁ

Singer Doctor of Uttarakhand
Singer Doctor of Uttarakhand
author img

By

Published : Jan 30, 2023, 10:30 PM IST

Singer Doctor of Uttarakhand

ଉତ୍ତରାଖଣ୍ଡ: ଗୀତ ଗାଇ ଚିକିତ୍ସା କରୁଛନ୍ତି ଡାକ୍ତର । ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜିଲ୍ଲା ଚିକିତ୍ସାଳୟରେ ଇଣ୍ଟନସିପ କରନ୍ତି ଡାକ୍ତର ଧବଲ କନବାସୀ । ସେ ଜଣେ ଭଲ ଡାକ୍ତର ହେବା ସହିତ ଗାୟକ ମଧ୍ୟ ଅଟନ୍ତି । ସେ ବିଶ୍ୱାସ କରନ୍ତି ଯେ ସଂଗୀତ ଶାରୀରିକ ଏବଂ ମାନସିକ ରୋଗକୁ ଭଲ କରିବାରେ ସାହାର୍ଯ୍ୟ କରିଥାଏ । ସଙ୍ଗୀତ ଶରୀରର ସୁସ୍ଥ ହେବାରେ ମଧ୍ୟ ପ୍ରଭାବ ପକାଇଥାଏ । ଏନେଇ ଡକ୍ଟର କାନଭାସୀ ରୋଗୀଙ୍କ ଚିକିତ୍ସା ଔଷଧ ସହିତ ନିଜର ଗୀତ ମାଧ୍ୟମରେ ମଧ୍ୟ କରିଥାନ୍ତି ।

ସେହିପରି ଧବଲ ସଂସ୍କୃତରେ ମଧ୍ୟ ଶିକ୍ଷା ହାସିଲ କରିଛନ୍ତି। ତାଙ୍କୁ ଅଲ ଇଣ୍ଡିଆ ସଂସ୍କୃତ ପ୍ରତିଯୋଗିତାରେ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେ କହିଛନ୍ତି ଯେ, ଡାକ୍ତରଖାନାରେ ନିଜର ଗୀତ ଗାଇବାର ସ୍ବପ୍ନ ପୂରଣ କରିବା ସହିତ ଜ୍ଞାନ ମଧ୍ୟ ଆହରଣ କରୁଛନ୍ତି। ଏନେଇ ସେ ସମସ୍ତଙ୍କଠାରୁ ସ୍ନେହ ମଧ୍ୟ ପାଇପାରିଛନ୍ତି । ଏନେଇ ହସ୍ପିଟାଲର ବିଶେଷଜ୍ଞ ଓ ମୁଖ୍ୟ ଚିକିତ୍ସା ଅଧିକାରୀ ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି। ଧବଲ ହସ୍ପିଟାଲର ଓପିଡି ଓ ଏମରଜେନ୍ସି ରେ ସେବା କରିବାରେ ତତ୍ପର ଥାଆନ୍ତି। ସେ ନିଜର ଗୀତ ମାଧ୍ୟମରେ ମଧ୍ୟ ରୋଗୀଙ୍କୁ ବଞ୍ଚାଇଛି ।

ତେଣୁ ଡକ୍ଟର ଯୋଶୀ ଏପରି ପ୍ରତିଭାଶାଳୀ ଡାକ୍ତରମାନଙ୍କୁ ପ୍ଲାଟଫର୍ମ ଦିଆଯାଉ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି । ଯାହାଫଳରେ ସେମାନେ ନିଜ ରାଜ୍ୟର ନାମ ରଖିପାରିବେ। ଏହା ସହିତ ଯୁବପିଢିଙ୍କ ପାଇଁ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିପାରିବେ । ସେ କହିଛନ୍ତି ଯେ ସଙ୍ଗୀତ ମନକୁ ଆରାମ ଦେବା ସହିତ ଚାପକୁ ମଧ୍ୟ ହ୍ରାସ କରିଥାଏ । ଏଭଳି ପରିସ୍ଥିତିରେ ମାନସିକ ଓ ଶାରୀରିକ ଭାବେ ଦୁର୍ବଳ ରୋଗୀମାନଙ୍କୁ ସେବା ଯୋଗାଇବା ପାଇଁ ଯୁବ ଡ଼ାକ୍ତର ଧବଲ କନବାସୀ ଉତ୍ସର୍ଗୀକୃତ ଏବଂ ନିଜର ଗୀତ ପ୍ରତି ତାଙ୍କର ଆଗ୍ରହକୁ ବଜାୟ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.