ଚେନ୍ନାଇ: ଚାକିରି ପାଇଁ ଟଙ୍କା ମାମଲାରେ ଗିରଫ ହୋଇଛନ୍ତି ତାମିଲନାଡୁର ଶକ୍ତି ମନ୍ତ୍ରୀ ତଥା ଡିଏମକେ ନେତା ସେନ୍ଥିଲ ବାଲାଜୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ମନ୍ତ୍ରୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢାଉ କରିବା ପରେ ତାଙ୍କୁ ଗିରଫ କରିଛି । ତେବେ ଏହି ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା ପାଇଁ ଇଡି ବାଲାଜୀଙ୍କୁ ଗିରଫ କରି ହାଜତକୁ ନେଉଥିବା ବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଗାଡିରେ କାନ୍ଦି କାନ୍ଦି ଗଡି ଯାଇଥିଲେ । ଛାତିରେ ଯନ୍ତ୍ରଣା ହେଉଥିବା କହିବାରୁ ଡିଏମକେ ନେତାଙ୍କୁ ତୁରନ୍ତ ଚେନ୍ନାଇ ସ୍ଥିତ ଓମାନଦୁରାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
-
#WATCH | Tamil Nadu Electricity Minister V Senthil Balaji breaks down as ED officials took him into custody in connection with a money laundering case and brought him to Omandurar Government in Chennai for medical examination pic.twitter.com/aATSM9DQpu
— ANI (@ANI) June 13, 2023 " class="align-text-top noRightClick twitterSection" data="
">#WATCH | Tamil Nadu Electricity Minister V Senthil Balaji breaks down as ED officials took him into custody in connection with a money laundering case and brought him to Omandurar Government in Chennai for medical examination pic.twitter.com/aATSM9DQpu
— ANI (@ANI) June 13, 2023#WATCH | Tamil Nadu Electricity Minister V Senthil Balaji breaks down as ED officials took him into custody in connection with a money laundering case and brought him to Omandurar Government in Chennai for medical examination pic.twitter.com/aATSM9DQpu
— ANI (@ANI) June 13, 2023
ହସ୍ପିଟାଲକୁ ନିଆଯାଉଥିବା ବେଳେ ମନ୍ତ୍ରୀ ବାଲାଜୀ ଯନ୍ତ୍ରଣାରେ କାର୍ ଭିତରେ ଶୋଇ କାନ୍ଦିଥିଲେ । ଏହାଦେଖି ହସ୍ପିଟାଲ ପରିସରରେ ଥିବା ତାଙ୍କର ସମର୍ଥକମାନେ ଇଡିର କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରତିବାଦ କରିଥିଲେ । ଏନେଇ ଡିଏମକେ ସାଂସଦ ଏବଂ ଆଇନଜୀବୀ ଏନ.ଆର ଏଲାଙ୍ଗୋ କହିଛନ୍ତି, ''ବାଲାଜୀଙ୍କୁ ଆଇସିୟୁରେ ରଖାଯାଇଛି । ଡାକ୍ତର ତାଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ବାଲାଜୀଙ୍କ ଗିରଫଦାରୀ ସମ୍ପର୍କରେ ଇଡି ପକ୍ଷରୁ ତାଙ୍କୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନାହିଁ ।'' ତେବେ ମନ୍ତ୍ରୀଙ୍କ ତୁରନ୍ତ ବାଇପାସ ସର୍ଜରୀ କରାଇବା ପାଇଁ ଆଜି ଡାକ୍ତର ପରାମର୍ଶ ଦେଇଥିବା ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ: ଗୋପନ ଦସ୍ତାବିଜ ରଖିବା ମାମଲାର ଡୋନାଲ୍ଡ ଟ୍ରମ୍ପ ଗିରଫ, ମିଳିଲା ଜାମିନ
ଡିଏମକେ ନେତା ଉଦୟନିଧି ଷ୍ଟାଲିନ କହିଛନ୍ତି, ସେନ୍ଥିଲ ବାଲାଜୀ ଏବେ ଚିକିତ୍ସାଧିନ ଅଛନ୍ତି । ବିଜେପି ସରକାରର ଏଭଳି ଧମକପୂର୍ଣ୍ଣ ରାଜନୀତିକୁ ଆମେ ଭୟ କରୁନାହୁଁ । ଏହା ବିରୋଧରେ ଆମେ ଆଇନର ଆଶ୍ରୟ ନେବୁ । ଡିଏମକେ ନେତା ଅଭିଯୋଗ କରିଛନ୍ତି ଯେ, ଇଡି ଅଧିକାରୀ ମନ୍ତ୍ରୀ ବାଲାଜୀଙ୍କୁ ହେପାଜତକୁ ନେବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭୂତ ହେଉଥିବାର ସେ କହିଥିଲେ । ତାଙ୍କୁ ହସ୍ପିଟାଲ ନିଆଯିବା ବେଳକୁ ବାଲାଜୀ ଅଚେତ ହୋଇଯାଇଥିଲେ । ତେବେ ବାଲାଜୀ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାମିଲନାଡୁ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ, ସ୍ବାସ୍ଥ୍ୟମନ୍ତ୍ରୀ ଏମ ସୁବ୍ରମନିୟନ, ରାଜପଥ ମନ୍ତ୍ରୀ ଇଭି ଭେଲୁଙ୍କ ସମେତ ବହୁ ସମର୍ଥକ ତାଙ୍କୁ ଭେଟିବାକୁ ପହଞ୍ଚିଛନ୍ତି ।
ପ୍ରକାଶଥାଉ କି, ଚାକିରି ପାଇଁ ଟଙ୍କା ମାମଲାରେ ଗତକାଲି ଇଡି ତାମିଲନାଡୁ ଶକ୍ତି ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ଘର ସମତେ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା । ତାଙ୍କର ଭାଇ ଏବଂ ଜଣେ ଘନିଷ୍ଠର ସହଯୋଗୀଙ୍କ ଘରେ ମଧ୍ୟ ଛାପା ମାରିଥିଲା । ଏହାପରେ ବିଳମ୍ବିତ ରାତିରେ ମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ