ETV Bharat / bharat

ଟୁଲକିଟ ମାମଲା, ଦିଶା ରବିଙ୍କୁ ଜାମିନ

author img

By

Published : Feb 23, 2021, 5:07 PM IST

Updated : Feb 23, 2021, 5:21 PM IST

କୃଷକଙ୍କ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଟ୍ବିଟ କରି ଗିରଫ ହୋଇଥିବା ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ....

ଦିଲ୍ଲୀ ହିଂସା ମାମଲା , ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଜାମିନ
ଦିଲ୍ଲୀ ହିଂସା ମାଦିଲ୍ଲୀ ହିଂସା ମାମଲା , ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଜାମିନମଲା , ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଜାମିନ

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଟ୍ବିଟ କରି ଗିରଫ ହୋଇଥିବା ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅତିରିକ୍ତ ବିଚାରପତି ଧର୍ମେନ୍ଦ୍ର ରାଣା ଏହି ବେଲ ଆବେଦନର ଶୁଶାଣି କରି ଦିଶାଙ୍କୁ ଜାମିନ ପ୍ରଦାନ କରିଛନ୍ତି । 1 ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ମୁଚାଲିକାରେ ଦିଶାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଗତ 20 ଏହି ମାମଲାପରଲ ଶୁଣାଣି ସରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ ।

କୃଷକ ଆନ୍ଦୋଳନକୁ ହିଂସାତ୍ମକ ଆନ୍ଦୋଳରେ ପରିଣତ କରିବା ପାଇଁ ଦିଶା ଆପତ୍ତିଜନକ ଟ୍ବିଟ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ତାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା ଦିଲ୍ଲା ପୋଲିସର ଏକ ସ୍ବତନ୍ତ୍ର ଟିମ । ଖାଲିସ୍ତାନ ସହିତ କବିତା ଜଷ୍ଟିସ ଫାଉଣ୍ଡେସନର ସମ୍ପର୍କ ଶୁଣାଣି ସମୟରେ ଏଏସଜି ଏସ.ଭି ରାଜୁ କହିଛନ୍ତି ଯେ କବିତା ଫାଉଣ୍ଡେସନ ନାମକ ଏକ ସଂସ୍ଥା ଖାଲିସ୍ତାନକୁ ସମର୍ଥନ କରିଆସିଛି । ଏହାର ପ୍ରତିଷ୍ଠାତା ହେଉଛନ୍ତି ଧଲିୱାଲ ଏବଂ ଅମିତା ଲାଲ | ଏହାର ଟ୍ବିଟ୍ ସୋସିଆଲ ମିଡିଆରେ ବିଭିନ୍ନ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ପ୍ରଦାନ କରିଥାଏ । ଏହି ସଂଗଠନ ଖାଲିସ୍ତାନ ଆନ୍ଦୋଳନ ପାଇଁ ଲୋରଙ୍କୁ ଏକାଠି କରିବା ଏହି ସଂଗଠନର ମୁଖ୍ୟ ଲକ୍ଷ୍ୟ ବୋଲି କୋର୍ଟରେ ଯୁକ୍ତି ଦର୍ଶାଯାଇଥିଲା ।

ଏହି ସଂଗଠନ କୃଷକ ଆନ୍ଦୋଳନର ଲାଭ ଉଠାଇ ତାକୁ ଖଲିସ୍ଥାନୀ ଆନ୍ଦୋଳନରେ ପରିଣତ କରିବା ଦିଗରେ କାର୍ଯ୍ୟକରିଥିଲା ବୋଲି ଅଭିଯୋଗ ହୋଇଥିଲା । ଏଥିରେ ଦିଶା ରବି ମଧ୍ୟ ଅନ୍ତର୍ଭୁକ୍ତ ଥିବା ଅଭିଯୋଗରେ ଦର୍ଶାଇଥିଲା ଦିଲ୍ଲୀ ପୋଲିସ । ତେବେ କୋର୍ଟ ଏହି ମାମଲାର ଶୁଣାଣିରେ ଦିଶାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2021, 5:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.