ETV Bharat / bharat

IAF Chopper Crashed: ଆସନ୍ତୁ ଜାଣିବା ଋଷ ନିର୍ମିତ Mi-17V5 ହେଲିକପ୍ଟର ବିଷୟରେ

author img

By

Published : Dec 8, 2021, 4:56 PM IST

ସେନାର ହେଲିକପ୍ଟର Mi-17 V-5 କ୍ରାସ ହୋଇଛି । ତାମିଲନାଡୁର କୁନ୍ନୁର ନୀଳଗିରି ଅଞ୍ଚଳରେ କ୍ରାସ ହୋଇଛି ଏହି ହେଲିକପ୍ଟର । ତେବେ ଏହି ଦୁର୍ଘଟଣା ପରେ ହେଲିକପ୍ଟର Mi-17 V-5ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ଆସନ୍ତୁ ଜାଣିବା Mi-17 V-5 ହେଲିକପ୍ଟର ବିଷୟରେ
Indian Army Chopper Crash: ଆସନ୍ତୁ ଜାଣିବା ଋଷ ନିର୍ମିତ Mi-17 V-5 ହେଲିକପ୍ଟର ବିଷୟରେ

ନୂଆଦିଲ୍ଲୀ: ଭାରତୀୟ ସେନାର ହେଲିକପ୍ଟର Mi-17 V-5 କ୍ରାସ ହୋଇଛି (Indian Army Chopper Mi-17 V5 Crashed ) । ତାମିଲନାଡୁର କୁନ୍ନୁର ନୀଳଗିରି ଅଞ୍ଚଳରେ କ୍ରାସ ଲ୍ୟାଣ୍ଡିଂ କରିଛି Mi-17 V-5 ହେଲିକପ୍ଟର ।

ଏହି ଦୁର୍ଘଟଣାରେ ଭାରତୀୟ ସେନାର ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ (CDS General Bipin Rawat ) ଓ ତାଙ୍କ ପତ୍ନୀ ସମେତ ୧୪ ଜଣ ଥିଲେ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ 13 ଜଣଙ୍କ ମୃତ ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକେପ୍ଟର Mi-17 V-5 କୁ ନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।

ଋଷିଆ ନିର୍ମିତ କାଜାନ ହେଲିକପ୍ଟର ( Russia based Kazan Helicopter) ହେଉଛି Mi-17 V-5 । ଏହା ବହୁ ଗୁରୁତ୍ବପୂର୍ଣ୍ଣ ସେନା ଅପରେସନରେ ବ୍ୟବହୃତ ହୋଇଥାଏ । ପ୍ରତିକୂଳ ପାଗରେ ଏହି ହେଲକପ୍ଟର କାର୍ଯ୍ୟ କରିଥାଏ ।

ଏହି ହେଲିକପ୍ଟର ବିଶେଷ କରି ଡିଫେନ୍ସ ଅପରେସନ ଜରୁରୀକାଳୀନ ସମୟରେ ବ୍ୟବହାର କରାଯାଏ । ଏହା ସହ ଅସ୍ତ୍ରଶସ୍ତ୍ର ପରିବହନ, ସୈନ୍ୟ ପରିବହନ, ଏସକର୍ଟ ଓ ଗୁରୁତ୍ବପୂର୍ଣ୍ଣ ସେନା ଅପରେସନ ବ୍ୟତିତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥାଏ ।

ଭାରତର ପ୍ରତିରକ୍ଷା ବିଭାଗ ତଥ୍ୟ ଅନୁଯାୟୀ ୨୦୦୮ରେ ଭାରତୀୟ ସେନାରେ ୮୦ Mi-17 V-5 ହେଲିକପ୍ଟର ସାମିଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.