ETV Bharat / bharat

ଦିଶାଙ୍କୁ ଆଉ ତିନି ଦିନ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

author img

By

Published : Feb 19, 2021, 7:44 PM IST

କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଟୁଲକିଟ ପ୍ରସାରଣ ପାଇଁ ଗିରଫ ଦିଶା ରବିଙ୍କୁ ଆଉ ତିନି ଦିନ ନ୍ୟାୟିକ ହେପାଜତକୁ ପଠାଇଲେ ପଟିଆଲା ହାଉସ କୋର୍ଟ । ଅଧିକ ପଢନ୍ତୁ...

ଦିଶାଙ୍କୁ ଆଉ ତିନି ଦିନିଆ ନ୍ୟାୟିକ ହେପାଜାତକୁ ପଠାଇଲେ କୋର୍ଟ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଟୁଲକିଟ ପ୍ରସାରଣ ପାଇଁ ଗିରଫ ଦିଶା ରବିଙ୍କୁ ଆଉ ତିନି ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଦିଶାଙ୍କ ପୋଲିସ ହେପାଜତ ଶେଷ ହେବା ପରେ ଦିଲ୍ଲୀ ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା ।

ତେବେ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କ ସହଯୋଗୀ ଶାନ୍ତନୁଙ୍କୁ ମଧ୍ୟ ଆସନ୍ତା 22 ତାରିଖରେ ପଚରାଉଚରା ପାଇଁ ଅଣାଯିବ । ଏହି ଟୁଲକିଟ ପ୍ରସଙ୍ଗରେ ଦିଶା ନିକିତା ଏବଂ ଶାନ୍ତନୁଙ୍କ ଉପରେ ଆରୋପ ଲଗାଇଥିଲେ । ଏଣୁ ସମସ୍ତ ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରାଯିବ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ, କୋର୍ଟ ଗତ 14 ତାରିଖରେ ଦିଶାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ । ଦିଶା କୃଷକ ଆନ୍ଦୋଳନ ସହ ଜଡିତ ଏକ ଡକ୍ୟୁମେଣ୍ଟ ସେୟାର କରିଥିଲେ, ଯାହାକୁ ଅନ୍ତର୍ଜାତୀୟ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଟ୍ବିଟ କରିଥିଲେ । ଟୁଲକିଟ ନାମକ ସେହି ଡକ୍ୟୁମେଣ୍ଟକୁ ଏଡିଟ କରିବା ସହ ସେଥିରେ କିଛି ଜିନିଷ ଯୋଡି ତାହାକୁ ପଠାଇବା ଘଟଣାରେ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ସେଲ୍ ବେଙ୍ଗାଲୁରୁରୁ ଦିଶାଙ୍କୁ ଗିରଫ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.