ETV Bharat / bharat

ବିଜେପିରେ ଦିନେଶ ତ୍ରିବେଦୀ - ତୃଣମୂଳ କଂଗ୍ରେସ

ଟିଏମସିର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ ବିଜେପିରେ ସାମିଲ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ମିଶିଲେ ତ୍ରିବେଦୀ । ଅଧିକ ପଢନ୍ତୁ...

ବିଜେପିରେ ଦିନେଶ ତ୍ରିବେଦୀ
ବିଜେପିରେ ଦିନେଶ ତ୍ରିବେଦୀ
author img

By

Published : Mar 6, 2021, 1:54 PM IST

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ପୁଣି ତୃଣମୂଳ କଂଗ୍ରେସକୁ ଲାଗିଛି ବଡ ଝଟକା । ବିଜେପିରେ ସାମିଲ ହେଲେ ତୃଣମୂଳ କଂଗ୍ରେସ(ଟିଏମସି)ର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ଦିନେଶ । ଗତ ଫେବୃୟାରୀ 12 ତାରିଖରେ ରାଜ୍ୟସଭାରେ ଭାଷଣ ଦେବା ସମୟରେ ଟିଏମସ ଛାଡିଥିଲେ ମମତା ବାନାର୍ଜୀଙ୍କ ବିଶ୍ବସ୍ତ ସହଯୋଗୀ ଦିନେଶ ତ୍ରିବେଦୀ ।

ବିଜେପିରେ ମିଶିବା ପରେ ଦିନେଶଙ୍କ ସମ୍ବୋଧନ । ଦେଶ ଆମ ପାଇଁ ସର୍ବୋପରି । ପୁରା ବିଶ୍ବର ନଜରରେ ରହିଛି ଭାରତ । ଜନତାଙ୍କ ପରିବାରେ ସାମିଲ ହୋଇଛି । ବିଜେପିରେ ମିଶି ବେଶ ଖୁସି ହୋଇଥିବାବେଳେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ବିଜେପି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସେ ଆହୁରି କହିବାକୁ ଯାଇ ମମତାଙ୍କୁ ଟାର୍ଗେଟ କରିଥିଲେ । ବଙ୍ଗଳାବାସୀ ଟିଏମସିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବଙ୍ଗଳାରେ ହିଂସା, ଭ୍ରଷ୍ଟାଚାର ନୁହେଁ ବିକାଶ ଚାହୁଁଛି । ରାଜନୀତି କୌଣସି ଖେଳ ନୁହେଁ ଏକ ଗମ୍ଭୀର ବିଷୟ । ଏହାକୁ ଖେଳିନା ଭାବି ସେ (ମମତା) ଆଦର୍ଶ ଭୁଲି ଯାଇଛନ୍ତି ।

ସେପଟେ, ବିଜେପିରେ ଦିନେଶ ଯୋଗଦାନ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଦିନେଶ ଜଣେ ଭଲ ବ୍ୟକ୍ତି ହୋଇଥିବାବେଳେ ଏକ ଭୁଲ ଦଳରେ ରହିଥିଲେ । କିନ୍ତୁ ବର୍ତ୍ତମାନ ସେ ସଠିକ ଦଳକୁ ଆସିଛନ୍ତି । ତାଙ୍କୁ ଦଳକୁ ସ୍ବାଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.