ETV Bharat / bharat

ଦିବ୍ୟାଙ୍ଗ କ୍ରିକେଟର ରାଜା ବାବୁ, ହେଲିକପ୍ଟର ସଟ ମାରି ବନିଛନ୍ତି ଗାଜିଆବାଦର MSD - ଦିବ୍ୟାଙ୍ଗ କ୍ରିକେଟର ରାଜା ବାବୁ

ଜାଣି ଆଶ୍ଚର୍ଯ୍ୟ ହେବେ ଗାଜିଆବାଦରେ ମଧ୍ୟ ଜଣେ ମହେନ୍ଦ୍ର ସିଂହ ଧୋନୀ ଅଛନ୍ତି । ଦିବ୍ୟାଙ୍ଗ ରାଜା ବାବୁ ଯାହାଙ୍କୁ ଏହି ନାମରେ ଡାକନ୍ତି ଲୋକେ । କାରଣ ସେହି ହେଲିକପ୍ଟର ସଟ । ରାଜା ବାବୁ ହ୍ବିଇଲ ଚେୟାରରେ ବସି ହେଲିକପ୍ଟର ସଟ ମାରିବାରେ ମାହିର । ତାଙ୍କ ସଟ ଦେଖି ଲୋକଙ୍କ ଆଖି ତାଜୁବ ହୋଇଯାଏ ।

Raja Babu
Raja Babu
author img

By

Published : Aug 17, 2022, 2:14 PM IST

ନୂଆଦିଲ୍ଲୀ: କ୍ରିକେଟରେ ହେଲିକପ୍ଟର ସଟ କଥା ଭାବିଲେ ରାଞ୍ଚି ବଏ ମହେନ୍ଦ୍ର ସିଂ ଧୋନୀଙ୍କ ନାମ ପାଟିକୁ ଆପେ ଆପେ ଚାଲିଆସେ । ଜାଣି ଆଶ୍ଚର୍ଯ୍ୟ ହେବେ ଗାଜିଆବାଦରେ ମଧ୍ୟ ଜଣେ ମହେନ୍ଦ୍ର ସିଂହ ଧୋନୀ ଅଛନ୍ତି । ଦିବ୍ୟାଙ୍ଗ ରାଜା ବାବୁ ଯାହାଙ୍କୁ ଏହି ନାମରେ ଡାକନ୍ତି ଲୋକେ । କାରଣ ସେହି ହେଲିକପ୍ଟର ସଟ୍‌ । ରାଜା ବାବୁ ହ୍ବିଇଲ ଚେୟାରରେ ବସି ହେଲିକପ୍ଟର ସଟ ମାରିବାରେ ମାହିର । ତାଙ୍କ ସଟ ଦେଖି ଲୋକଙ୍କ ଆଖି ତାଜୁବ ହୋଇଯାଏ । କ୍ରିକେଟ ମଇଦାନରେ ହେଲିକପ୍ଟର ସଟ ମାରୁଥିବା ଦିବ୍ୟାଙ୍ଗ କ୍ରିକେଟର ରାଜା ବାବୁ ଆଜି ସଂଘର୍ଷ କରୁଛନ୍ତି । ଗୁଜୁରାଣ ମେଣ୍ଟାଇବାକୁ ରିକ୍ସା ଚଲାଉଛନ୍ତି ।

ଦିବ୍ୟାଙ୍ଗ କ୍ରିକେଟ ଆସୋସିଏସନ ପକ୍ଷରୁ ୟୁପି କ୍ରିକେଟର ଅଧିନାୟକ ରହିଛନ୍ତି ରାଜା ବାବୁ । ଦିବ୍ୟାଙ୍ଗ କ୍ରିକେଟର ତାଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି ସେ । ବର୍ତ୍ତମାନ ମଧ୍ୟପ୍ରଦେଶ ପାଇଁ ସେ ହ୍ବିଇଲ ଚେୟାର କ୍ରିକେଟ ଖେଳୁଛନ୍ତି । ମାତ୍ର କ୍ରିକେଟ କିଟ୍‌ କିଣିବାକୁ ସେ ସକ୍ଷମ ନୁହନ୍ତି । ଘର ଖର୍ଚ୍ଚ ପାଇଁ ଦିବ୍ୟାଙ୍କ ଷ୍ଟାର କ୍ରିକେଟର ବର୍ତ୍ତମାନ ଗାଜିଆବାଦରେ ରିକ୍ସା ଚଳାଉଛନ୍ତି । ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ଜର୍ସି ସହ ରାଜା ବାବୁଙ୍କ ଏ ଜୀବନ କାହାଣୀ କିଛି ଅଲଗା ନୁହେଁ ।

Raja Babu, who flew helicopter shots

ଜାଲନ ବାସିନ୍ଦା ରାଜା ବାବୁ ଗାଜିଆବାଦରେ ରହୁଛନ୍ତି । ସେଠାରେ ତାଙ୍କ କ୍ରିକେଟର ଚର୍ଚ୍ଚା ହୁଏ । 2017ରେ ୟୁପି କ୍ରିକେଟର ଅଧିନାୟକ ରହିଥିବା ସମୟରେ ରାଜ୍ୟସ୍ତରୀୟ ଦିବ୍ୟାଙ୍କ କ୍ରିକେଟ ଖେଳିଥିଲେ । ଏଥିରେ 20 ବଲରେ 67 ରନର ରେକର୍ଡ କରିଥିଲେ । 15 ରାଜ୍ୟରେ ନ୍ୟାସନାଲ ଦିବ୍ୟାଙ୍ଗ କ୍ରିକେଟ ଖେଳି ସାରିଛନ୍ତି ରାଜା ବାବୁ । 1997ରେ ଏକ ଟ୍ରେନ ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇଥିଲେ ରାଜା ବାବୁ । ସେତେବେଳେ ତାଙ୍କୁ 7 ବର୍ଷ ବୟସ ହୋଇଥିଲା । ପିଲାଦିନୁ କ୍ରିକେଟ ପ୍ରତି ସଉକ ଥିଲା । ଗୋଡ ହରାଇବା ପରେ ବି ସେ ହାରି ନଥିଲେ । ଦିବ୍ୟାଙ୍ଗ କ୍ରିକେଟ ଆସୋସିଏସନର ସଦସ୍ୟ ହୋଇଥିଲେ । ରାଜା ବାବୁଙ୍କ ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ । ରିକ୍ସ ଚଳାଇ ପରିବାର ପ୍ରତିପୋଷଣ କରନ୍ତି ରାଜା ବାବୁ । ଭଲ କାର୍ଯ୍ୟ ପାଇଁ ଜଣେ ସମାଜସେବୀ ତାଙ୍କୁ ଏକ ଇ-ରିକ୍ସା ଦେଇଥିଲେ । 2017ରେ ଖେଳ ଉପରେ ଏକ ଆଟିକିଲ ଲେଖିଥିଲେ । ଯାହାକୁ ପଢି ନୋଏଡାର ଜଣେ ସମାଜସେବୀ ତାଙ୍କ ସାହାଯ୍ୟ କରିଥିଲେ । ସମାଜସେବୀ ଦେଇଥିବା ଇ-ରିକ୍ସାକୁ ଚଳାଇ ଗୁଜୁରାଣ ମେଣ୍ଟାଉଛନ୍ତି ରାଜା ବାବୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.