ETV Bharat / bharat

ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ହତ୍ୟା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି: DMK ବିଧାୟକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ DMK ବିଧାୟକ ମାର୍କଣ୍ଡେୟାନଙ୍କ ସାଙ୍ଘାତିକ ଅଭିଯୋଗ । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ମୋଦି ହତ୍ୟା କରିଥିବା ନେଇ ସେ ଆଣିଲେ ଅଭିଯୋଗ('PM Modi killed Former CM Jayalalitha') । ଅଧିକ ପଢନ୍ତୁ

author img

By

Published : Jan 8, 2023, 6:31 PM IST

DMK MLA
DMK MLA

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଦ୍ରାବିଡା ମୁନ୍ନେତ୍ରା କାଝାଗମ (DMK) ବିଧାୟକ ମାର୍କଣ୍ଡେୟାନ (Vilathikulam DMK MLA ) । ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା (former Tamil Nadu CM Jayalalitha)ଙ୍କ ମୋଦି ହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ମୋଦିଙ୍କ ବିରୋଧରେ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ କହିଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ମାର୍କଣ୍ଡେୟାନ ଅଭିଯୋଗ ଆଣିଛନ୍ତି । ଭିଲାଥିକୁଲମଠାରେ ଏକ କାର୍ଯ୍ୟକ୍ରମରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ମାର୍କଣ୍ଡେୟାନ ।

ଏନେଇ ଭିଲାଥିକୁଲମର DMK ବିଧାୟକ ମାର୍କଣ୍ଡେୟାନ କହିଛନ୍ତି, "AIADMKରେ ଯେତେବେଳେ ଯାଏଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଥିଲେ ସେତେବେଳ ପର୍ଯ୍ୟନ୍ତ ସେଠାରେ ମୁଁ ଥିଲି । ମାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏବେ ଏହି ଦୁନିଆରେ ନାହାନ୍ତି । ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ହତ୍ୟା କରିଛନ୍ତି । ବିଜେପି ତାଙ୍କୁ ହତ୍ୟା କରିଛି । ପ୍ରଧାନମନ୍ତ୍ରୀ ପଦବୀ ପାଇଁ ମୋଦିଙ୍କ ବିରୋଧରେ AIADMK ଦଳ ପକ୍ଷରୁ ସେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିଲାଗି ତାଙ୍କୁ ବିଜେପି ହତ୍ୟା କରିଥିଲା । ମୁଁ ଖୋଲାଖୋଲି ଭାବେ ବିଜେପି ବିରୋଧରେ ଏହି ଅଭିଯୋଗ ଆଣୁଛି ।"

ଏହା ବି ପଢନ୍ତୁ- ପାସପୋର୍ଟ ଯାଞ୍ଚ ବେଳେ ଦିଲ୍ଲୀରେ ପୋଲିସକୁ ଆଫ୍ରିକୀୟ ନାଗରିକଙ୍କ ଆକ୍ରମଣ

ମାର୍କଣ୍ଡେୟାନ ଭିଲାଥିକୁଲମଠାରେ ଆୟୋଜିତ ଜନସଭାରେ ଏପରି ଖୋଲାଖୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ତାଙ୍କର ଏହି ବିବାଦୀୟ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଜେପି ନେତା ଓ କର୍ମୀମାନେ ଏହାକୁ ଖଣ୍ଡନ କରିବା ସହ ମାର୍କଣ୍ଡେୟାନଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରିଛନ୍ତି । ମାର୍କଣ୍ଡେୟାନ ଭିଲାଥିକୁଲମ ବିଧାନସଭା ମଣ୍ଡଳୀର ବିଧାୟକ ରହିଛନ୍ତି । ସେ ଏହି ବିଧାନସଭା ମଣ୍ଡଳୀରେ ଗତ ୨୦୧୧-୨୦୧୬ ପର୍ଯ୍ୟନ୍ତ ମଧ୍ୟ ବିଧାୟକ ରହିଥିଲେ ।

ସୂଚନା ଥାଉ କି ୨୦୧୬ ଡିସେମ୍ବର ୫ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ଘଟିଥିଲା । ମାତ୍ର ଡିସେମ୍ବର ୪ ତାରିଖ ଅପରାହ୍ନ ୩ଟା ୫୦ମିନିଟରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଥିଲେ । ଏହାପରେ ତାଙ୍କ ମୃତ୍ୟକୁ ନେଇ ସନ୍ଦେହ ଉପୁଜିଥିଲା । ସେତେବେଳେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ରାଜନୀତି ମଧ୍ୟ ଜୋର ଧରିଥିଲା । ଜୟଲଳିତାଙ୍କ ମୃତ୍ୟୁର ଯାଞ୍ଚ ଲାଗି ଏକ କମିଶନ ମଧ୍ୟ ଗଠନ କରାଯାଇଥିଲା । ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କର ଘନିଷ୍ଠ ସହଯୋଗୀ ଶଶିକଳାଙ୍କ ଭୂମିକା ଉପରେ ସନ୍ଦେହ ପ୍ରକାଶ କରାଯାଇଥିବା ବେଳେ ଏହା ଉପରେ ଏବେ ବି ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.