ଭୋପାଳ: କଂଗ୍ରେସ ବିଧାୟକ କଙ୍ଗନାଙ୍କୁ 'ନାଚନେ ଗାନ ୱାଲି' କହିବା ପରେ 'କଙ୍ଗନା କିଏ' ବୋଲି ଶନିବାର ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ପ୍ରଶ୍ନ କରିଛନ୍ତି । ମୁଲତାଇର ବିଧାୟକ ଏହା ପୂର୍ବରୁ ସାରନିରେ ଦଳୀୟ କର୍ମଚାରୀଙ୍କ ଉପରେ ହୋଇଥିବା ଅଭିଯୋଗ ଉପରେ ଶୁକ୍ରବାର ମଧ୍ୟପ୍ରଦେଶର ବେତୁଲର ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦାଖଲ କରୁଥିବା ବେଳେ କଙ୍ଗନାଙ୍କୁ 'ନାଚନେ ଗାନେ ୱାଲି ମହିଲା' ବୋଲି କହିଥିଲେ ।
ମୁଲତାଇର ବିଧାୟକ ସ୍ମାରକପତ୍ର ପ୍ରଦାନ ବେଳେ କହିଥିଲେ ଯେ କଙ୍ଗନା ଭଳି ଜଣେ ନାଚଗୀତ କରୁଥିବା ମହିଳା ଚାଷୀଙ୍କ ସ୍ବାଭିମାନ ଭଙ୍ଗ କରିଥିଲା । ସେହି ସ୍ବାଭିମାନ ସପକ୍ଷରେ ରହିଥିବା କଂଗ୍ରେସ ନେତାଙ୍କୁ ପୋଲିସ ଲାଠି ଚାର୍ଜ କରିଥିଲା ବୋଲି ସେ କହିଥିଲେ । ତେବେ ସୂଚନା ଥାଉ କି ପୂର୍ବରୁ କଙ୍ଗନା କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାଦ୍ବାରା ସେ ଚାଷୀଙ୍କ ସ୍ବାଭିମାନ ଭଙ୍ଗ କରିଥିଲେ ବୋଲି ବିଧାୟକ କହିଛନ୍ତି ।
କଙ୍ଗନାଙ୍କ ଆଗାମୀ ଫିଲ୍ମ 'ଧାକ୍କଡ'ର ସୁଟିଂ ବେତୁଲ ଜିଲ୍ଲାର ସାରନି ଅଞ୍ଚଳରେ ଚାଲୁଥିବା ବେଳେ ରାଜ୍ୟର କଂଗ୍ରେସ ନେତାମାନେ ଏହାକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି । ତେବେ କଙ୍ଗନା ଚାଷୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ କଂଗ୍ରେସ ନେତାମାନେ ସୁଟିଂକୁ ବିରୋଧ କରୁଥିବା ଜଣାପଡିଛି । କଙ୍ଗନା ଚାଷୀଙ୍କୁ କ୍ଷମା ମାଗିବା ପରେ ସେମାନେ ସୁଟିଂ ଅନୁମତି ଦେବେ ବୋଲି କହିଛନ୍ତି । ଏଥିଲାଗି ଗତ ଫେବୃଆରୀ 12 ତାରିଖରେ କଂଗ୍ରେସ କର୍ମୀମାନେ ବେତୁଲ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହି ଘଟଣା ଉପରେ କଙ୍ଗନା ଟ୍ବିଟରେ ଲେଖିଛନ୍ତି ଯେ ମୋର ନେତାଗିରି ଉପରେ ଆଗ୍ରହ ନାହିଁ, କିନ୍ତୁ କଂଗ୍ରେସ ମୋତେ ଜଣେ ନେତ୍ରୀରେ ପରିବର୍ତ୍ତନ କରିବ ବୋଲି ସେ ଚିନ୍ତା କରୁଥିବା କହିଛନ୍ତି । ଅନ୍ୟପଟେ କଙ୍ଗନାଙ୍କ କିଛି ବିବାଦୀୟ ଟ୍ବିଟକୁ ଟ୍ବିଟର ହଟାଇଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ