ETV Bharat / bharat

3ଜଣଙ୍କ ଉପରେ କାର ମଡାଇଦେଲେ ମଦ୍ୟପ ଡାକ୍ତର: ଜଣେ ମୃତ, ଗର୍ଭବତୀ ଗୁରୁତର

author img

By

Published : Jan 5, 2023, 11:08 PM IST

ରାଜସ୍ଥାନରେ ଜଣେ ଡାକ୍ତରଙ୍କ ଉନ୍ମୋତ କାଣ୍ଡ (Doctor crushed 3 people with car in Nagaur)। ମଦ୍ୟପାନ କରି 3ଜଣଙ୍କ ଉପରେ କାର ମଡାଇ ଦେଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ । ଗର୍ଭବତୀଙ୍କ ସହ ଅନ୍ୟ ଜଣେ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

3ଜଣଙ୍କ ଉପରେ କାର ମଡାଇଦେଲେ ମଦ୍ୟପ ଡାକ୍ତର, ଜଣେ ମୃତ

ହାଇଦ୍ରାବାଦ: ରାଜସ୍ଥାନରେ ଜଣେ ମଦ୍ୟପ ଡାକ୍ତରଙ୍କ ଉନ୍ମତ କାଣ୍ଡ ସାମ୍ନାକୁ ଆସିଛି । ନିଶାସକ୍ତ ଅବସ୍ଥାରେ ହସ୍ପିଟାଲ ପରିସରରେ 3ଜଣଙ୍କ ଉପରେ ମଡାଇଦେଲେ କାର । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ସଙ୍ଗୀନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି(Doctor crushed 3 people with car in Nagaur)। ଗୁରୁତରଙ୍କ ମଧ୍ୟରେ ଜଣେ ଗର୍ଭବତୀ ମଧ୍ୟ ରହିଛନ୍ତି । ରାଜସ୍ଥାନ ନାଗୌରରେ ଏପରି କାଣ୍ଡ ଦେଖିବାକୁ ମିଳିଛି ।

ଏପରି କାଣ୍ଡ ଡାକ୍ତର ଓ୍ବାଇ ଏସ ନେଗି ନାମକ ଜଣେ ସରକାରୀ ଡାକ୍ତର ଭିଆଇଛନ୍ତି । ଡାକ୍ତର ଜଣଙ୍କ ପୂର୍ବାହ୍ନରେ ଡ୍ୟୁଟିରୁ ଆସୁଥିବା ବେଳେ ଡାକ୍ତରଖାନା ପରିସରରେ ତିନିଜଣଙ୍କ ଉପରେ କାର ମଡାଇ ଦେଇଥିଲେ । ଏହାସହ ଏକ ଆମ୍ବୁଲାନ୍ସଙ୍କୁ ମଧ୍ୟ ଡାକ୍ତରଙ୍କ କାର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଗର୍ଭବତୀଙ୍କ ସହ ଅନ୍ୟଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି (Doctor crushed 3 people with car in Nagaur)। ପ୍ରାଣ ହରାଇଥିବା ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଏହା ଏକ ଆକସ୍ମିକ ଦୁର୍ଘଟଣା ନୁହେଁ, ବରଂ ଡାକ୍ତର ମଦ୍ୟପାନ କରି ଗାଡି ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଏପରି ଦୁର୍ଘଟଣାକୁ ଋପ ଦେଇଥିବା ଅଭିଯୋଗ ହୋଇଛି ।

ଦୁର୍ଘଟଣା ପରେ ମେଡିକାଲ ଷ୍ଟାଫମାନେ ଡାକ୍ତରଙ୍କୁ ହସ୍ପିଟାଲ ଭିତରକୁ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ସେଠାରୁ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.