ETV Bharat / bharat

ଗ୍ରୀନ କ୍ରାକର୍ସ ଫୁଟାଇ ଦୀପାବଳି ପାଳିବେ ଆନ୍ଧ୍ରବାସିନ୍ଦା

କୋରୋନା କବଳରେ ସାରା ବିଶ୍ବ । ସଂକ୍ରମଣ ଓ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି କେବଳ ଗ୍ରୀନ ବାଣ ଫୁଟାଇ ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ର ସରକାର । ଅଧିକ ପଢନ୍ତୁ...

Diwali 2020: Only green crackers allowed in Andhra
ଆନ୍ଧ୍ରପ୍ରଦେଶରେ ଗ୍ରୀନ କ୍ରାକରସ ଫୁଟାଇ ଦୀପାବଳୀ ପାଳିବାକୁ ନିଷ୍ପତି
author img

By

Published : Nov 11, 2020, 1:53 PM IST

ଅମରାବତୀ: ସାରା ଦେଶକୁ କୋରୋନା କବଳିତ କରିଛି । ମହାମାରୀରେ ଛଟପଟ ବିଶ୍ବବାସୀ। ଏପରି ଘଡିସନ୍ଧି ମୁହୁର୍ତ୍ତରେ ସଂକ୍ରମଣ ଓ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ଆନ୍ଧ୍ର ସରକାର । ତେଣୁ ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲଗା ଯାଇଛି । କେବଳ ଗ୍ରୀନ କ୍ରାକରସ ଫୁଟାଇ ଦୀପାବଳୀ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ର ସରକାର।

ରାଜ୍ୟ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ,କେବଳ ଗ୍ରୀନ କ୍ରାକର୍ସ ବିକ୍ରି ହେବା ସହ ଲୋକେ କେବଳ ସେହି ଗ୍ରୀନ କ୍ରାକରସ ଫୁଟାଇ ଦୀପାବଳି ପାଳନ କରିବେ । ବାଣ ଫୁଟାଇବା ପାଇଁ ଦୁଇ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି । ରାତି 8ଟାରୁ 10ଭିତରେ ସମସ୍ତଙ୍କୁ ବାଣ ଫୁଟାଇବାକୁ ଅନୁମତି ମିଳିଛି ।

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ଆଦେଶ ଅନୁଯାୟୀ ଆନ୍ଧ୍ରପ୍ରଦେଶ ସରକାର ବାଣ ଫୁଟାଇବା ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ବାରା ରାଜ୍ୟ ମୁଖ୍ୟ ଶାସନ ସଚିବ ନୀଲମ ସାୱନିଙ୍କ ସ୍ବାକ୍ଷର ଅନୁଯାୟୀ ଏକ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି ।

କୋଭିଡ୍-19 ସମୟରେ ଦୀପାବଳି ପାଳନ କରାଯାଉଥିବାରୁ ଆନ୍ଧ୍ରପ୍ରଦେଶ ସରକାର ଗ୍ରାହକ ଓ ବିକ୍ରେତାଙ୍କୁ ସମସ୍ତ ସ୍ବାସ୍ଥ୍ୟ ପ୍ରୋଟୋକଲ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି । କ୍ରାକର ବିକ୍ରୟ କରୁଥିବା ସମସ୍ତ ଦୋକାନଗୁଡିକ ମଧ୍ୟରେ 10 ଫୁଟ ଦୂରତା ବଜାୟ ରଖିବା ସହିତ ଗ୍ରାହକମାନଙ୍କ ମଧ୍ୟରେ 6ଫୁଟର ସାମାଜିକ ଦୂରତା ରକ୍ଷା କରିବା ଉଚିତ୍ ।

ବାଣ ଫୁଟେଇବାକୁ ଯିବା ବେଳେ ସାନିଟାଇଜର ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ଏହା ବଦଳରେ ସାବୁନ ବ୍ୟବହାର କରିବାକୁ କୁହାଯାଇଛି। ନଭେମ୍ବର 14ରେ ସମଗ୍ର ଦେଶରେ ଆଲୋକର ପର୍ବ ଦୀପାବଳି ପାଳନ ହେବାକୁ ଯାଉଛି |

@ANI

For All Latest Updates

TAGGED:

Diwali 2020
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.