ETV Bharat / bharat

ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ଘୋଷଣା କଲେ DMK ସଭାପତି ଷ୍ଟାଲିନ - ତାମିଲନାଡୁ ସରକାର

ତାମିଲନାଡୁ ସରକାର ଗାଦିରେ ବସିବାକୁ ଯାଉଥିବା ଡିଏମକେ ସଭାପତି ଷ୍ଟାଲିନ ସାମ୍ବାଦିକମାନଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ଘୋଷଣା କଲେ DMK ସଭାପତି ଷ୍ଟାଲିନ

author img

By

Published : May 4, 2021, 10:59 AM IST

ଚେନ୍ନାଇ: ଦେଶରେ କୋରୋନା ମହାମାରୀର ଭୟଙ୍କର ରୂପ ଦେଖିବାକୁ ମିଳୁଥିବାବେଳେ କିଲର ଭାଇରସକୁ ଖାତିର କରିନାହାନ୍ତି ଗଣମାଧ୍ୟମ ପ୍ରତିନିଧି ବା ସାମ୍ବାଦିକ । ଦିନରାତି 24 ଘଣ୍ଟା ଲୋକମାନଙ୍କ ନିକଟରେ ପହଞ୍ଚାଇଛନ୍ତି ଦେଶବିଦେଶର ଖବର । ସାମ୍ବାଦିକଙ୍କ ଏହି ସେବାକୁ ଦୃଷ୍ଟିରେ ରଖି DMK ସଭାପତି ବା ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଏମକେ ଷ୍ଟାଲିନ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ।

ତେବେ ପୂର୍ବରୁ ଓଡିଶା, ବିହାର ଓ ମଧ୍ୟପ୍ରଦେଶ ସରକାର ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଥିଲେ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ 5 ଲକ୍ଷ ଅନୁକମ୍ପାମୂଳକ ରାଶି ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ଡ଼ିଏମକେ ସଭାପତି ଏମକେ ଷ୍ଟାଲିନ ଚଳିତ ନିର୍ବାଚନରେ ଏଆଇଡିଏମକେ ଇ ପଲାନୀସ୍ବାମୀଙ୍କୁ ପରାଜିତ କରିଥିଲେ । ବିପୁଳ ଭୋଟରେ ଷ୍ଟାଲିନ ନିର୍ବାଚନ ଜିତିଥିବାବେଳେ ଗତ କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିବେ ।

ଅନ୍ୟପଟେ ଦେଶରେ କୋରୋନା ସଂକ୍ରମଣ ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3 ଲକ୍ଷ 57 ହଜାର 229 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମଣଙ୍କ ସଂଖ୍ୟା 2 କୋଟି ଟପିଛି । ସେପଟେ 3449 ଜଣଙ୍କର ମୃ୍ତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.