ETV Bharat / bharat

Fight due to dog: କୁକୁରକୁ ନେଇ ବୁଲିଲା ଲାଠି, ଅନେକ ଆହତ - ଛତିଶଗଡ଼ ଖବର

କୁକୁରକୁ ନେଇ ଛତିଶଗଡ଼ ରାୟପୁରରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପୋଲିସ ଉଭୟ ପକ୍ଷ ବିରୋଧରେ ମାମଲା ରୁଜୁ କରିଛି । ଅଧିକ ପଢନ୍ତୁ

Fight due to dog
Fight due to dog
author img

By

Published : Mar 12, 2023, 8:53 PM IST

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରେ କୁକୁରକୁ ନେଇ ଉପୁଜିଛି ବିବାଦ । ଯାହାକୁ ନେଇ ୨ ଗୋଷ୍ଠୀ ହୋଇଛନ୍ତି ଲହୁ ଲୁହାଣ । ଉଭୟ ଗୋଷ୍ଠୀ ମଧ୍ୟରେ ଲାଠି ଦ୍ବାରା ଆକ୍ରମଣ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ବିଶୃଙ୍ଖଳା ପରିସ୍ଥିତିକୁ ନିଜ ନିୟନ୍ତ୍ରଣରେ ନେବା ସହିତ ଉଭୟ ଗୋଷ୍ଠୀ ବିରୋଧରେ ମାରପିଟ ଓ ଅନ୍ୟ ଧାରା ନେଇ ମାମଲା ରୁଜୁ କରିଛି ।

ଆହତଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ରାୟପୁର ଡିଡି ନଗର ଥାନା ଅଞ୍ଚଳରେ ୨ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପୋଲିର କହିବା ଅନୁସାରେ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ତାଙ୍କ ଘର ସାମ୍ନାରେ ଥିବା ପଡ଼ୋଶୀ ଏକ କୁକୁର ପାଳିଛନ୍ତି । ଯିଏକି ତାଙ୍କ ଘର ସମ୍ମୁଖରେ ଅପରିଷ୍କାର ପରିବେଶ ସୃଷ୍ଟି କରେ । ଏନେଇ ସେମାନେ କୁକୁରକୁ ଶନିବାର ସନ୍ଧ୍ୟାରେ ପିଟିଥିଲେ । କୁକୁରକୁ ପିଟିବା ପରେ ମାଲିକ ଓ ତାଙ୍କ ୨ ପୁଅ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କୁ ରକ୍ଷା କରିବା ଲାଗି ପରିବାର ସଦସ୍ୟ ପହଞ୍ଚିବା ପରେ ତାଙ୍କ ଉପରକୁ ମଧ୍ୟ ସେମାନେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ରୋଜଗାର ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ତଦନ୍ତ ଜାରି

ଅନ୍ୟପଟେ ଅନ୍ୟ ପକ୍ଷ ତଥା କୁକୁରର ମାଲିକ ମଧ୍ୟ ଅଭିଯୋଗ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, "ପଡୋଶୀ ଜଣକ ଆମ ଘରକୁ ଆସିଥିଲେ ଆଉ କୁକୁରକୁ ପିଟିବା ଉପରେ ଯୁକ୍ତିତର୍କ କରିଥିଲେ । ମୁଁ ତାଙ୍କୁ ଗାଳିଗୁଲଜ ନ କରିବା ଲାଗି ବାରଣ କରିଥିଲି । ଏହାପରେ ସେ ନିଜ ଘରକୁ ଯାଇ ବାଉଁଶ ବାଡି ଆଣି ଆକ୍ରମଣ କରିଥିଲା । ତା' ସହିତ ତାର ଛୋଟ ଭାଇ ଓ ମାଆ ମଧ୍ୟ ଥିଲେ । ଏହାପରେ ସେମାନେ ଲାଠିରେ ମୋତେ ଆକ୍ରମଣ କରିଥିଲେ । ଫଳରେ ମୋ ମୁଣ୍ଡ ଓ ୨ ହାତରେ ଆଘାତ ଲାଗିଛି । "

ଡିଡି ନଗର ଥାନା ଅଧିକାରୀ କୁମାର ଗୌରବ ସାହୁ ଘଟଣା ନେଇ କହିଛନ୍ତି, "କୁକୁରକୁ ନେଇ ଉଭୟ ପକ୍ଷ ମଧ୍ୟରେ କଳହା ଲାଗିଥିଲା । ଉଭୟ ଲାଠି ଧରି ପରସ୍ପର ଉପରେ ଆକ୍ରମଣ କରିଥିଲେ । ଏହି ମାରପିଟରେ ଉଭୟ ପକ୍ଷ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କ ବିରୋଧରେ ମାରପିଟ ଓ ଅନ୍ୟ ଧାରା ଅନୁଯାୟୀ ମାମଲା ରୁଜୁ କରିଛି । ଘଟଣା ନେଇ ଉଭୟ ପକ୍ଷକୁ ପଚରା ଉଚରା ମଧ୍ୟ କରିଛି । "

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.