ETV Bharat / bharat

India China Relations: ଭାରତ - ଚୀନ ସମ୍ପର୍କ ସେ ପର୍ଯ୍ୟନ୍ତ ସ୍ବାଭାବିକ ହେବ ନାହିଁ ଯେ ପର୍ଯ୍ୟନ୍ତ...

author img

By

Published : Dec 7, 2022, 8:40 PM IST

ଭାରତ- ଚୀନ ସମ୍ପର୍କ ସେ ପର୍ଯ୍ୟନ୍ତ ସ୍ବାଭାବିକ ହେବ ନାହିଁ, ଯେ ପର୍ଯ୍ୟନ୍ତ ବେଜିଂ ପ୍ରକୃତ ନିୟନ୍ତ୍ରଣରେଖା (Line of Actual Control ) ରେ ଏକଚାଟିଆ ପ୍ରଭାବ ବିସ୍ତାର ପାଇଁ ଉଦ୍ୟମ କରିବ । ଆଜି ସଂସଦ ଶୀତକାଳୀନ ଅଧିବେଶନ (Parliament Winter Session) ର ପ୍ରଥମ ଦିନରେ ରାଜ୍ୟସଭାରେ ଉତ୍ତରଦେଇ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଭାରତ- ଚୀନ ସମ୍ପର୍କ ସେ ପର୍ଯ୍ୟନ୍ତ ସ୍ବାଭାବିକ ହେବ ନାହିଁ, ଯେ ପର୍ଯ୍ୟନ୍ତ ବେଜିଂ ପ୍ରକୃତ ନିୟନ୍ତ୍ରଣରେଖା (Line of Actual Control ) ରେ ଏକଚାଟିଆ ପ୍ରଭାବ ବିସ୍ତାର ପାଇଁ ଉଦ୍ୟମ କରିବ । ଆଜି ସଂସଦ ଶୀତକାଳୀନ ଅଧିବେଶନ (Parliament Winter Session) ର ପ୍ରଥମ ଦିନରେ ରାଜ୍ୟସଭାରେ ଉତ୍ତରଦେଇ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

  • Diplomatically, we're clear with Chinese we won't tolerate attempts to unilaterally change LAC. If they continue to do that & built up forces which constitute serious concerns in border area then our relationship isn't normal & that abnormality is evident in last few years: EAM pic.twitter.com/yKoKHOBXab

    — ANI (@ANI) December 7, 2022 " class="align-text-top noRightClick twitterSection" data=" ">

ରାଜ୍ୟସଭାରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଓ ନାସିର ହୁସେନ ଭାରତ- ଚୀନ ସୀମା ପ୍ରସଙ୍ଗରେ ଆଲୋଚନା ପାଇଁ ଦେଇଥିବା ନୋଟିସ ଉପରେ ଉତ୍ତର ଦେଇ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ । ବୈଦେଶିକ ମନ୍ତ୍ରୀ କହିଛନ୍ତି କୂଟନୈତିକ ଆଲୋଚନା ବେଳେ ଆମେ ବେଜିଂକୁ ସ୍ପଷ୍ଟ ଭାଷାରେ କହିଛୁ ଯେ ଯେପର୍ଯ୍ୟନ୍ତ ଚୀନ ପ୍ରକୃତ ନିୟନ୍ତ୍ରଣରେଖା (Line of Actual Control ) ରେ ଏକଚାଟିଆ ପ୍ରଭାବ ବିସ୍ତାର ପାଇଁ ଉଦ୍ୟମ କରିବ ତାହା ନୂଆଦିଲ୍ଲୀ ପାଇଁ ଚିନ୍ତାଜନକ ବିଷୟ । ଆମେ ଏଭଳି କୌଣସି କାର୍ଯ୍ୟକୁ ଗ୍ରହଣ କରିବୁ ନାହିଁ । ଏଲଏସିରେ ସ୍ଥିତି ସ୍ବାଭାବିକ ନହେବା ଯାଏଁ ଉଭୟ ଦେଶର ସମ୍ପର୍କ ମଧ୍ୟ ସୁଦୃଢ ହୋଇପାରିବ ନାହିଁ । ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି ସୀମାରେ ସ୍ଥିତି ସୁଧାରିବା ପାଇଁ ଉଭୟ ଦେଶର ସେନା କମାଣ୍ଡରସ୍ତରୀୟ ଆଲୋଚନା ଜାରି ରହିଛି । ପ୍ରସଙ୍ଗର ଗୁରୁତ୍ବ ଦୃଷ୍ଟିରୁ ଏହା ଏବେ ସୈନ୍ୟ ସ୍ତରରେ ଆଲୋଚନା ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ଯଯେ, ଗତ ଜୁନ 2020 ରେ ଗଲୱାନ ଘାଟିରେ ଭାରତ-ଚୀନ ସେନା ସଂଘର୍ଷ ପରେ ଉଭୟ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ସେହିଦିନ ଠାରୁ ସୀମାରେ ସ୍ଥିତି ସୁଧାରିବା ପାଇଁ ଉଭୟ ଦେଶର ସୈନ୍ୟ କମାଣ୍ଡରସ୍ତରୀୟ ଆଲୋଚନା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.