ETV Bharat / bharat

Jaishankar meet US NSA: ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ନେଇ କଲେ ଆଲୋଚନା

author img

By

Published : Jun 14, 2023, 4:59 PM IST

ଆମେରିକା ସୁରକ୍ଷା ପରାମର୍ଶଦାତା ଜେକ ସୁଲିଭାନଙ୍କ ସହ ଆଲୋଚନା କଲେ ବିଦେଶ ମନ୍ତ୍ରୀ ଜୟଶଙ୍କର । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ପ୍ରସ୍ତୁତି ନେଇ ଉଭୟଙ୍କ ମଧ୍ୟରେ ହେଲା ଆଲୋଚନା । ଅଧିକ ପଢନ୍ତୁ

Jaishankar meet US NSA: ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ନେଇ ହେଲା ଆଲୋଚନା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିଭାନଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଆଜି ସାକ୍ଷାତ ଓ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଲୋଚନା ପରେ ଏନେଇ ବିଦେଶ ମନ୍ତ୍ରୀ ଜୟଶଙ୍କର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ସାକ୍ଷାତ ଓ ଆଲୋଚନା ପରେ ଜୟଶଙ୍କରଙ୍କ ଟ୍ବିଟ୍‌ ସାମ୍ନାକୁ ଆସିଛି । ଜୟଶଙ୍କର ଲେଖିଛନ୍ତି, "ଆଜି ପୂର୍ବାହ୍ନରେ ସାଉଥ୍‌ ବ୍ଲକରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିଭାନଙ୍କ ସହ ଏକ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ପ୍ରସ୍ତୁତି ଉପରେ ଆମେ ଆଲୋଚନା କଲୁ । ଏହା ବ୍ୟତୀତ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେଲା । ଉଭୟ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କର ସୁଦୃଢୀକରଣ ପାଇଁ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି ।"

ଏହା ମଧ୍ୟ ପଢନ୍ତୁ:-ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ ସଲିଭାନ୍ ଗତକାଲି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପାଇଁ ରାଷ୍ଟ୍ରପତି ବାଇଡେନ ଉତ୍ସାହୀ ଅଛନ୍ତି ବୋଲି ସେ ମୋଦିଙ୍କୁ ଅବଗତ ମଧ୍ୟ କରିଥିଲେ । ଏହା ବ୍ୟତୀତ ଭାରତ ଏବଂ ଆମେରିକା ମଧ୍ୟରେ ବିସ୍ତୃତ ବୈଶ୍ବିକ ରଣନୈତିକ ସମ୍ପର୍କ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସେ ଆମେରିକା ଗସ୍ତ କରିବା ପାଇଁ ଅପେକ୍ଷା କରିଛନ୍ତି । ଏହି ଗସ୍ତ ଫଳପ୍ରଦ ମଧ୍ୟ ହେବାକୁ ଯାଉଛି । ଭାରତ-ଆମେରିକା ପାରସ୍ପରିକ ସ୍ୱାର୍ଥର ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗରେ ରାଷ୍ଟ୍ରପତି ବାଇଡେନଙ୍କ ସହ ଆଲୋଚନା କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଥିଲେ ।

ଚଳିତ 22 ତାରିଖରେ ରାଷ୍ଟ୍ରପତି ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଉଛନ୍ତି । ରାଷ୍ଟ୍ରପତି ଜୋ.ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନରେ ହ୍ବାଇଟ ହାଉସରେ ଏକ ନୈଶ୍ୟଭୋଜି ଆୟୋଜନ କରିବେ । ଏହି ଗସ୍ତରେ ଆମେରିକା କଂଗ୍ରେସ (ସଂସଦ)ର ମିଳିତ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ ମଧ୍ୟ କରିବେ । ଏହା ଛଡା ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି । ସେ ଔପଚାରିକ କାର୍ଯ୍ୟକ୍ରମ ପରେ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ଦ୍ବାରା ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବୋଧିତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.