ETV Bharat / bharat

ଶରଦଙ୍କ ସହ ବୈଠକ ନେଇ ମୁହଁ ଖୋଲିଲେ ଅଜିତ୍, କହିଲେ ରାଜନୀତିର ରଙ୍ଗ ଦିଅନ୍ତୁନି - ଶରଦ ଅଜିତ୍ ପାୱାର ବୈଠକ

ଦାଦା ଶରଦ ପାୱାରଙ୍କ ସହ ଗୁପ୍ତ ବୈଠକକୁ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁହଁ ଖୋଲିଲେ ଅଜିତ୍ ପାୱାର । କହିଲେ ଏହାକୁ ରାଜନୀତିକ ରଙ୍ଗ ଦିଅନ୍ତୁନି । ଅଧିକ ପଢନ୍ତୁ

ଶରଦଙ୍କ ସହ ବୈଠକ ନେଇ ମୁହଁ ଖୋଲିଲେ ଅଜିତ୍
ଶରଦଙ୍କ ସହ ବୈଠକ ନେଇ ମୁହଁ ଖୋଲିଲେ ଅଜିତ୍
author img

By

Published : Aug 16, 2023, 7:15 AM IST

ମୁମ୍ବାଇ: ଅଜିତ୍ ଓ ଶରଦ ପାୱାରଙ୍କ ଗୁପ୍ତ ବୈଠକକୁ ନେଇ ରାଜନୀତିକ ହଟଚମଟ ଲାଗି ରହିଛି । ମୁମ୍ବାଇରେ ବିରୋଧୀ ମେଣ୍ଟର ପରବର୍ତ୍ତୀ ବୈଠକ ଥିବାବେଳେ ଏହାପୂର୍ବରୁ ମେଣ୍ଟର ପ୍ରମୁଖ ସଦସ୍ୟ ଥିବା ଶରଦଙ୍କ ଏହି ଭେଟଘାଟ ପରେ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି । ତେବେ ଏହାରି ଭିତରେ ଏନସିପି ସୁପ୍ରିମୋ ଦାଦା ଶରଦଙ୍କ ସହ ସାକ୍ଷାତକାର ସମ୍ପର୍କରେ ମୁହଁ ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର । ମଙ୍ଗଳବାର ସେ କୋହ୍ଲାପୁର ଠାରେ ଗଣମାଧ୍ୟମକୁ କହିଛନ୍ତି, ''ମୁଁ କୌଣସି ଗୁପ୍ତ ବୈଠକରେ ସାମିଲ ହୋଇନି । ମସଲା ମାରି କାହାଣୀ ତିଆରି କରନ୍ତୁ ନାହିଁ । ଶରତ ପାୱାର ଆମ ପରିବାରର ମୁଖିଆ । ଏହି ଭେଟଘାଟକୁ ରାଜନୀତିକ ରଙ୍ଗ ଦିଅନ୍ତୁନି । ମୁଁ କେଉଁଠି ଲୁଚି ନଥିଲି । କେବେ ମୁଁ ଲୁଚିଥିଲି ମୋତେ କୁହନ୍ତୁ ? ''

କହିରଖୁଛୁ କି, ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଉକ୍ତ ବୈଠକ ବ୍ୟବସାୟୀ ଅତୁଲ ଚୋରଡିଆଙ୍କ ପୁଣେ ସ୍ଥିତ କୋରେଗାଁ ବଙ୍ଗଳାରେ ଏକ ଘଣ୍ଟା କାଳ ଚାଲିଥିଲା । ଏହାକୁ ନେଇ ଅଜିତ୍ ପାୱାର କହିଛନ୍ତି ଯେ, ଚୋରଡିଆଙ୍କ ସହ ଆମର ଦୁଇ ପିଢିର ସମ୍ପର୍କ ରହିଛି । ତାଙ୍କର ବାପା ପାୱାର ସାହାବଙ୍କ ସହପାଠୀ ଥିଲେ । ଚୋରଡିଆ ଶରଦ ପାୱାରଙ୍କ ରାତ୍ରିଭୋଜନ ପାଇଁ ଆମନ୍ତ୍ରିତ କରିଥିଲେ । ମୁଁ ସେ କାରରେ ନଥିଲି । ଗାଡିରେ ଜୟନ୍ତ ପାଟିଲ ପାୱାରଙ୍କ ସହ ଥିଲେ । ମୁଁ ଶରଦ ପାୱାରଙ୍କ ପୁତୁରା, ସେଥିପାଇଁ କିଛି ଲୋକ ଅଯଥା ଏଭଳି ପ୍ରଚାର କରି ଭୁଲ୍ ବୁଝାମଣା ସୃଷ୍ଟି କରୁଛନ୍ତି ।

Maharashtra Politics: ଶରଦ ପାୱାରଙ୍କୁ ଭେଟିଲେ ଅଜିତ ଗୋଷ୍ଠୀ, ପ୍ରଫୁଲ୍ଲ ପଟେଲ ବି ସାମିଲ

ପ୍ରକାଶ ଥାଉକି, ଶନିବାର ସନ୍ଧ୍ୟାରେ ବ୍ୟବାସାୟୀ ଚୋରଡିଆଙ୍କ ପୁଣେ ବାସଭବନରେ ଏନସିପି ମୁଖ୍ୟ ଶରଦ ପାୱାର ଓ ବିଜେପି ସହିତ ହାତ ମିଳାଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଥିବା ପୁତୁରା ଅଜିତ୍ ପାୱାରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ, ଦାଦା ପୁତୁରାଙ୍କ ଭିତରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ସନ୍ଧ୍ୟା ପ୍ରାୟ ୫ଟା ୫୦ ସମୟରେ ଶରଦ ପାୱାର ଚୋରଡିଆଙ୍କ ବଙ୍ଗଳାରୁ ବାହାରିଥିଲେ । ଏହାପରେ ଜୟନ୍ତ ପାଟିଲ ପ୍ରାୟ ସାଢେ ୬ଟା ବେଳେ ସେଠାରୁ ଯାଇଥିବା ବେଳେ ୬ଟା ୪୦ ସମୟରେ ଅଜିତ୍ ପାୱାର ବଙ୍ଗଳାରୁ ବାହାରିଥିଲେ ।

ଗୁପ୍ତ ବୈଠକକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବା ପରେ ଶରଦ ପାୱାର କହିଥିଲେ ଯେ, ମୋ ପୁତୁରାକୁ ସାକ୍ଷାତ କରିବାରେ ଅସୁବିଧା କ'ଣ । ମୁଁ ମୋ ପରିବାର ସଦସ୍ୟଙ୍କୁ ଭେଟି ପାରିବିନି ବୋଲି ପ୍ରଶ୍ନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଜିତ୍ ପାୱାର ଗତମାସରେ ଦାଦା ଶରଦ ପାୱାରଙ୍କ ଠାରୁ ଅଲଗା ହୋଇ ହଠାତ୍ ବିଜେପିରେ ମିଶିଥିଲେ । ଯାହାକୁ ନେଇ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.