ETV Bharat / bharat

ଦିଶା ରବି ଗିରଫ ମାମଲା, ଆଜି ହେବ ଶୁଣାଣି

author img

By

Published : Feb 19, 2021, 11:12 AM IST

ଦିଶା ରବି ଗିରଫ ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ । ଅଧିକ ପଢନ୍ତୁ...

ଦିଶା ରବି ଗିରଫ ମାମଲା, ଆଜି ହେବ ଶୁଣାଣି
ଦିଶା ରବି ଗିରଫ ମାମଲା, ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କ ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ । ଏନେଇ ଗତକାଲି(ଗୁରୁବାର) ଦିଲ୍ଲୀ ପୋଲିସକୁ ନୋଟିସ ପଠାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ସେହିପରି କିଛି ନ୍ୟୁଜ ଚ୍ୟାନେଲକୁ ମଧ୍ୟ ହାଇକୋର୍ଟ ନୋଟିସ କରିଛନ୍ତି ।

ଗତକାଲି ଶୁଣାଣି ସମୟରେ ଦିଶା ରବିଙ୍କ ଓକିଲ କହିଥିଲେ ଯେ, କିଛି ନ୍ୟୁଜ ଚ୍ୟାନେଲ ଟିଆରପି ପାଇଁ ନାଗରିକଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି । ଏହା ଉପରେ ଜବାବ ଦେଇ ଦିଲ୍ଲୀ ପୋଲିସ ପକ୍ଷରୁ କୌଣସି ତଥ୍ୟ ଲିକ୍‌ କରାଯାଇନଥିବା କୁହାଯାଇଥିଲା ।

ଏହାପରେ କୋର୍ଟ ନୋଟିସ ଜାରି କରିବାକୁ କହିଥିଲେ । ସେପଟେ କିଛି ନ୍ୟୁଜ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଶା ରବିଙ୍କ ଓକିଲ କହିଥିଲେ । ଏହି ମାମଲାରେ ମିଡିଆ ଟ୍ରାଏଲ ହେଉଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

ଟୁଲକିଟ୍ ମାମଲାରେ ଦିଲ୍ଲୀ ପୋଲିସର ସାଇବର ସେଲ୍ ବେଙ୍ଗାଲୁରୁର 21 ବର୍ଷିୟ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗତ13 ତାରିଖରେ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.