ETV Bharat / bharat

Disrespect to Speaker Chair: ସମ୍ପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ ହେଲେ 10 ବିଜେପି ବିଧାୟକ - କର୍ଣ୍ଣାଟକ ବାଚସ୍ପତି ୟୁଟି ଖାଦେର

କର୍ଣ୍ଣାଟକରେ ବିଧାନସଭା ଅଧିବେଶନରୁ ନିଲମ୍ବିତ ହେଲେ 10 ବିଜେପି ସାଂସଦ । ଗୃହରେ ବିଶୃଙ୍ଖଳା ଓ ବାଚସ୍ପତିଙ୍କୁ ଉଚିତ ସମ୍ମାନ ଦେଇନଥିବା ଅଭିଯୋଗ । ଅଧିକ ପଢନ୍ତୁ

Disrespect to Speaker Chair: ଅଧିବେଶନରୁ ନିଲମ୍ବିତ ହେଲେ 10 ବିଜେପି ସାଂସଦ

author img

By

Published : Jul 19, 2023, 8:11 PM IST

ବେଙ୍ଗାଲୁରୁ: ଅଧିବେଶନ ଚାଲିଥିବା ବେଳେ ଗୃହରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଓ ବାଚସ୍ପତିଙ୍କ ପୋଡ଼ିୟମକୁ ବିଲ୍‌ର କପି ଫିଙ୍ଗିବାରୁ ଭାରତୀୟ ଜନତା ପାର୍ଟିର 10ଜଣ ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି 10 ବିଧାୟକଙ୍କୁ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଗୃହରୁ ନିଲମ୍ବିତ କରିଛନ୍ତି ବାଚସ୍ପତି ୟୁ.ଟି ଖାଦେର । ବାଚସ୍ପତିଙ୍କ ନିଲମ୍ବନ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀ ବିଜେପି ସଦସ୍ୟମାନେ ଗୃହରେ ନାରାବାଜୀ କରିଥିଲେ ।

ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ ଅଶ୍ବସ୍ତ ନାରାୟଣ, ସୁନିଲ କୁମାର, ୟଶପାଲ ସୁବର୍ଣ୍ଣା, ଆର.ଅଶୋକ, ଉମାନାଥ କୋଟୟାନ, ଅରବିନ୍ଦ ବେଲାଦ, ଭାରତ ସେଟ୍ଟୀ, ବେଦବ୍ୟାସ କାମାଥ, ଧିରଜ ମୁନିରାଜୁ, ଅରଗା ଜ୍ଞାନେନ୍ଦ୍ର ପ୍ରମୁଖ ରହିଛନ୍ତି । ସମ୍ପୂର୍ଣ୍ଣ ଚଳିତ ଅଧିବେଶନରୁ ଏମାନଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ୟୁ.ଟି ଖାଦେର ।

ଆଜି ମଧ୍ୟାହ୍ନ ବିରତି ପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଏହି ବିରୋଧୀ ବିଜେପି ବିଧାୟକମାନେ ଗୃହରେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିରୋଧୀଙ୍କ ହଟ୍ଟାଗୋଳ ମଧ୍ୟରେ ଗୃହକାର୍ଯ୍ୟ ଜାରି ରଖିବା ମଧ୍ୟ ସମ୍ଭବପର ହୋଇନଥିଲା । ବାଚସ୍ପତି ସେମାନଙ୍କୁ ବାରମ୍ବାର ନିଜ ନିଜ ଆସନକୁ ଫେରିଯାଇ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ କହିଥିଲେ । ହେଲେ ସମାନେ ଗୃହର ମଧ୍ୟଭାଗରେ ନାରାବାଜୀ ଓ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ଆଲୋଚନା ପାଇଁ ଆଗତ ହୋଇଥିବା ଏକ ବିଲ୍‌ର କପି ଫିଙ୍ଗିଥିଲେ । ଏହା ପରେ ଶାସକ ସଦସ୍ୟମାନେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Monsoon Session of Parliament: ଗୁରୁବାରଠୁ ସଂସଦର ମୌସୁମୀ ଅଧିବେଶନ, ଦିଲ୍ଲୀ ଅଧ୍ୟାଦେଶ ଉପରେ ନଜର

ଶାସକ କଂଗ୍ରେସର ମୁଖ୍ୟ ସଚେତକ ଅଶୋକ ପଠାନ ବିଶୃଙ୍ଖଳିତ ବିରୋଧୀ ସଦସ୍ୟଙ୍କ ନିଲମ୍ବିତ କରାଯାଉ ବୋଲି ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ପରେ ଆଇନ ମନ୍ତ୍ରୀ ଏଚ.କେ ପାଟିଲ ଏହି 10 ଭାରତୀୟ ଜନତା ପାର୍ଟି ବିଧାୟକଙ୍କୁ ଅଧିବେଶନରୁ ନିଲମ୍ବିତ କରିବା ନେଇ ବାଚସ୍ପତିଙ୍କ ନିକଟରେ ଏକ ପ୍ରସ୍ତାବ ଆଗତ କରିଥିଲେ । ବାଚସ୍ପତି ୟୁ.ଟି ଖାଦେର ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହ ବିଜେପିର ଏହି 10 ବିଧାୟକଙ୍କୁ ସମ୍ପୂର୍ଣ୍ଣ ଅଧିବେଶନରୁ ନିଲମ୍ବନକୁ ଅନୁମୋଦନ ଦେଇଥିଲେ । ବାଚସ୍ପତିଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧୀ ବିଜେପି ନାପସନ୍ଦ କରିବା ସହ ଗୃହରେ ନାରାବାଜୀ କରିଥିଲେ । ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟ ସାମୟିକ ମୁଲତବୀ ମଧ୍ୟ ରଖିବାକୁ ପଡ଼ିଥିଲା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.