ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚାହୁଁନାହୁଁ: ରାକେଶ ଟିକାୟତ - କୃଷି ଆଇନ ପ୍ରତ୍ୟାହାର ଖବର

ଚାଷୀ ଚାହୁଁନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କ୍ଷମା ମାଗନ୍ତୁ । ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ଓ ସମ୍ମାନକୁ କୌଣସି ମତେ ଖରାପ କରିବାକୁ ଚାହୁଁନାହାନ୍ତି ଚାଷୀ (Do not want to tarnish PM Modi's reputation says Rakesh Tikait) । ନିକଟରେ ତିନି ବିବାଦୀୟ କୃଷି ଆଇନକୁ ସରକାର ରଦ୍ଦ କରିବା ପରେ ଏପରି କିଛି କହିଛନ୍ତି ଭାରତୀୟ କିଷାନ ସଂଗଠନ ନେତା ରାକେଶ ଟିକାୟତ । ଅଧିକ ପଢନ୍ତୁ

ଆମେ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତୀ ଖରାପ କରିବାକୁ ଚାହୁଁନାହୁଁ

author img

By

Published : Dec 27, 2021, 11:44 AM IST

ନୂଆଦିଲ୍ଲୀ: ଚାଷୀ ଚାହୁଁନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କ୍ଷମା ମାଗନ୍ତୁ । ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ଓ ସମ୍ମାନକୁ କୌଣସି ମତେ ଖରାପ କରିବାକୁ ଚାହୁଁନାହାନ୍ତି ଚାଷୀ (Do not want to tarnish PM Modi's reputation says Rakesh Tikait) । ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନେଇ ପାଖାପାଖି ୧ ବର୍ଷ ହେବ ଚାଷୀ ଅନ୍ଦୋଳନ କରିଥିଲେ । ନିକଟରେ ତିନି ବିବାଦୀୟ କୃଷି ଆଇନକୁ ସରକାର ରଦ୍ଦ କରିବା ପରେ ଏପରି କିଛି କହିଛନ୍ତି ଭାରତୀୟ କିଶାନ ସଂଗଠନର ନେତା ରାକେଶ ଟିକାୟତ ।

ସେ ଆହୁରି କହିଛନ୍ତି, ଯଦି କୌଣସି ନିଷ୍ପତ୍ତି ନିଆଯାଏ, ତେବେ କୃଷକଙ୍କ ସହମତି ବିନା ଏହା ହୋଇପାରିବ ନାହିଁ। ଆମେ ସଚ୍ଚୋଟ ଭାବରେ କ୍ଷେତରେ ଚାଷ କରୁଛୁ କିନ୍ତୁ ଦିଲ୍ଲୀ ଆମ ଦାବିକୁ ଗୁରୁତ୍ବ ଦେଇନାହିଁ ବୋଲି କହିଛନ୍ତି ରାକେଶ ଟିକାୟତ । ତିନି କୃଷି ଆଇନ ରଦ୍ଦ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନରେ ପ୍ରତିକ୍ରିୟା ରଖି ରାକେଶ କହିଛନ୍ତି କୃଷିମନ୍ତ୍ରୀଙ୍କ ଏପରି ମନ୍ତବ୍ୟ କୃଷକଙ୍କ ସହ ପ୍ରତାରଣା କରିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବା ସହ ସମାନ ।

ଏହା ବି ପଢନ୍ତୁ...Farm laws Repealed: ପୁଣି ଫେରିବ କି କୃଷି ଆଇନ ? ଇସାରା ଦେଲେ କୃଷିମନ୍ତ୍ରୀ

ପ୍ରକାଶ ଥାଉ କି, ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର କୃଷିମନ୍ତ୍ରୀ କହିଥିଲେ ସ୍ବାଧୀନତାର ୭୦ ବର୍ଷ ପରେ ସବୁଠୁ ବଡ କୃଷି ସଂସ୍କାର ଆସିଥିଲା । ଏହାଦ୍ବାରା ଚାଷୀଙ୍କ ଉନ୍ନତି ହୋଇଥାନ୍ତା । ଦେଶର ମଧ୍ୟ ବିକାଶ ହୋଇଥାନ୍ତା । କିନ୍ତୁ କିଛି ଲୋକଙ୍କ ବିରୋଧ ପାଇଁ ଏହାକୁ ଫେରାଇ ନିଆଗଲା । ଆମେ ଗୋଟିଏ ପାଦ ପଛକୁ ହଟିପାରୁ କିନ୍ତୁ ପୁଣି ଏହାକୁ ନେଇ ଆଗକୁ ବଢିପାରୁ । ଆମେ ନିରାଶ ହୋଇନାହୁଁ । ସରକାର ପରବର୍ତ୍ତୀ ପଦକ୍ଷେପ ନେଇ ଚିନ୍ତା କରୁଥିବା କହିଥିଲେ କେନ୍ଦ୍ର କୃଷିମନ୍ତ୍ରୀ । କୃଷିମନ୍ତ୍ରୀଙ୍କ ଏହି ବୟାନରୁ ପୁଣି ସରକାର କୃଷି ଆଇନ ଆଣିପାରନ୍ତି ବୋଲି ଅନୁମାନ କରାଯାଉଛି । ପରେ ଏହି ମନ୍ତବ୍ୟକୁ ନେଇ ସ୍ପଷ୍ଟୀକରଣ ମଧ୍ୟ ରଖିଥିଲେ କେନ୍ଦ୍ର କୃଷିମନ୍ତ୍ରୀ ।

ଏହା ବି ପଢନ୍ତୁ...କୃଷି ଆଇନ ଫେରିବ ବୋଲି ମୁଁ କେବେ କହିନି: ନରେନ୍ଦ୍ର ସିଂ ତୋମାର

ନଭେମ୍ବର ୧୯ରେ ତିନି ବିବାଦୀୟ କୃଷି ଆଇନକୁ ହଟାଇବା ପାଇଁ ଘୋଷଣା କରିଥିଲେ । ନଭେମ୍ବର ୩୦ରେ ସଂସଦ ଶୀତ ଅଧିବେଶନର ପ୍ରଥମ ଦିନରେ କୃଷି ଆଇନ ପାରିତ ହୋଇଥିଲା । ଏହାପରେ ଚାଷୀମାନେ ଏମଏସପି ନେଇ ନେଇ ସରକାରଙ୍କ ନିକଟରେ ଅନେକ ଦାବି ରଖିଥିଲେ । ଚଳିତ 11 ତାରିଖରେ ଏକ ବିଜୟ ଯାତ୍ରାରେ ଘରକୁ ଫେରିଥିଲେ ଚାଷୀ । ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶ ସମେତ ଏକାଧିକ ରାଜ୍ୟରୁ ଚାଷୀମାନେ ଦିଲ୍ଲୀ ସୀମାରେ ପ୍ରାୟ ଦେଢ ବର୍ଷ ଧରି ଧାରଣାରେ ରହିବା ପରେ ଶେଷରେ ଘରକୁ ଫେରି ଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.