ନୂଆଦିଲ୍ଲୀ: ଆପ୍ ଶାସିତ ଦିଲ୍ଲୀ ସରକାରଙ୍କ ଦ୍ବାରା ବିଜ୍ଞାପନରେ ସରକାରୀ ଟଙ୍କା ଖର୍ଚ୍ଚ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ସରକାରୀ ବିଜ୍ଞାପନ ଆଳରେ ଦଳ ତାର ପ୍ରଚାର କରୁଥିବା ପଦାରେ ପଡିଛି । ଏନେଇ ମୁଖ୍ୟମନ୍ତ୍ରୀ ଅରବନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ସରକାର 164 କୋଟି ଟଙ୍କା ଦେବାକୁ ନୋଟିସ କରିଛନ୍ତି । 10 ଦିନ ଭିତରେ ସମସ୍ତ ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଛି । ଏହି ଟଙ୍କା ଆଦାୟ ପାଇଁ ଡିରେକ୍ଟୋରେଟ ଅଫ ଇନଫରମେସନ ଆଣ୍ଡ ପବ୍ଲିସିଟି ପକ୍ଷରୁ ନୋଟିସ ହୋଇଛି ।
-
Delhi | The Directorate of Information and Publicity (DIP) issued a recovery notice of Rs 164 crores to the National convenor of the Aam Aadmi Party, Arvind Kejriwal. The amount needs to be paid within 10 days: Sources
— ANI (@ANI) January 12, 2023 " class="align-text-top noRightClick twitterSection" data="
">Delhi | The Directorate of Information and Publicity (DIP) issued a recovery notice of Rs 164 crores to the National convenor of the Aam Aadmi Party, Arvind Kejriwal. The amount needs to be paid within 10 days: Sources
— ANI (@ANI) January 12, 2023Delhi | The Directorate of Information and Publicity (DIP) issued a recovery notice of Rs 164 crores to the National convenor of the Aam Aadmi Party, Arvind Kejriwal. The amount needs to be paid within 10 days: Sources
— ANI (@ANI) January 12, 2023
ଗତମାସରେ ଉପରାଜ୍ୟପାଳ ଭିକେ ସକ୍ସେନା ସରକାରୀ ବିଜ୍ଞାପନ ଆଳରେ ଆପ ନିଜର ରଜନୈତିକ ପ୍ରଚାର କରୁଥିବା ଅଭିଯୋଗ କରିଥିଲେ । ଚିଠି ଲେଖି 2025 -26 ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଥିବା ସରକାରୀ ଟଙ୍କା ଆପ୍ ଠାରୁ ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆପଠୁ 97 କୋଟି ଟଙ୍କା ଆଦାୟ କରିବାକୁ କହିଥିଲେ । ଏବେ ପୁଣି ଏହି ନିର୍ଦ୍ଦେଶର ଗୋଟିଏ ମାସ ପରେ ଆପକୁ ଡିଆଇପି ପକ୍ଷରୁ ନୋଟିସ୍ ହୋଇଛି ।
ବିଜ୍ଞାପନ ବାବଦରେ ହୋଇଥିବା ଖର୍ଚ୍ଚ ଓ ଏହାର ସୁଧକୁ ମିଶାଇ ମୋଟ 164 କୋଟି ଟଙ୍କା ଦେବାକୁ ନୋଟିସ ହୋଇଛି । ନୋଟିସରେ 10 ଦିନ ସମୟ ଦିଆଯାଇଛି । ନୋଟିସରେ କୁହାଯାଇଛି କି, ରାଜ୍ୟ ରାଜକୋଷକୁ ତୁରନ୍ତ ଆପ୍ 164 କୋଟି ଟଙ୍କା ଦେବାକୁ ପଡିବ । ଏହା ସିଧାସଳଖ ଏଜେନ୍ସିକୁ 10 ଦିନ ମଧ୍ୟରେ ଦିଆଯିବ । ଯଦି ଆପ୍ ଧାର୍ଯ୍ୟ ସମୟରେ ଟଙ୍କା ପୈଠ ନ କରେ ତେବେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । 99.31 କୋଟି ଟଙ୍କା ମୂଳ ରାଶି ଥିବା ବେଳେ 64.31 କୋଟି ଟଙ୍କା ସୁଧ ରାଶି ରହିଛି ।
ଏହି ବି ପଢନ୍ତୁ...AAPକୁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ, ବିଜ୍ଞାପନରେ ଖର୍ଚ୍ଚ ହୋଇଥିବା ୯୭ କୋଟି ଟଙ୍କା ଫେରସ୍ତ କର
ପୂର୍ବରୁ ଏହି ମାମଲାର ଆପ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ସରକାରୀ ଅର୍ଥର ଅପବ୍ୟବହାର ହୋଇଥିବା କୋର୍ଟ କହିଥିଲେ । ଉକ୍ତ ରାଶିକୁ ରାଜକୋଷରେ ଜମା କରିବାକୁ ଆପକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ 1 ମାସ ମଧ୍ୟରେ ଆମ୍ ଆଦମୀ ପାର୍ଟିରୁ ଏହି ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ କରିଥିଲେ । ବିଜ୍ଞାପନ ଆଇଟମରେ ସରକାରୀ ପାଣ୍ଠିରେ ବେଆଇନ ବ୍ୟବହାରକୁ ନେଇ କଂଗ୍ରେସ ନେତା ଅଜୟ ମାକେନ ପ୍ରଥମେ ଅଭିଯୋଗ ଆଣିଥିଲେ ।